ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ତ୍ୱଚାକୁ ଚିକ୍କଣ କରିବାରେ ବ୍ୟବହାର କରି ପାରିବେ ଏହି ଫଳର ଚୋପା , ଚେହେରା ଲାଗିବ ଖୁବ୍ ଆକର୍ଷଣୀୟ

ନୂଆଦିଲ୍ଲୀ : ସାଧାରଣତଃ ଆମେ ସମସ୍ତେ ଫଳରୁ ଚୋପା ଛଡ଼େଇ ଏହାକୁ ଅଦରକାରୀ ଜିନିଷ ଭାବି ଫୋପାଡ଼ି ଦେଇଥାଉ। ପୂର୍ବେ ଲୋକମାନେ ଏହାକୁ ବହୁଳ ଭାବେ ବ୍ୟବହାର କରୁଥିଲେ । ସମୟ ବଦଳିବା ସହ ବଦଳି ଯାଇଛି ଏବେ ଲୋକଙ୍କ ବ୍ୟବହାର ଓ ଚଳନୀ , ଯେଉଁଥି ପାଇଁ କେମିକାଲରେ ତିଆରି ଅନେକ କ୍ରିମ୍‌ ଆଦି ପ୍ରଶାଧନ ସାମଗ୍ରୀ ଆମେ ବ୍ୟବହାର କରୁଛେ , ଯେଉଥିରେ ଅଧିକ ଅର୍ଥ ବ୍ୟୟ ତ ନୁହେଁ , ଏହାସହ ଏହା ଶରୀର ପାଇଁ ବି କ୍ଷତିକାରକ ପାଲଟି ଥାଏ। ତେବେ ଆସନ୍ତୁ ଜାଣିବା କେମିତି ଘରୋଇ ଉପାୟରେ ଆମର ଚର୍ମକୁ ଖୁବ୍‌ ସୁନ୍ଦର ଓ ଆକର୍ଷଣୀୟ କରିପାରିବା।  

ଘରେ ଲଗାନ୍ତୁ ଏହି ଇଣ୍ଡୋର ପ୍ଲାଣ୍ଟ, ଯାହା ବାୟୁକୁ ରଖେ ପ୍ରଦୂଷଣମୁକ୍ତ...

କଦଳୀ ଚୋପା – କଦଳୀରେ ଥିବା ଭିଟାମିନ , ମିନେରାଲ ଓ ଅନେକ ପ୍ରକାରର ଏଞ୍ଜାଇମ୍‌ ଆପଣଙ୍କ ତ୍ୱଚା ପାଇଁ ବରଦାନ ପାଲଟି ପାରେ। ଯଦି ଆପଣଙ୍କ ଚେହେରାରେ ବୟସାଧିକ ଚିହ୍ନ ନଜର ଆସୁଛି ତ, ଆପଣ ଏହାର ଚୋପାକୁ ବ୍ୟବହାର କରି ପାରିବେ। କଦଳୀର ଚୋପା ତ୍ୱଚାକୁ କୋମଳତା ପ୍ରଦାନ କରିଥାଏ, ଏଥିରେ ଚର୍ମ କୁଞ୍ଚନ ନଜର ଆସି ନଥାଏ। ଏହାସହ ତ୍ୱଚାର ଟେକ୍ସଚରକୁ ଉତ୍ତମ କରିବା ସହ ଖୁବ୍‌ ଆକର୍ଷଣୀୟ ଆଣିଥାଏ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଇଫ୍ଲାମେଟ୍ରି ଗୁଣ ବ୍ରଣ ଓ ଦାଗ ସମସ୍ୟାରୁ ମୁକ୍ତି ଦେଇଥାଏ। 

ଅମୃତ ଭଣ୍ଡା – ଅମୃତ ଭଣ୍ଡାରେ ପେପେନ ଏନଞ୍ଜାଇମ୍‌ ଥାଏ ,ଯାହା ସର୍ବଦା ଅନେକ ସ୍କିନ୍‌ କେୟାର ଉତ୍ପାଦଗୁଡ଼ିକରେ ପ୍ରୟୋଗ କରାଯାଇ ଥାଏ । ପେପେନ ତ୍ୱଚାରେ କଲେଜନର ଗଠନକୁ ବୃଦ୍ଧି କରିବା ସହ ମୃତ ତ୍ୱଚା(ଡେଡ୍‌ ସ୍କିନ୍‌)ରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। ତ୍ୱଚାରେ ଥିବା ଦାଗ ଆଦିକୁ ଦୂର କରିବା ପାଇଁ ଅମୃତ ଭଣ୍ଡାର ଚୋପା ନିୟମିତ ବ୍ୟବହାର ପ୍ରଭାବଶାଳୀ ହୋଇପାରେ। ଏହା ମଧ୍ୟ ତ୍ୱଚାକୁ ଜ୍ୱଳନ ସମସ୍ୟାରୁ ମୁକ୍ତ କରିଥାଏ। 

କମଳା ଚୋପା – କମଳା ଚୋପାରୁ ଆଣ୍ଟି ଅକ୍ସିଡେଣ୍ଟ ଭରପୂର ମାତ୍ରା ମିଳିଥାଏ। ଏଥିପାଇଁ ଏହି ଚୋପାକୁ ଡିଟାକ୍ସ କରିବା କାମ କରିଥାଏ। ଏହାସହ ଏଥିରେ ପ୍ରଚୁର ଆଦ୍ରତା ବି ଥାଏ। ଏଥିପାଇଁ ଏହାକୁ ଲଗେଇବା ଦ୍ୱାରା ଶୁଷ୍କ ତ୍ୱଚା ଚମକି ଥାଏ। ଏହାକୁ ମାସ୍କ ଭାବେ ନିୟମିତ ଲଗାଇଲେ ଚେହେରାରେ ପରିବର୍ତ୍ତନ ଆସିଥାଏ। 

ଆଳୁ ଚୋପା – ଗତ କିଛି ଦିନ ହେବ ଆଳୁ ଚୋପାର ଚର୍ଚ୍ଚା ଇଣ୍ଟରନେଟ୍‌ରେ ଖୁବ୍‌ ଜୋରରେ ଚାଲିଛି। ଏବେ ତ ଆଳୁର ମାସ୍କ ମଧ୍ୟ ଆସିବା ଆରମ୍ଭ ହୋଇ ଯାଇଛି। କିନ୍ତୁ ବଜାରରେ ମହଙ୍ଗା ମାସ୍କ କିଣିବା ଠାରୁ ଭଲ ହେବ ଆଳୁର ଚୋପାରେ ସିଧା ମୁହଁରେ ଲଗାଇବା। ଏହାକୁ ବ୍ୟବହାର କରି ଆପଣ ନିଜ ଚେହେରାର ଚମକ ଆସେ। ଆଖି ତଳର କଳା ଦାଗ ମଧ୍ୟ ଦୂର ହେବାରେ ସାହାଯ୍ୟ କରିବ। ଯଦି ଚେହେରାରେ ବ୍ରଣ ହୋଇଛି ତ ଏହାର ପେଷ୍ଟ ସହ ମହୁ ମିଶାଇ ଲଗାଇଲେ ଉପଶମ ମିଳେ। ଆଳୁରେ ଥିବା ଭିଟାମିନ-ସି , ଭିଟାମିନ –ବି , ଫସ୍‌ଫରସ୍‌ ଓ ସଲଫର୍‌ ଆଦି ତ୍ୱଚାରୁ ଦାଗ ଆଦି ଦୂର କରି ଚମକ ଆଣିଥାଏ। କିନ୍ତୁ ଯଦି ଆପଣଙ୍କ ଚେହେରାରେ କୌଣସି କ୍ଷତି ରହିଛି ବା ତ୍ୱତା ସମ୍ୱେଦନଶୀଳ ଅଛି ତ ଆପଣ ମୁହଁରେ ଆଳୁ ଲଗାନ୍ତୁ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.