ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

କଟକରେ ରବି ଶାସ୍ତ୍ରୀ କ୍ରିକେଟ ଏକାଡେମୀ: ମାର୍ଚ୍ଚରେ ଏମ୍‌ଜିଏମ୍‌ ସହ ଚୁକ୍ତି କରିବ ରବିଙ୍କ ସଂସ୍ଥା ‘କୋଚିଂ ବିୟଣ୍ଡ୍‌’

Published By : Prameya | February 11, 2024 2:32 PM

କଟକ ୧୧/୦୨: ଟିମ୍‌ ଇଣ୍ଡିଆର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ କଟକରେ ଏକ କ୍ରିକେଟ ଏକାଡେମୀ ଖୋଲିବାକୁ ଯୋଜନା କରୁଛନ୍ତି । ଆଠଗଡ଼ କପୁରସିଂହ ଠାରେ ପ୍ରତିଷ୍ଠା ହୋଇଥିବା ଏମ୍‌ଜିଏମ୍‌  ସ୍କୁଲ୍‌ ଅଫ୍‌ ସ୍ପୋର୍ଟ୍ସ ତଥା କ୍ରିକେଟ  ଉତ୍କର୍ଷ କେନ୍ଦ୍ର ଠାରେ ଏହି ଏକାଡେମୀ ପରିଚାଳିତ ହେବ । ଆସନ୍ତା ମାର୍ଚ୍ଚରେ ଏମ୍‌ଜିଏମ୍‌ ସହ ଶାସ୍ତ୍ରୀଙ୍କ କ୍ରିକେଟ୍‌  ଏକାଡେମୀ ଏଜେନ୍ସି ‘କୋଚିଂ ବିୟଣ୍ଡ୍‌’  ଚୁକ୍ତିପତ୍ର ସ୍ୱାକ୍ଷରିତ କରିବ। ଏଠାରେ  ଆବାସିକ ସୁବିଧା ପାଇଁ ଖେଳାଳିମାନେ  କ୍ରିକେଟରେ ଭବିଷ୍ୟତ ଗଢିବାକୁ  ସୁଯୋଗ ପାଇବେ । ପୂର୍ବ ଭାରତର ଏହା ହେବ ସର୍ବବୃହତ୍‌ କ୍ରିକେଟ ଏକାଡେମୀ । 

ପ୍ରାୟ ୩୦ଏକର ପରିମିତ ଜମିରେ  ସ୍ଥାପନ କରାଯାଉଥିବା ଏମ୍‌ଜିଏମ୍‌ ସ୍କୁଲ୍‌  ଅଫ୍‌ ସ୍ପୋର୍ଟ୍ସ କେନ୍ଦ୍ର ଗତବର୍ଷ ଫେବ୍ରୁଆରୀ  ୧୫ ତାରିଖରେ ଲୋକାର୍ପଣ ହୋଇଥିଲା ।  ଅନ୍ତର୍ଜାତୀୟ କ୍ରିକେଟର ସୁରେଶ  ରାଇନା ଓ ପ୍ରଜ୍ଞାନ ଓଝା ଯୋଗଦେଇ  ଏହାର ଉଦ୍‌ଘାଟନ କରିଥିଲେ । ଯଦିଓ  କ୍ରିକେଟ ଫିଲ୍ଡ ପ୍ରସ୍ତୁତ ହୋଇସାରିଥିଲା  କିନ୍ତୁ ଏହାର ପାରିପାଶ୍ୱିର୍କ କାମ  ଶେଷ ହୋଇନଥିଲା । ବର୍ଷକ ମଧ୍ୟରେ  ଏମ୍‌ଜିଏମ୍‌ ପକ୍ଷରୁ କେନ୍ଦ୍ରର ବହୁ କାର୍ଯ୍ୟ  ଶେଷ ହୋଇଛି । ଇତିମଧ୍ୟରେ ଶାସ୍ତ୍ରୀଙ୍କ  କ୍ରିକେଟ୍‌ ଏକାଡ଼େମୀ ‘କୋଚିଂ ବିୟଣ୍ଡ୍‌’  ଖୋଲିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଆସନ୍ତା ମାର୍ଚ୍ଚ ୨୦ରେ ଶାସ୍ତ୍ରୀଙ୍କ ସହ  ଚୁକ୍ତିପତ୍ର ସ୍ୱାକ୍ଷରିତ କରିବାକୁ ଲକ୍ଷ୍ୟ  ରଖାଯାଇଛି ବୋଲି ଏମ୍‌ଜିଏମ୍‌ ମୁଖ୍ୟ  ପଙ୍କଜଲୋଚନ ମହାନ୍ତି ସୂଚନା ଦେଇଛନ୍ତି । 

ଏହି ଏକାଡେମୀରେ ୧୬ ରୁ ୨୦ବର୍ଷ  ବୟସର ପ୍ରତିଭାଙ୍କୁ ରଖି କ୍ରିକେଟ  ପ୍ରଶିକ୍ଷଣ ଦିଆଯିବ । ଏଠାରେ ୨୦ଟି  ଅଭ୍ୟାସ ପିଚ୍‌ ରହିଛି । ଚୟନ ପ୍ରକ୍ରିୟା  ଜରିଆରେ ଶ୍ରେଷ୍ଠ ପ୍ରତିଭାଙ୍କୁ ଚୟନ  କରାଯିବ ଏବଂ ସେମାନଙ୍କୁ ଏକାଡେମୀରେ  ରଖି କ୍ରିକେଟ ଦକ୍ଷତା ବୃଦ୍ଧି କରାଯିବ ।  ଓଡ଼ିଆ ଖେଳାଳିଙ୍କ ସମେତ ରାଜ୍ୟ  ବାହାରୁ କିଛି ଖେଳାଳି ମଧ୍ୟ ପ୍ରଶିକ୍ଷଣ  ନେବେ । ଆର୍‌. ଶ୍ରୀଧର, ଡ.କିଞ୍ଚନ  ସୁରତୱାଲାଙ୍କ ଭଳି ଭାରତୀୟ ଦଳର  କୋଚିଂ ଷ୍ଟାଫ୍‌ ଏଥିରେ ଅନ୍ତର୍ଭୁକ୍ତ ରହିବେ ।  ଶାସ୍ତ୍ରୀ ନିଜେ କଟକ ଆସି ପରିଚାଳନା  ତଦାରଖ କରିବେ ବୋଲି ଜଣାପଡିଛି । 

ଶ୍ରୀ ମହାନ୍ତି କହିଛନ୍ତି, ଓଡ଼ିଶା  କ୍ରିକେଟ ଆସୋସିଏସନ୍‌ର ପୂର୍ବତନ  ସମ୍ପାଦକ ଆଶୀର୍ବାଦ ବେହେରା ଓ  ବର୍ତ୍ତମାନର ସମ୍ପାଦକ ସଞ୍ଜୟ ବେହେରାଙ୍କ  ମାର୍ଗଦର୍ଶନରେ ଏମ୍‌ଜିଏମ୍‌ କ୍ରିକେଟ୍‌  ପ୍ରତିଭା ବିକାଶ ଦିଗରେ ଗୁରୁତ୍ୱ ଦେଇଛି ।  ଏହି ଏକାଡେମୀ କାର୍ଯ୍ୟକାରୀ ହେଲେ  ପୂର୍ବଭାରତର ସର୍ବବୃହତ୍‌ ଏକାଡ଼େମୀ  ଭାବେ ପ୍ରତିଷ୍ଠା ହେବ । ରାଜ୍ୟ ସରକାରଙ୍କ  ସହ ଆଲୋଚନା କରାଯାଉଛି । ଖୁବ୍‌ ଶୀଘ୍ର  ଚୁକ୍ତିପତ୍ର ସ୍ୱାକ୍ଷରିତ କରିବୁ ବୋଲି ସେ  ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.