ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର, ୟୁଜର୍ସଙ୍କୁ ମିଳିବ ବଡ଼ ଅଫର

Image Courtesy: navbharattimes

ନୂଆଦିଲ୍ଲୀ, ୨୮/୦୮: ଜିଓ ଏୟାର ଫାଇବର ଲଞ୍ଚ ନେଇ ଘୋଷଣା କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଗଣେଶ ଚତୁର୍ଥୀ ଅର୍ଥାତ ସେପ୍ଟେମ୍ବର ୧୯ ତାରିଖରେ ଏୟାର ଫାଇବର ଲଂଚ କରିବାକୁ ଯାଉଛି ଜିଓ । ଏହା ଦ୍ବାରା ୨୦୦ ମିଲିୟନ୍ ଇଣ୍ଟରନେଟ ୟୁଜର୍ସଙ୍କୁ ହାଇସ୍ପିଡ୍‌ ଇଣ୍ଟରନେଟ ମିଳିବ । ଜିଓ ଏୟାର ଫାଇବର ଏାୟରଟେଲ୍‌ର ଏକ୍ସଟ୍ରିମ୍‌ ଏୟାର ଫାଇବର ସହ ଟକ୍କର ଦେବାକୁ ଆସୁଥିବା ନେଇ କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ରୁ ନୀତା ଅମ୍ବାନୀଙ୍କ ଇସ୍ତଫା

୨୦ ପ୍ରତିଶତ କମ୍‌ ଦାମରେ ଜିଓ ନିଜର ଏୟାଫାଇବର ଲଞ୍ଚ କରିପାରେ । ଜିଓ ଏୟାର ଫାଇବର ପାଇଁ ମାସିକ ୬୪୦ ଟଙ୍କା ଖର୍ଚ୍ଚ କରିବାକୁ ଥିବା ବେଳେ ଛଅ ମାସ ଲାଗି କମ୍ପାନୀ ୩୬୫୦ ଟଙ୍କା ଚାର୍ଜ କରିପାରେ । ଏହା ସହିତ ୟୁଜର୍ସଙ୍କୁ ଜିଓ ସିନେମା ସମେତ ଏକାଧିକ ଆପ୍ସର ସବସ୍କ୍ରିପସନ୍‌ ମାଗଣା ମିଳିବ । ଏହା ପୂର୍ବରୁ ଏୟାରଟେଲ୍‌ ପକ୍ଷରୁ ଏକ୍ସଟ୍ରିମ୍‌ ଏୟାରଫାଇବର ଲଞ୍ଚ ହୋଇଥିଲା । 


ଏକ୍ସଟ୍ରିମ୍‌ ଏୟାର ଫାଇବର ଦିଲ୍ଲୀ ଏବଂ ମୁମ୍ବାଇରେ ଉପଳବ୍ଧ ରହିଛି । ଏହାର ମାସିକ ଚାର୍ଜ ୭୯୯ ଟଙ୍କା ଥିବା ବେଳେ ୬ ମାସ ପାଇଁ ୟୁଜର୍ସଙ୍କୁ ୪,୪୩୫ ଟଙ୍କା ଦେବାକୁ ପଡ଼ୁଛି । ତେବେ ଏୟାର ଫାଇବରରେ ଅପ୍ଟିକାଲ୍‌ ଫାଇବରର ଆବଶ୍ୟକତା ରହିବ ନାହିଁ । ଏହା ଏକ ୫ଜି ଓ୍ବାଇ ଫାଇ ସେବା । ଏଥିରେ ଥିବା ୫ଜି ନେଟଓ୍ବର୍କ ରିସିଭର ସହ ଓ୍ବାଇଫାଇ ସେଟଅପ୍‌ ସଂଯୋଗ ହୋଇଥାଏ । ଜିଓ ଏୟାର ଫାଇବର ମାଧ୍ୟମରେ ୧ ଜିବି ପ୍ରତି ସେକେଣ୍ଡ ସ୍ପିଡ୍‌ରେ ଇଣ୍ଟରନେଟ୍‌ ଉପଲବ୍ଧ ହେବ ବୋଲି ଅନୁମାନ କରାଯାଉଛି ।  

You can also read:୪ ଘଣ୍ଟାରେ କୋଟାରେ ୨ ଛାତ୍ରଙ୍କ ଆତ୍ମହତ୍ୟା

  • Mukesh Ambani
  • Jio Air Fiber
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.