ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ମେଣ୍ଟର ନାଁ INDIA ନ ରିଖି ଭାରତ ରଖିଥିଲେ…ବିଜେପିକୁ ଟାର୍ଗେଟ୍‌ କଲେ କେଜ୍ରିଓ୍ବାଲ

Image Courtesy: Free Press Journal

ନୂଆଦିଲ୍ଲୀ, ୦୫/୦୯: ଜି-୨୦ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଲେଖାଯାଇଛି । ଯାହାକୁ ନେଇ ଉତକ୍ଷିପ୍ତ ହୋଇଉଠିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କେହି କେମିତି ଦେଶର ନାଁ ପରିବର୍ତ୍ତନ କରିପାରିବ ବୋଲି କେଜ୍ରିଓ୍ବାଲ ପଚାରିଛନ୍ତି ।  ମହାମେଣ୍ଟର ନାମ ଯଦି ଭାରତ ହେବ ତେବେ କଣ ଭାରତର ନାଁ ପରିବରର୍ତ୍ତନ କରିଦେବ ବୋଲି ପ୍ରଶ୍ନ କରିଛନ୍ତି ଆପ୍‌ ନେତା ଅରବିନ୍ଦ କେଜ୍ରିଓ୍ବାଲ । 

ଉଦୟନିଧିଙ୍କ ପରେ ଏବେ ଆପ୍‌ ନେତା,ସନାତନ ଧର୍ମକୁ ଶେଷ କରିବା ନେଇ ଦେଲେ ବିବାଦୀୟ ମନ୍ତବ୍ୟ

୧୪୦ କୋଟି ଲୋକଙ୍କ ଦେଶ ହେଉଛି ଭାରତ । କୌଣସି ଏକ ଦଳର ଦେଶ ନୁହେଁ । ଯଦି ବିରୋଧୀ ମେଣ୍ଟର ନା ‘ଭାରତ’ ରଖାଯାଏ ତେବେ ଏମାନେ କଣ ଭାରତର ନାଁ ପରିବର୍ତ୍ତନ କରି ‘ବିଜେପି’ ରଖିଦେବେ କି ବୋଲି କେଜ୍ରିଓ୍ବାଲ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ବହୁ ହଜାର ବର୍ଷ ପୁରୁଣା ଦେଶ । ସଂସ୍କୁତି ପୁରୁଣା । ବିଜେପିକୁ ଲାଗୁଛି ଏହି ନାଁ ରଖିଲେ ତାର ଭୋଟ କମିଯିବ । ଭୋଟ କମିଯିବ ବୋଲି ଭାବି ଦେଶର ନାଁ ପରିବର୍ତ୍ତନ କରିଦେବା ଦେଶ ପ୍ରତି ଧୋକା ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । 

ଏହାସହ ଉପସ୍ଥିତ ଜନତାଙ୍କୁ କେଜ୍ରିଓ୍ବାଲ କହିଛନ୍ତି, ‘ମୁଁ ବି ସନାତମ ଧର୍ମାବଲମ୍ବୀ, ମୋ ସହିତ ବସିଥିବା ଲୋକେ ବି ସନାତନ ଧର୍ମୀ । ମୋତେ ଲାଗୁଛି ଆମେ ଆମର ଧର୍ମକୁ ସମ୍ମାନ କରିବା ଦରକାର । ସମସ୍ତଙ୍କୁ ପରଷ୍ପରର ଧମର୍କୁ ସମ୍ମାନ ଦେବା ଆବଶ୍ୟକ ।’   

You can also read:‘I.N.D.I.A’ରେ ଏକାଠି, ରାଜ୍ୟରେ ଭିନ୍ନ: ଆପ୍‌, କଂଗ୍ରେସର ନିର୍ବାଚନ ରଣନୀତି

  • INDIA Alliance
  • Copyright © 2022 - Summa Real Media Private Limited. All Rights Reserved.