ସମ୍ବଲପୁର, ୧୪/୦୯ : ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୮ଟି ଗେଟ୍। ମୋଟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଗତକାଲି ୨ଟି ଗେଟ୍ ଖୋଲିଥିଲା। ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ ଜଳ ହୀରାକୁଦକୁ ପ୍ରବେଶ କରୁଛି। ସେହି ଅନୁପାତରେ ୭୨ ହଜାର ୧୯୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୭୧ ଫୁଟ ଥିବା ସୂଚନା ମିଳିଛି।
ଆଗକୁ ୩ ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି | ଳରେ ଆଗକୁ ବର୍ଷାକୁ ଆଖି ଆଗରେ ରଖି ଡ୍ୟାମରେ ଫ୍ଲଡ ସ୍ପେସ ରଖିବାକୁ ଗେଟ୍ ଖୋଲାଯିବ ବୋଲି ଜଣାପଡିଛି ।