ମାଲେ : ମାଳଦ୍ୱୀପର ପର୍ଯ୍ୟଟନ ସଂଘ ଓ ତାର ବିପଣନ ଏବଂ ଜନସଂପର୍କ ନିଗମ ନିକଟରେ ଟି-୨୦ ବିଶ୍ୱ ଚମ୍ପିୟନ ହୋଇଥିବା ଭାରତୀୟ କ୍ରିକେଟ୍ ଟିମ୍କୁ, ବିଜୟର ଉତ୍ସବ ପାଳିବା ପାଇଁ ନିଜ ଦେଶକୁ କରିଛି ନିମନ୍ତ୍ରଣ। ରୋହିତ ଶର୍ମାଙ୍କ ତତ୍ତ୍ୱାବଧାନରେ ଭାରତୀୟ ଟିମ୍ ବାର୍ବଡୋସରେ ୨୯ ଜୁନ୍ରେ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ରେ ହରାଇ ଟ୍ରଫି ଜିତି ଥିଲା। ଉଭୟ ୟୁନିଟ୍ ଏକ ମିଳିତ ବିବୃତ୍ତିରେ କହିଛନ୍ତି, ମାଳଦ୍ୱୀପ ମାର୍କେଟିଂ ଆଣ୍ଡ ପବ୍ଲିକ୍ ରିଲାଏନ୍ସ କର୍ପୋରେସନ (ଏମଏମପିଆରସି / ଭିଜିଟ୍ ମାଳଦ୍ୱୀପ) ମାଳଦ୍ୱୀପ ଆସୋସିଏସନ ଅଫ୍ ଟିରିଜିମ୍ ଇଣ୍ଡଷ୍ଟ୍ରୀ (ଏମଏଟିଆଇ)ର ସହଯୋଗରେ ଭାରତୀୟ ଜାତୀୟ କ୍ରିକେଟ୍ ଟିମ୍କୁ ଏକ ସ୍ୱତନ୍ତ୍ର ଓ ଖୋଲା ନିମନ୍ତ୍ରଣ ଦେଇଛି।
ଏମଏମପିଆରସି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଇବ୍ରାହିମ୍ ଶିଉରୀ ଓ ଏମଏଟିଆଇର ମହାସଚିବ ଅହମ୍ମଦ ନଜିର ମିଳିତ ବିବୃତ୍ତିରେ କହିଛନ୍ତି କି, ସେମାନେ ଟିମକୁ ସ୍ୱାଗତ କରିବାକୁ ଉତ୍ସୁକ। ଭାରତୀୟ ଟିମ୍ ବିଶ୍ୱ ଚମ୍ପିୟନ ହେବା ପରେ ଗୁରୁବାର ଭାରତ ଫେରିଛି। ମୁମ୍ୱାଇରେ ଟିମ୍ର ବିଜୟ ପରେଡରେ ଲକ୍ଷ ଲକ୍ଷ ପ୍ରଶଂସକ ସାମିଲ ହୋଇଛନ୍ତି। ଏହି ବିବୃତ୍ତିରେ କୁହାଯାଇଛି , ଆମେ ଆପଣଙ୍କର (ହୋଷ୍ଟିଂ) ସ୍ୱାଗତ କରିବା ଓ ଆପଣଙ୍କର ପ୍ରବାସ ବେଳେ ଅଭୁଲା କ୍ଷଣ , ବିଶ୍ରାମ ଓ ସୁନ୍ଦର ଅନୁଭବକୁ ସୁନିଶ୍ଚିତ କରିବାରେ ଗର୍ଭ ଅନୁଭବ କରିବୁ। ସେମାନେ କହିଛନ୍ତି , ଏହି ନିମନ୍ତ୍ରଣ ମାଳଦ୍ୱୀପ ଓ ଭାରତ ମଧ୍ୟରେ ମଜବୁତ ଓ ଦୀର୍ଘକାଳୀନ ସାଂସ୍କୃତିକ ଓ ଖେଳ ସମ୍ୱନ୍ଧକୁ ଦର୍ଶାଇ ଥାଏ।
ଶିଓରୀ କହିଛନ୍ତି , ଭାରତୀୟ କ୍ରିକେଟ୍ ଟିମ୍ର ସ୍ୱାଗତ କରିବା ଓ ତାଙ୍କ ବିଜୟର ଖୁସିର ସଦସ୍ୟ ହେବା ମାଳଦ୍ୱୀପ ପାଇଁ ବହୁକ ସମ୍ମାନର କଥା ହେବ। ଏଥିପାଇଁ ଆମ ଦେଶକୁ ଆସନ୍ତୁ । ଆଉ ନିଜର ଖୁସିର ଉତ୍ସବ ପାଳନରେ ଆମକୁ ବି ସାମିଲ କରାନ୍ତି।