ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ସି ୱେଜ୍‌’ ସିପିଂ ନାଁରେ ୬୪ ଲକ୍ଷ ଠକେଇ ଅଭିଯୋଗ, କମ୍ପାନିର ୫ ଅଧିକାରୀଙ୍କ ନାଁରେ ମାମଲା ରୁଜୁ

ପାରାଦୀପ,୦୪/୧୨: ପାରାଦୀପ ଆଦର୍ଶ ଥାନା  ଅଧୀନ ମଧୁବନ ବ୍ୟାଙ୍କ୍‌ ଷ୍ଟ୍ରିଟ୍‌ରେ ଥିବା ‘ସି ୱେଜ୍‌’ ସିପିଂ ଆଣ୍ଡ୍‌ ଲଜିଷ୍ଟିକ୍ସ ଲିମିଟେଡ୍‌ କମ୍ପାନି ନାଁରେ ଏକ  ବଡ଼ଧରଣର ଠକେଇ ଅଭିଯୋଗ ଆସିଛି । କମ୍ପାନି ପାରାଦୀପର ଏକ ସଂସ୍ଥାଠାରୁ କାମ ଆଦାୟ ପରେ ବର୍ଷ  ବର୍ଷ ଧରି ବକେୟା ଟଙ୍କା ନଦେଇ ସଂସ୍ଥାର ମାଲିକଙ୍କୁ ଠକୁଥିବା ଥାନାରେ ଅଭିଯୋଗ ହୋଇଛି । ସଂପୃକ୍ତ  ସଂସ୍ଥାର ମାଲିକ ଏନେଇ ଆଇନର ଆଶ୍ରୟ ନେବା ପରେ  ସି ୱେଜ୍‌ ସିପିଂ ସଂସ୍ଥାର ୫ ଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କ  ନାଁରେ ଥାନାରେ ଠକେଇ ମାମଲା ରୁଜୁ ହୋଇଛି ।  

ପାରାଦୀପ ତାରିଣୀଗଡ଼ାର ପ୍ଲଟ୍‌ ନମ୍ବର  ୪୫୮୭/୩ରେ ରହୁଥିବା ସିକନ୍ଦର ଟ୍ରେଲର୍‌ ସର୍ଭିସ୍‌  ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ  ବି. ସିକନ୍ଦର ୨୦୨୦ ମେ’ ମାସ ୫ରେ ସିୱେଜ୍‌ ସିପିଂ  ସଂସ୍ଥାର ଡେପୁଟି ଜେନେରାଲ୍‌ ମ୍ୟାନେଜର୍‌ କ୍ୟାପଟେନ୍‌  ବି ରାଘବେନ୍ଦ୍ର ବର୍ମାଙ୍କ ସହ କମ୍ପାନୀର କାମ କରିବାକୁ  ଚୁକ୍ତି କରିଥିଲେ । ବନ୍ଦରରେ ସିୱେଜ୍‌ର ସାଇଡିଂରୁ  ଲୁହା ଭଳି ପଣ୍ୟ ସାମଗ୍ରୀ ଜାହାଜକୁ ବୋହି ବୋଝେଇ  କରିବା କାମ ସିକନ୍ଦର ଟ୍ରେଲର୍‌ ସର୍ଭିସ୍‌ ସଂସ୍ଥାକୁ ନ୍ୟସ୍ତ  କରିଥିଲା ସିୱେଜ୍‌ ସିପିଂ । ଏପରିକି କାମ ବାବଦକୁ  ଯେଉଁ ଦର ଧାର୍ଯ୍ୟ ହୋଇଥିଲା ସେଥିରେ କାମ ମଝିରେ  ୫୦ ପ୍ରତିଶତ ଟଙ୍କା ଓ କାମ ସରିବାର ୨୫ ଦିନ ପରେ  ବାକି ଟଙ୍କା ସିକନ୍ଦର ସଂସ୍ଥାକୁ ଦିଆଯିବ ବୋଲି ଚୁକ୍ତିରେ  ରହିଥିଲା । ସିକନ୍ଦର ସଂସ୍ଥା ପକ୍ଷରୁ ଠିକ୍‌ରେ କାମ ସାରି  ନିର୍ଦ୍ଧାରିତ ସମୟରେ ବିଲ୍‌ ପୈଠ କରାଯାଇଥିଲା । 

ଗତ  ଅଗଷ୍ଟ ୨୯ରେ ସଂସ୍ଥା ପକ୍ଷରୁ ୭୨ ଲକ୍ଷ ୩୮ ହଜାର ୯୪  ଟଙ୍କାର ବିଲ୍‌ ପୈଠ କରାଯାଇଛି । ସେଥିରୁ ୨୨ ଲକ୍ଷ ଟଙ୍କା  ଦିଆଯାଇ ବାକି ୫୦ ଲକ୍ଷ ୩୮ ହଜାର ୯୪ ଟଙ୍କା ପ୍ରଦାନ  କରାଯାଇନଥିଲା । ପାରାଦୀପ ଅଫିସ ବ୍ୟତୀତ ସିୱେଜ୍‌ର  ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସିକନ୍ଦର ସଂସ୍ଥାକୁ  ୮ ଲକ୍ଷ ୭୪ ହଜାର ୧୭ ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା ।  ସିକନ୍ଦର ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ବି. ସିକନ୍ଦରଙ୍କୁ  ବ୍ୟକ୍ତିଗତ ଭାବେ ୫ ଲକ୍ଷ ୫,୮୫୩ ଟଙ୍କାର କାମ  କରିବାକୁ ସିୱେଜ୍‌ ସିପିଂ ପକ୍ଷରୁ କୁହାଯାଇଥିଲା । 

ସିକନ୍ଦର  ସଂସ୍ଥା ପକ୍ଷରୁ ମୋଟ୍‌ ୬୪ ଲକ୍ଷ ୧୭ ହଜାର ୯୬୪ ଟଙ୍କାର  ବିଲ୍‌ ଦେବାର ୨୫ ଦିନ ପରେ ସି ୱେଜ୍‌ ସିପିଂର ବିଭିନ୍ନ ପଦାଧିକାରୀ ମୁଣ୍ଡରୁ ଦୋଷ ଖସାଇ ଖସିଯିବାକୁ ଉଦ୍ୟମ  କରିଥିଲେ । ସିକନ୍ଦର ସଂସ୍ଥାର ମାଲିକ ହତାଶ ହୋଇ ସି  ୱେଜ୍‌ କମ୍ପାନୀକୁ ୩ ଥର ନୋଟିସ୍‌ ପଠାଇବା ପରେ ବି  କମ୍ପାନୀ ଶୁଣି ନଥିଲା । ବାଧ୍ୟ ହୋଇ ସିକନ୍ଦର ସଂସ୍ଥାର  ମାଲିକ ଆଇନର ଆଶ୍ରୟ ନେଇଥିଲେ । କୋର୍ଟ ନିର୍ଦ୍ଦେଶରେ  ପାରାଦୀପ ଆଦର୍ଶ ଥାନା ପୁଲିସ ମାମଲା ରୁଜୁ କରିଛି । ଉକ୍ତ ଲିମିଟେଡ୍‌ର ପାରାଦୀପ ଶାଖା ପୂର୍ବତନ ଜିଏମ୍‌  ବି ରାଘବେନ୍ଦ୍ର ବର୍ମା, ହାଇଦ୍ରାବାଦସ୍ଥିତ କମ୍ପାନୀର ଶାଖା  କାର୍ଯ୍ୟାଳୟ ମୁଖ୍ୟ ପିଭିକେ ମୋହନ, କମ୍ପାନୀର ପାରାଦୀପ  ଶାଖାର ଡିଜିଏମ୍‌ ପଦ୍ମଲୋଚନ ଶାନ୍ତିଭୂଷଣ ବେହେରା,  ବିଶାଖପାଟଣା ଶାଖା କାର୍ଯ୍ୟାଳୟ ଜିଏମ୍‌ ସିଦ୍ଧାର୍ଥ ଶୁକ୍ଲା ଓ  ଭୁବନେଶ୍ୱର ଶାଖା କାର୍ଯ୍ୟାଳୟ ଅଧିକାରୀ କ୍ୟାପଟେନ୍‌  ଦେବେନ୍ଦ୍ର ନାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.