ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁର୍ଭାଗ୍ୟ ଏଡ଼ାଇବାକୁ ଚାହୁଁଛନ୍ତି କି, କେବେବି ବ୍ୟବହାର କରନ୍ତୁନି ଅନ୍ୟର ଏହି ସବୁ ଜିନିଷ

ଭୁବନେଶ୍ୱର ୧୦/୦୬: ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବସ୍ତୁର ନିଜସ୍ୱ ଉର୍ଜା ରହିଛି । ବସ୍ତୁକୁ ଯଥାସ୍ଥାନରେ ରଖିଲେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ । ଅନ୍ୟର ବ୍ୟବହୃତ କେତେକ ଜିନିଷ ବ୍ୟବହାର କଲେ ତା’ର ନକରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ ବୋଲି ବାସ୍ତୁ ଶାସ୍ତ୍ରର ମତ । ଅନ୍ୟର କେଉଁ ଜିନିଷ ନିହାତି ଆବଶ୍ୟକ ନହେଲେ ବ୍ୟବହାର କରିବେ ନାହିଁ, ଜାଣିବା ... 

-ଅନ୍ୟର ହାତଘଡ଼ି ପିନ୍ଧନ୍ତୁ ନାହିଁ । ଏହା ଆପଣଙ୍କ ଅଗ୍ରଗତିରେ ବାଧା ପହଞ୍ଚାଇପାରେ । 

-ଅନ୍ୟର ବସ୍ତ୍ର ଆଦୌ ପିନ୍ଧନ୍ତୁ ନାହିଁ । ଯଦି ଆବଶ୍ୟକ ପଡ଼ୁଛି, ତେବେ ସେହି ବସ୍ତ୍ର ବା ପୋଷାକକୁ ପ୍ରଥମେ ଭଲ ଭାବେ ଧୋଇ ତା’ପରେ ପିନ୍ଧିବା ଉଚିତ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଅନ୍ୟର ବସ୍ତ୍ର ପରିଧାନ ଅନୁଚିତ । ଅନ୍ୟର ବସ୍ତ୍ର ପିନ୍ଧିଲେ ଦୁର୍ଭାଗ୍ୟ ଆପଣଙ୍କ ପିଛା କରିପାରେ । ରୋଗବ୍ୟାଧିରେ ପଡିବା ସହିତ ନକାରାତ୍ମକ ଚିନ୍ତା ଘେରିପାରେ । 

-ସହିପରି ଅନ୍ୟର ଅଳଙ୍କାର ପିନ୍ଧନ୍ତୁ ନାହିଁ । ଆମେ ଅନେକ ସମୟରେ ନିଜ ବନ୍ଧୁପରିଜନ ପିନ୍ଧିଥିବା ମୁଦି ଯଦି ପସନ୍ଦ ହୁଏ, ତାକୁ ନିଜ ଆଙ୍ଗୁଠିରେ ଗଳାଇ ପରଖି ନେଉ । ଏପରି ମଧ୍ୟ ନକରିବାକୁ ବାସ୍ତ୍ରୁ ଶାସ୍ତ୍ର ପରାମର୍ଶ ଦିଏ । ଏହି ଅଭ୍ୟାସ କୁପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.