ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍ ରହୁଛନ୍ତି କି ? ଶରୀରରେ ବଢ଼ିପାରେ ଡିପୋମାଇନ୍ ସ୍ତର...

Published By : Prameya | September 3, 2024 5:31 PM

ଭୁବନେଶ୍ୱର, ୩।୯: ବର୍ତ୍ତମାନ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଯାଏଁ ସୋସିଆଲ ମିଡିଆରେ ସମସ୍ତେ ଆକ୍ଟିଭ୍ । କିନ୍ତୁ, ଜାଣି ରଖନ୍ତୁ, ସୋସିଆଲ ମିଡିଆରେ ଅଧିକ ସମୟ ବିତାଉଥିଲେ ଆପଣଙ୍କଠାରେ ବଢ଼ିଯାଇଥାଏ ଡୋପୋମାଇନ ସ୍ତର । କ’ଣ ଏହି ଡୋପୋମାଇନ ? ଡୋପୋମାଇନ ସ୍ତର ବଢ଼ିଲେ କ’ଣ ହୁଏ ? ଶରୀରକୁ ସୁସ୍ଥ ଏବଂ ରୋଗମୁକ୍ତ ରଖିବା ପାଇଁ ହରମୋନର ବିଶେଷ ଗୁରୁତ୍ୱ ରହିଛି । ଏଥିମଧ୍ୟରୁ ଗୋଟିଏ ହେଉଛି ଡୋପୋମାଇନ ହରମୋନ । ଡୋପୋମାଇନ ହେଉଛି ମଣିଷକୁ ସବୁବେଳେ ଖୁସିରେ ରଖୁଥିବା ଏକ ହାପି ହରମୋନ । ଏହା ନ୍ୟୁରୋଟ୍ରାନ୍ସମିଟର ଭଳି କାର୍ଯ୍ୟ କରିଥାଏ, ଯାହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ । ଆମ ମସ୍ତିଷ୍କରେ ଡୋପୋମାଇନ ସ୍ୱାଭାବିକ ଭାବେ ଉତ୍ପନ୍ନ ହୋଇଥାଏ । 

ତେବେ ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ବିତାଉଥିବା ଲୋକଙ୍କଠାରେ ଡୋପୋମାଇନ ସ୍ତର ବଢ଼ିଯାଇଥାଏ । ଏଣୁ ସୋସିଆଲ ମିଡିଆ ବ୍ୟବହାର କରିବା କିମ୍ୱା ଭିଡିଓ ଗେମ୍ ଖେଳୁଥିବା ଲୋକଙ୍କଠାରେ ଡୋପୋମାଇନ୍ ସୃଷ୍ଟି ହୋଇଥାଏ । ଫଳରେ ସେମାନେ ଲଗାତାର ସେହିସବୁ କାର୍ଯ୍ୟ କରିବା ଲାଗି ଉତ୍ସାହିତ ହୋଇଥାନ୍ତି । ଅନ୍ୟପଟେ ଅଧିକ ଡୋପୋମାଇନ ସୃଷ୍ଟି ହେବା ଶରୀର ପାଇଁ କ୍ଷତିକାରକ । ଏହାଦ୍ୱାରା ଲୋକଙ୍କଠାରେ ଧୈର୍ଯ୍ୟର ଅଭାବ ପରିଲକ୍ଷିତ ହୁଏ । ଏଥିସହ ମାନସିକ ଭାବେ ମଧ୍ୟ ଜଣେ ଦୁର୍ବଳ ହୋଇଯାଏ । ସେହିପରି ଅତ୍ୟଧିକ ଡୋପୋମାଇନ କ୍ଷରଣ ହେବା ଦ୍ୱାରା ଚିଡ଼ଚିଡ଼ାପଣ ବି ବୃଦ୍ଧି ପାଏ ।

ତେଣୁ ସାମାଜିକ ଗଣମାଧ୍ୟମରେ ଅଧିକ ସକ୍ରିୟ ରହିବା ଦ୍ୱାରା ଲୋକଙ୍କ ମସ୍ତିଷ୍କରେ ଡୋପୋମାଇନ ସୃଷ୍ଟି ହେଉଛି । ଯାହା ଦ୍ୱାରା ସେମାନେ ଅଧିକ ସମୟ ଏଥିରେ ହିଁ ଅତିବାହିତ କରୁଛନ୍ତି । ଯାହା ଫଳରେ ସେମାନେ ମାନସିକ ଓ ଶାରୀରିକ ଭାବେ ପ୍ରଭାବିତ ହୋଇଥାନ୍ତି । ତେବେ ମିଚିଗାନ୍ ବିଶ୍ୱବିଦ୍ୟାଳୟ ଅନୁସାରେ, ବିଶ୍ୱରେ ପ୍ରାୟ ୨ କୋଟି ଲୋକ ସାମାଜିକ ଗଣମାଧ୍ୟମ ଅଭ୍ୟାସକୁ ନେଇ ଚିନ୍ତାରେ ଅଛନ୍ତି । ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ଅନେକ ଯୁବପିଢ଼ି ଡୋପୋମାଇନ ଡିଟକ୍ସର ସାହାରା ନେଉଛନ୍ତି । ତେବେ ଡୋପୋମାଇନ୍ ଡିଟକ୍ସ ପାଇଁ ଆପଣ ଫୋନ୍ ବ୍ୟବହାର କରିବା କମ୍ କରନ୍ତୁ । ଏହା ବ୍ୟତୀତ ବହିପଢ଼ିବା, ଧ୍ୟାନ କରିବା, ବଗିଚା କାମ ଆଦି କାମ କରି ଡୋପୋମାଇନ ଡିଟକ୍ସ କରାଯାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.