ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଦ୍ବିତୀୟ ଟେଷ୍ଟରୁ ଯଶପ୍ରୀତ୍ ବୁମରା ବାଦ୍ ! ଏଜବାଷ୍ଟନରେ କିଏ ନେବ ୟର୍କର କିଙ୍ଗଙ୍କ ସ୍ଥାନ ? ଆକାଶ ନା ଅର୍ଶଦୀପ

Published By : Ankita S | June 30, 2025 1:10 PM

ନୂଆଦିଲ୍ଲୀ,୩୦/୦୬: ଘରୋଇ ଇଂଲଣ୍ଡ ଓ ଇଣ୍ଡିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟ ଲିଡ୍ସରେ ଖେଳାଯାଇଥିଲା । ଭାରତ ୫ ୱିକେଟରେ ପରାସ୍ତ ହୋଇଥିଲା । ଏବେ ସିରିଜ ୧-୦ ସ୍ଥିତିରେ ରହିଛି । ପ୍ରଥମ ଟେଷ୍ଟରେ ପରାଜୟ ପରେ ସିରିଜକୁ  ଫେରିବା ପାଇଁ ଏଜବାଷ୍ଟନରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ନେଇ ଟିମ୍ ଇଣ୍ଡିଆ ପ୍ରସ୍ତୁତି ଜାରି ରଖିଛି । କୁହାଯାଉଛି କି ଏହି ଟେଷ୍ଟରେ ବିଶ୍ରାମ ନେଇ ପାରନ୍ତି ଯଶପ୍ରୀତ ବୁମରା । ଯଦି ସେ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡନ୍ତି ତେବେ ତାଙ୍କ ସ୍ଥାନରେ କାହାକୁ ଟିମ୍ ଇଣ୍ଡିଆରେ ସାମିଲ କରାଯିବ । ଆକାଶ ଦୀପ ନା ଅର୍ଶଦୀପ ସିଂହ କାହାକୁ ମିଳିବ ସୁଯୋଗ । ପଢନ୍ତୁ ଏହି ରିପୋର୍ଟ ।

ଇଂଲଣ୍ଡ ବିପକ୍ଷ ଲିଡ୍ସ ଟେଷ୍ଟରେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ରହିଥିଲା । ପ୍ରଥମ ଇନିଂସରେ ବୁମରା ୫ଟି ୱିକେଟ ହାସଲ କରିଥିଲେ । ଇଂଲଣ୍ଡ ବୋଲଙ୍କୁ ଘାଇଲା କରିଥିଲେ ଅନୁଭବୀ ବୁମ୍‌ ବୁମ୍‌ ବୁମରା । ଆସନ୍ତା ଜୁଲାଇ ୨ରୁ ଏଜବେଷ୍ଟନରେ ଦ୍ବିତୀୟ ଟେଷ୍ଟ ଆରମ୍ଭ ହେବ । ଏହି ଟେଷ୍ଟରୁ ବୁମରା ବାଦ ପଡିପାରନ୍ତି। ଯଦି ଏମିତି ହୁଏ ତେବେ ଭାରତ ପାଇଁ ଏହା ଏକ ଝଟକାଠୁ କିଛି କମ୍‌ ନୁହେଁ । ପ୍ରଥମରୁ ହିଁ ହେଡ୍‌ କୋଚ କହିଥିଲେ କି ବୁମରା ୫ଟି ଟେଷ୍ଟରୁ ୩ଟି ଖେଳିବେ । ଗୋଟିଏ ଟେଷ୍ଟ ବୁମରା ଖେଳିଛନ୍ତି ବାକି ୪ରୁ କେବଳ ୨ଟି ହିଁ ଖେଳିବେ ବୁମରା । ଯଦି ସେ ଦ୍ବିତୀୟ ଟେଷ୍ଟ ନ ଖେଳନ୍ତି ତେବେ ତାଙ୍କ ସ୍ଥାନରେ ଆକାଶ ଦୀପ କିମ୍ବା ଅର୍ଶଦୀପଙ୍କୁ ଏକାଦଶରେ ନିଆଯାଇପାରେ ।

ଅଧିକ ପଢନ୍ତୁ...ସେପ୍ଟେମ୍ବର ୧୦ରୁ ଏସିଆ କପ୍‌ କ୍ରିକେଟ୍‌ ! ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ ରହିବାକୁ ନେଇ ଦ୍ୱନ୍ଦ୍ୱ

ଆକାଶ ଦୀପ ନା ଅର୍ଶଦୀପ ? ଶ୍ରେଷ୍ଠ ବୋଲର ବୁମରା ଏହି ସିରିଜର ୩ଟି ଟେଷ୍ଟ ଖେଳିବେ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି । ତେଣୁ ଏଜବାଷ୍ଟନରେ ସେ ବିଶ୍ରାମ ନେବା ଏକପ୍ରକାର ନିଶ୍ଚିତ । ତାଙ୍କ ଅନୁପସ୍ଥିତିରେ ବୋଲିଂ ବିଭାଗକୁ ସନ୍ତୁଳିତ କରିବା ପାଇଁ ଜୋରଦାର  ପ୍ରସ୍ତୁତି ଚାଲିଛି । ଆକାଶ ଦୀପ ଓ ଅର୍ଶଦୀପଙ୍କୁ ନୂଆ ବଲ୍‌ରେ ଦୀର୍ଘ ସମୟ  ଧରି ବୋଲିଂ ଅଭ୍ୟାସ କରାଯାଇଥିଲା ।

ଯଦି ଆକାଶ ଦୀପଙ୍କ କଥା କହିବା ତେବେ ଟେଷ୍ଟ ଡେବ୍ୟୁରେ ତାଙ୍କର ପ୍ରଦର୍ଶନ ଏତେ ଭଲ ନଥିଲା । ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କ ବୋଲିଂ ଲେନ୍ଥ-ଲାଇନ୍‌ ବିଗିଡ଼ି ଯାଇଥିଲା । ୨୮ ବର୍ଷୀୟ ଆକାଶ ଏଯାବତ୍ ୭ଟି ଟେଷ୍ଟ ଖେଳି ୧୫ ୱିକେଟ ନେଇଛନ୍ତି । ତାଙ୍କ ଆଭରେଜ ୩୫.୨୦ ରହିଛି । ଯାହା ଆଶା ଅନୁସାରେ କମ୍‌ ।

ସେହିପରି ଅର୍ଶଦୀପ ସିଂହଙ୍କୁ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ମିଳିନାହିଁ । ହେଲେ ଇଂଲଣ୍ଡରେ ତାଙ୍କର ରେଡବଲ୍ କ୍ରିକେଟ୍ ଅନୁଭବ ରହିଛି । ୨୦୨୩ରେ କେଣ୍ଟ ପାଇଁ କାଉଣ୍ଟିଂ କ୍ରିକେଟ ଖେଳିଥିଲେ । ୫ ମ୍ୟାଚ ଖେଳି ୧୩ଟି ୱିକେଟ ନେଇଥିଲେ । ସେବେ ତାଙ୍କ ଆଭରେଜ ଥିଲା ୪୧.୭୬ । ଯଦି ଅର୍ଶଦୀପ ଖେଳନ୍ତି ତେବେ ପେସ୍‌ ଆଟକ୍‌ରେ ପରିବର୍ତ୍ତନ ହେବ । କାରଣ ତାଙ୍କର ବାମହାତୀ ଦ୍ରୁତ ବୋଲିଂ ବ୍ୟାଟରଙ୍କୁ ଅଡୁଆରେ ପକାଇପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.