ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ସହରାଞ୍ଚଳକୁ ନେଇ ଲୋକାଲ ସର୍କଲ ସର୍ଭେ: କ୍ରେଡିଟ କାର୍ଡ ଦ୍ୱାରା ୪୩% ଠକେଇ, ୟୁପିଆଇ ନେଣଦେଣରେ ୩୦% ଠକେଇ

Image source: Jagran

ନୂଆଦିଲ୍ଲୀ,୧୭/୦୬: ଚିନ୍ତା ବଢ଼ାଇଛି  ଆର୍ଥିକ ଠକେଇ। ଗତ ୩ ତିନି ବର୍ଷରେ ଭାରତୀୟ ପରିବାର ଏହା ଦ୍ୱାରା କ୍ଷତିଗ୍ରସ୍ତ  ହୋଇଛନ୍ତି । ବ୍ୟକ୍ତି ବିଶେଷ ନିଜେ କିମ୍ବା  ସେମାନଙ୍କ ପରିବାର ମଧ୍ୟରୁ କେହି ଏଭଳି  ଆର୍ôଥକ ଠକେଇରେ ଶିକାର ହୋଇଥିବା  ଜଣାପଡିଛି । ଆର୍ଥିକ ଠକେଇର ଶିକାର  ହୋଇଥିବା ସହରୀ ଲୋକଙ୍କ ମଧ୍ୟରେ  ୪୩% କ୍ରେଡିଟ କାର୍ଡ କ୍ଷେତ୍ରରେ ଠକେଇ  ସାମ୍ନା କରିଛନ୍ତି । ସେହିଭଳି ୟୁପିଆଇ  ନେଣଦେଣରେ ୩୦% ଠକେଇ ସାମ୍ନା  କରିଥିବା ଲୋକାଲ ସର୍କଲ ପକ୍ଷରୁ ହୋଇଥିବା  ଏକ ସର୍ଭେରୁ ଜଣାପଡିଛି । 

କ୍ରେଡିଟ କାର୍ଡ ଦ୍ୱାରା ଠକେଇ ସାମ୍ନା  କରିଥିବା ୧ରୁ ୨% ଲୋକ ଘରୋଇ ଏବଂ  ମର୍ଚ୍ଚାଣ୍ଟ ୱେବସାଇଟଗୁଡିକ ଦ୍ୱାରା ଅନଧିକୃତ  ଦେୟ ଭରିଛନ୍ତି । ୟୁପିଆଇ ଠକେଇ ସାମ୍ନା  କରିଥିବା ପ୍ରତି ୧୦ରୁ ୪ ଜଣ କହିଛନ୍ତି  ଯେ, ପେମେଣ୍ଟ ପାଇବାକୁ କହି କ୍ୟୁଆର୍‌  ପଠାଯାଇଛି । ଆକାଉଣ୍ଟକୁ ପଇସା ଆସିବା  ପରିବର୍ତ୍ତେ ଆକାଉଣ୍ଟରୁ ଟଙ୍କା କଟି ଯାଇଛି ।  ଆର୍ଥିକ ଠକେଇରୁ ବଞ୍ଚିବା ଲାଗି ବୁଦ୍ଧମତା  ଦେଖାଇବାକୁ ପଡିବ। ଏ ନେଇ କେନ୍ଦ୍ରୀୟ  ବ୍ୟାଙ୍କ ମଧ୍ୟ ବିଭିନ୍ନ ସମୟରେ ସଚେତନତା  ସୃଷ୍ଟି କରୁଛି । 

ଦେଶର ୩୦୨ ଜିଲ୍ଲାରୁ ୨୩ ହଜାର  ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା ।  ଏଥିରେ ୬୨% ପୁରୁଷ ଥିବା ବେଳେ ୩୮% ମହିଳା ସାମିଲ ହୋଇଥିଲେ । ଏହି ସର୍ଭେରେ  କୁହାଯାଇଛି ଯେ, ଉଭୟ ୟୁପିଆଇ ଏବଂ  କ୍ରେଡିଟ କାର୍ଡ ବ୍ୟବହାର କ୍ଷେତ୍ରରେ ଅଧିକ  ସଚେତନତା ଆବଶ୍ୟକତା ରହିଛି । ସେହିଭଳି  ଲୋକମାନେ ଆର୍ôଥକ ଠକେଇ ସାମ୍ନା କରିବାର  ଗୋଟିଏ ମିନିଟରେ କିଭଳି ଅନ୍‌ଲାଇନରେ ଅଭିଯୋଗ କରିପାରିବେ ତାକୁ ନେଇ ସ୍ଥାନିୟ  ଥାନା ଗୁଡିକ ମଧ୍ୟ ଲୋକଙ୍କୁ ସଚେତନ  କରାଇବା ଆବଶ୍ୟକ । 

ତେବେ ଆର୍ଥିକ ଠକେଇ ସାମ୍ନା କରୁଥିବା  ଲୋକଙ୍କୁ ସହାୟତା କରିବା ଲାଗି ଥାନାରେ  ସେଭଳି କିଛି ଭିତ୍ତିଭୂମି ନାହିଁ । ସେହିଭଳି କର୍ମଚାରୀ ମାନେ ମଧ୍ୟ ଏତେଟା ସଚେତନ  ନୁହଁନ୍ତି । କ୍ରେଡିଟ କାର୍ଡରେ ନେଣଦେଣ  ଠକେଇ ସାମ୍ନା କରିଥିବା ୪୩% କହିଛନ୍ତି ।  ସେହିଭଳି ୟୁପିଆଇରେ ୩୩%, ଡେବିଟ  କାର୍ଡରେ ୧୩%, ବ୍ୟାଙ୍କ ଆକାଉଣ୍ଟରେ ୧୯%,  ଏଟିଏମ୍‌ କାର୍ଡରେ ୬%, ୩୦% ଅନ୍ୟ ଆର୍ôଥକ ଠକେଇ ସାମ୍ନା କରୁଥିବା ମତ ରଖିଛନ୍ତି । 

ଭାରତୀୟ ଗ୍ରାହକଙ୍କ କ୍ରେଡିଟ କାର୍ଡ ଡାଟା  ବିଭିନ୍ନ ଭେଣ୍ଡରଙ୍କୁ ସହଜରେ ମିଳିଯାଉଛି ।  ପ୍ୟାନ, ଆଧାର, ମୋବାଇଲ ନମ୍ବର, ଇମେଲ  ସହ ଲୋକଙ୍କ ଠିକଣା ମଧ୍ୟ ସହଜରରେ  ମିଳିଯାଉଛି । ଫଳରେ ଏହା କ୍ରେଡିଟକାର୍ଡଙ୍କ  ଧାରୀଙ୍କ ପାଇଁ ସମସ୍ୟା ହେଉଛି । ଯଦି  କୌଣସି ବ୍ୟକ୍ତି ସେମାନଙ୍କ କ୍ରେଡିଟ କାର୍ଡକୁ  ଅନ୍ତର୍ଜାତୀୟ ନେଣଦେଣ ପାଇଁ ଅନୁମତି  ଦେଉଛନ୍ତି ତାଙ୍କୁ ଅନ୍ତର୍ଜାତୀୟ ୱେବସାଇଟ  ଏବଂ ଆପ୍‌ ଗୁଡିକ ବିନା ଓଟିପିରେ ଦେୟ  ଲାଗୁ କରୁଛନ୍ତି । 

ଗତ ୩ ବର୍ଷରେ ପ୍ରତି ୨ ଜଣଙ୍କ ମଧ୍ୟରୁ  ଜଣେ ଘରୋଇ ଏବଂ ଅନ୍ତର୍ଜାତୀୟ ମର୍ଚ୍ଚାଣ୍ଟ  ୱେବସାଇଟ ଗୁଡିକୁ ଅନଧିକୃତ ଚାର୍ଜ  ଦେଇଥିବା କହିଛନ୍ତି । ଏମିତିକି ବେନାମୀ  ୱେବସାଇଟ ଗୁଡିକ ମଧ୍ୟ ଚାର୍ଜ ଲାଗୁ କରିଛନ୍ତି ।  ସେହିଭଳି ୟୁପିଆଇର ଅନଲାଇନ ପେମେଣ୍ଟ  କ୍ଷେତ୍ରରେ ଠକେଇ ହେଉଥିବା ସର୍ଭେରୁ  ଜଣାପଡିଛି । 

ଦେଶରେ ଏବେ ଆର୍ଥିକ ଠକେଇ ଏବଂ  ସାଇବର ଅପରାଧ ମାମଲାଗୁଡ଼ିକ ବଢ଼ିଚାଲିଛି ।  ଲୋକଙ୍କୁ ଅନଲାଇନ୍‌ରେ ଠକିବା ଲାଗି  ଅନାଇ ବସିଛନ୍ତି । ସୁଯୋଗ ପାଇଲେ  ଘଟାଉଛନ୍ତି ଏଭଳି କାଣ୍ଡ । ଲୋକେ ବାଧ୍ୟ  ହୋଇ ଏସବୁ ସହୁଛନ୍ତି । କାରଣ ଥରେ  ଠକେଇ ହେଲାପରେ ଟଙ୍କା ଫେରିପାଇବା  କଷ୍ଟକର ହୋଇପଡ଼ୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.