ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଦିଲ୍ଲୀରେ ୟୁପିଏସସି ଛାତ୍ରୀଙ୍କ ଆତ୍ମହତ୍ୟା , ସୁଇସାଇଡ୍ ନୋଟ୍‌ରେ ଜଣାଇଲେ ମନର ଯନ୍ତ୍ରଣା

ନୂଆଦିଲ୍ଲୀ : ଦିଲ୍ଲୀର ଓଲ୍ଡ ରାଜେନ୍ଦ୍ର ନଗର ସ୍ଥିତ କୋଚିଂ ସେଣ୍ଟର ଅଘଟଣରେ ୟୁପିଏସସି ଷ୍ଟୁଡେଣ୍ଟଙ୍କ ମୃତ୍ୟୁ ମାମଲା ଏବେ ଶାନ୍ତ ପଡ଼ି ନଥିବା ବେଳେ , ଜଣେ ୟୁପିଏସସି ଛାତ୍ରୀଙ୍କ ଆତ୍ମହତ୍ୟା ଖବର ସାମନାକୁ ଆସିଛି। ଦିଲ୍ଲୀର ଓଲ୍‌ଡ ରାଜେନ୍ଦ୍ର ନଗରରେ ଘର ଭଡ଼ା ନେଇ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିଲେ ମହାରାଷ୍ଟ୍ରର ଏହି ଛାତ୍ରୀ। ସେ ରୁମ୍‌ରେ ଏକ ସୁଇସାଇଟ୍‌ ନୋଟ୍ ଛାଡ଼ିଛନ୍ତି। ୟୁପିଏସସିର ଏହି ଛାତ୍ରୀ ଡିପ୍ରେସନରେ ଆସି ଆତ୍ମହତ୍ୟା କରିଥିବା ଦର୍ଶାଇଛନ୍ତି। ସୁଇସାଇଡ୍‌ ନୋଟ୍‌ରେ ଛାତ୍ରୀ କହିଛନ୍ତି , ସେ କେଉଁ ସବୁ ଚାପରେ ରହି ସିଭିଲ୍‌ ସେବାର ପ୍ରସ୍ତୁତି କରୁଛନ୍ତି। ତାଙ୍କର ପ୍ରତିଦିନର ସମସ୍ୟା କଥା ମଧ୍ୟ ଏହି ସୁଇସାଇଡ୍‌ ନୋଟ୍‌ରେ ଦର୍ଶାଇଛନ୍ତି।

ସୁଇସାଇଡ୍‌ ନୋଟ୍‌ରେ ଛାତ୍ରୀ ନିଜର ମାତା-ପିତାଙ୍କୁ କ୍ଷମା ମାଗି ଅନେକ କଥା କହିଛନ୍ତି ଏବଂ କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ ଏହାବି ଜଣାଇଛନ୍ତି। ମମି-ପାପା ମୋତେ କ୍ଷମା କରିଦିଅ । ମୁଁ ଏବେ ଜୀବନରେ ଖୁବ୍‌ ଅଶାନ୍ତିରେ ଦିନ ବିତାଉଛି। କୌଣସି ଶାନ୍ତି ନାହିଁ ଜୀବନରେ। ଏବେ ମୋତେ ଶାନ୍ତି ଦରକାର। ମୁଁ ଏହି ଡିପ୍ରେସନରୁ ମୁକ୍ତି ପାଇବାର ଖୁବ୍‌ ଚେଷ୍ଟା କଲି , କିନ୍ତୁ କିଛି ହେଲା ନାହିଁ। ମୁଁ ଡାକ୍ତରଙ୍କୁ ପାଖକୁ ଗଲି , କିନ୍ତୁ କିଛି ବି ଲାଭ ମିଳିଲା ନାହିଁ। ଛାତ୍ରୀ ଜଣଙ୍କ ନିଜର ସୁଇସାଇଡ୍‌ ନୋଟ୍‌ରେ ଆହୁରି ଲେଖିଛନ୍ତି , ମୋର ଗୋଟିଏ ହିଁ ସ୍ୱପ୍ନ ଥିଲା। ମୁଁ ପ୍ରଥମ ପ୍ରୟାସରେ ୟୁପିଏସସି କ୍ଲିୟର କରିବାକୁ ଚାହୁଁ ଥିଲି। କିନ୍ତୁ ଏମିତି ହେଲା ନାହିଁ। ସେବେଠାରୁ ମୁଁ ଚିନ୍ତାରେ ଥିଲି। ଏହି କଥାକୁ ସମସ୍ତେ ଜାଣି ଥିଲେ ଏବଂ ସବୁ ମୋତେ ସପୋର୍ଟ ମଧ୍ୟ କଲେ। 

ଛାତ୍ରୀ ନିଜ ମାତା-ପିତାଙ୍କୁ ସୁଇସାଇଡ୍ ନୋଟ୍‌ରେ ଲେଖିଛନ୍ତି , ଏବେ ମୁଁ ନିଜକୁ ବହୁତ ଅସହାୟ ଅନୁଭବ ମନେକରୁଛି ଏବଂ ହସ ଖୁସିରେ ଯିବାକୁ ଚାହୁଁଛି ଏବଂ ଶାନ୍ତିରେ ରହିବାକୁ ଚାହୁଁଛି।

ଛାତ୍ରୀ ସୁଇସାଇଡ୍‌ ନୋଟରେ ଲେଖିଛନ୍ତି , ମୋତେ ଜଣାଅଛି ଏହା ବ୍ରେକିଂ ନ୍ୟୁଜ୍‌ ହେବ। ମୋତେ ଜଣା ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ , ହେଲେ ଏମିତି ଅନେକ ଲୋକ ଅଛନ୍ତି ଯିଏ ନିଜ ଜୀବନକୁ ଶେଷ କରି ଦେବାକୁ ଚାହାନ୍ତି। ଛାତ୍ରୀ ଜଣଙ୍କ ସରକାରଙ୍କୁ ଅପିଲ କରିଛନ୍ତି କି, ପରୀକ୍ଷାରେ ହେଉଥିବା ଫ୍ରଡ୍‌କୁ ରୋକା ଯାଉ ଓ ରୋଜଗାରର ସୁଯୋଗ ସୃଷ୍ଟି କରାଯାଉ। ଅନେକ ଯୁବକଯୁବତୀ ଚାକିରି ପାଇଁ ସଂଘର୍ଷ କରୁଛନ୍ତି। ଏହା ମୋ ଜୀବନ ଓ ମୋତେ କିଛି ମଧ୍ୟ କରିବାର ଅଧିକାର ଅଛି। ଏଥିରେ କାହାକୁ ନ୍ୟୁଜ୍‌ କରିବାର ଆବଶ୍ୟକ ନାହିଁ। 

ଛାତ୍ରୀ ନିଜର ସୁଇସାଇଡ୍‌ ନୋଟ୍‌ରେ ପିଜି ଓ ହଷ୍ଟେଲର ଭଡ଼ା ବୃଦ୍ଧି କଥା ମଧ୍ୟ କହିଛନ୍ତି।ଲେଖିଛନ୍ତି , ପିଜି ଓ ହଷ୍ଟେଲର ଭଡ଼ା ମଧ୍ୟ ହ୍ରାସ କରାଇବା ଉଚିତ୍‌। ଏହି ଲୋକେ ଖାଲି ଷ୍ଟୁଡେଣ୍ଟଙ୍କୁ ଲୁଟୁଛନ୍ତି। ସବୁ ଛାତ୍ର ଏତେ ଟଙ୍କା ଦେଇ ପାରିବେ ନାହିଁ। କାହାକୁ ବେଶୀ କାନ୍ଦିବା ଆବଶ୍ୟକ ନାହିଁ। ସମସ୍ତଙ୍କୁ ଦିନେ ନା ଦିନେ ମରିବାରୁ ହେବ , ଏଥିରେ କୌଣସି ବଡ଼ କଥା ନୁହେଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.