ଡେରାଡୁନ୍ : ଉତ୍ତରାଖଣ୍ଡରେ ଖୁବ୍ ମୌସୁମୀ ବର୍ଷା ଓ ଲଗାତାର ହେଉଥିବା ଭୂସ୍ଖଳନ ଶ୍ରଦ୍ଧାଳୁଙ୍କୁ ସମସ୍ୟାରେ ପକାଇଛି। କେଦାରନାଥ ଧାମର ପାଦଚଲା ରାସ୍ତାରେ ଥିବା ଏକ ଚଟାଣର ଶିଖରରେ ଫସି ରହିଥିଲେ ଦୁଇ ଯୁବକ। ତାଙ୍କୁ ରବିବାର ସକାଳେ ସୁରକ୍ଷିତ ଓହ୍ଲାଇ ଦିଆଯାଇଛି। ଏହି ଅକଳ୍ପନୀୟ ଓ ଅସାଧାରଣ ରେସ୍କ୍ୟୁ ରାଜ୍ୟରେ ଦେବଦୂତ କୁହାଯାଉ ଥିବା ସଙ୍କଟମୋଚନ ବାହୀନି (ଏସଡିଆରଏଫ୍) କରି ଦେଖାଇଛି ।
ଏସଡିଆରଏଫ୍ର କମାଣ୍ଡେଣ୍ଟ ମଣିକାନ୍ତ ମିଶ୍ରା କହିଛନ୍ତି, ବିଳମ୍ୱିତ ରାତିରେ ସୋନପ୍ରୟାଗ କୋତବାଲୀରୁ ଏସଡିଆରଏଫ୍ ଟିମ୍କୁ ସୂଚନା ମିଳିଥିଲା ୧୧ ଜଣ ଶ୍ରଦ୍ଧାଳୁ ତ୍ରିଜୁଗୀ ନାରାୟଣରୁ ଉପରେ ୮ କିଲୋମିଟର ଦୂରତାରେ ଜଙ୍ଗଲରେ ଘୂରି ବୁଲୁଛନ୍ତି। ତାଙ୍କ ପାଖରେ ଖାଦ୍ୟପେୟର ଜିନିଷ ଶେଷ ହୋଇଯାଇଛି । ତାଙ୍କୁ ତତ୍କାଳ ସାହାଯ୍ୟର ଆବଶ୍ୟକତା ରହିଛି।
ସୂଚନା ପାଇବା କ୍ଷଣି ଏସଡିଆରଏଫ୍ର ରେସ୍କ୍ୟୁ ଟିମ୍ ୧୩ କିଲୋମିଟର ସଡ଼କ ମାର୍ଗରୁ ତ୍ରିଜୁଗୀ ନାରାୟଣ ପାଇଁ ବାହାରି ଯାଇଥିଲେ। ସେଠାରେ ପହଞ୍ଚିବା ପରେ ୬ଜଣ ବାହାଦୂର ଯବାନଙ୍କ ଏହି ଟିମ୍ ଉପ ନିରୀକ୍ଷକ ଜିତେନ୍ଦ୍ର ସିଂହଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକଙ୍କ ସହ ୫ କିଲୋମିଟରର ଦୁର୍ଗମରେ ଚଢି ସୋନ ନଦୀ କୂଳରେ ପହଞ୍ଚି ଥିଲେ। ସେମାନେ କହିଥିଲେ, ସେଠାର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା। ସୋନ ନଦୀ ଖୁବ୍ ଜୋରରେ ପ୍ରବାହିତ ହେଉଥିଲା। ଏହି ସମୟରେ ସୂଚନା ମିଳିଲା କି ୧୧ରୁ ୯ଜଣ ଶ୍ରଦ୍ଧାଳୁ ସକୁଶଳ ଫେରି ଆସିଛନ୍ତି, କିନ୍ତୁ ୨ଜଣ ଲୋକ ଏବେ ବି ଫସି ରହିଛନ୍ତି।
ମିଶ୍ରା କହିଛନ୍ତି ଏସଡିଆରଏଫ୍ର ଟିମ୍ ସ୍ଥାନୀୟ ଗ୍ରାମୀଣଙ୍କ ସାହାଯ୍ୟରେ ଡ୍ରୋନ ବ୍ୟବହାର କରି ସୋନ ନଦୀର ଅନ୍ୟ ପାର୍ଶ୍ୱରେ ଥିବା ଜଙ୍ଗଲର ସର୍ଚ୍ଚିଂ ଆରମ୍ଭ କରିଥିଲେ। ଡ୍ରୋନ୍କୁ ଉପରେ ଦେଖି ପଥର ଚଟାଣ ଉପରେଠିଆ ହୋଇ ଦୁଇ ଯୁବକ ଜୋରରେ ଡାକୁଛନ୍ତି । ସେହି ଉଚ୍ଚ ଚଟାଣ ଉପରୁତଳକୁ ଓହ୍ଲାଇବା ସେମାନଙ୍କପାଇଁ ସମ୍ଭବପର ନଥିଲ। । ଟିମ୍ ଅନେକ ଚେଷ୍ଟା କରିବା ପରେ ସେହି ଦୁଇ ଯୁବକଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଥିଲେ।ସେହି ଦୁଇ ଜଣ ଯୁବକ ହେଲେ ଫାଜିଲ ମଣ୍ଡଳ ଓ ମହେଶ ସିଂହ । ସେମାନେ ଦିଲ୍ଲୀର ସରିତା ବିହାରରେ ରୁହନ୍ତି।