ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ନୟାଗଡ଼, ପୁରୀ, ବାଲେଶ୍ୱର ଓ ଗଞ୍ଜାମରେ ହେବ ଫିସିଂ ହବ୍, ଉତ୍ପାଦନରୁ ବିକ୍ରି ପର୍ଯ୍ୟନ୍ତ ରହିବ ସୁବିଧା

ଭୁବନେଶ୍ଵର, ୧୦/୦୭ : ଓଡ଼ିଶାର ନୟାଗଡ଼, ପୁରୀ, ବାଲେଶ୍ୱର ଓ ଗଞ୍ଜାମରେ ହେବ ଫିସିଂ ହବ୍। ଜାତୀୟ ମତ୍ସ୍ୟ ଚାଷୀ ଦିବସ ଅବସରରେ ଏହା ଘୋଷଣା କରିଛନ୍ତି ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ କହିଛନ୍ତି ଯେ, ଉତ୍ପାଦନରୁ ବିକ୍ରି ପର୍ଯ୍ୟନ୍ତ ସୁବିଧା ରହିବ। ବାଲେଶ୍ୱର ବସ୍ତାରେ ହୋଲସେଲ ମାର୍କେଟ ପାଇଁ ୭୮ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଚାଲିଛି। ଭୁବନେଶ୍ୱରରେ ହୋଲସେଲ ମାର୍କେଟ ପାଇଁ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରାଯାଇଛି। ପ୍ରତି ଜିଲ୍ଲାରେ ରିଟେଲ ଆଉଟଲେଟର ବ୍ୟବସ୍ଥା କରାଯିବ। ଧାମରା ଓ ଚାନ୍ଦିପୁରରେ ବିକ୍ରୟ ବ୍ୟବସ୍ଥା ପାଇଁ ଅପଗ୍ରେଡେସନ କରାଯାଉଛି। ବର୍ତ୍ତମାନ ଓଡ଼ିଶା ମତ୍ସ୍ୟ ସମ୍ପଦ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ଅଛି। ଏହାକୁ ଏକ ନମ୍ବର କରିବାକୁ ମତ୍ସ୍ୟ ଚାଷୀଙ୍କୁ ସବୁ ପ୍ରକାର ବୈଷୟିକ ସହଯୋଗ ଦିଆଯିବ। ପ୍ରତି ପଞ୍ଚାୟତରେ ମତ୍ସ୍ୟ ଚାଷ ପାଇଁ ଯୁବକମାନଙ୍କୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ଭଲ ମାଛ ଉତ୍ପାଦନ ସହ ବିକ୍ରୟ କେନ୍ଦ୍ର ଗୁଡିକୁ ସୁଦୃଢ କରାଯିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.