ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଅଭିବୃଦ୍ଧି ଅନୁମାନ ବଢ଼ାଇଲା ବିଶ୍ୱବ୍ୟାଙ୍କ, ଏ ବର୍ଷ ଭାରତରେ ୭% ବିକାଶ ହାର

ଭୁବନେଶ୍ୱର, ୪।୯: ଭାରତର ଅଭିବୃଦ୍ଧି ଅନୁମାନକୁ ବଢ଼ାଇଛି ବିଶ୍ୱବ୍ୟାଙ୍କ । ଚଳିତ ଆର୍ଥିକବର୍ଷ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭% ବଢ଼ିବ ବୋଲି ଏହା ପୂର୍ବାନୁମାନ କରିଛି । ପୂର୍ବରୁ ଏ ନେଇ ବିଶ୍ୱବ୍ୟାଙ୍କର ଅନୁମାନ ଥିଲା ୬.୬%  । ତେବେ ମଧ୍ୟବର୍ତ୍ତୀକାଳୀନ ପାଇଁ ଅର୍ଥନୈତିକ ଅଭିବୃଦ୍ଧି ମଜଭୁତ ରହିବ ବୋଲି ଏହା ପ୍ରକାଶ କରିଛି । ବିଶ୍ୱବ୍ୟାଙ୍କର କଣ୍ଟ୍ରି ନିର୍ଦ୍ଦେଶକ(ଭାରତ) ଅଗଷ୍ଟେ ତାନୋ କୌମେ କହିଛନ୍ତି ଯେ, ଗତ ଆର୍ଥିକବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା ୮.୨% ବଢ଼ିଥିଲା, ଯାହାକି ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ସବୁଠୁ ଦ୍ରୁତ ଥିଲା । ଭାରତୀୟ ଅର୍ଥନୀତି ଏବେ ବି ଦ୍ରୁତ ବେଗରେ ବଢୁଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ବ୍ୟାଙ୍କ ଏହାର ଅନୁମାନକୁ ସଂଶୋଧିତ କରିଛି । ଗତ ମାସ ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍‌ବିଆଇ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ଅନୁମାନ ୭.୨%ରେ ଅପରିବର୍ତ୍ତିତ ରଖିଛି । 

ସେହିଭଳି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଏହି ଆର୍ଥିକବର୍ଷ ପାଇଁ ଭାରତର ଅଭିବୃଦ୍ଧି ଅନୁମାନକୁ ୦.୨୦% ବଢ଼ାଇ ୭% କରିଛି । ପ୍ରକାଶଯୋଗ୍ୟ, ଚଳିତ ଆର୍ଥିକବର୍ଷର ଏପ୍ରିଲ-ଜୁନ୍‌ ତ୍ରୟମାସରେ ଭାରତର ଜିଡିପି ଅଭିବୃଦ୍ଧି ୬.୭%କୁ କମିଛି । ବିଶେଷ କରି ସାଧାରଣ ନିର୍ବାଚନ ଆଚାର ସଂହିତା ପାଇଁ ସରକାରୀ ବ୍ୟୟ ଉପରେ ରୋକ୍‌ ଲାଗିଥିଲା, ଯାହା ପ୍ରଭାବରେ ଅଭିବୃଦ୍ଧି ଉପରେ ପ୍ରଭାବ ପଡ଼ିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ପ୍ରଥମ ତ୍ରୟମାସରେ ଜିଡିପି ଅଭିବୃଦ୍ଧିରେ ହ୍ରାସକୁ ଦୃଷ୍ଟିରେ ରଖି ନୋମୁରା ଭାରତ ପାଇଁ ଏହାର ଅନୁମାନକୁ ୬.୯%ରୁ ୬.୭%କୁ ହ୍ରାସ କରିଛି । ଅନ୍ୟପକ୍ଷରେ, ଗୋଲ୍‌ଡମ୍ୟାନ୍‌ ସାଚ୍‌ସ ଏବଂ ଜେପି ମୋର୍ଗାନ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥନୀତି ପାଇଁ ଅଭିବୃଦ୍ଧି ଅନୁମାନକୁ ୬.୫% ରଖିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.