ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଭାଇରାଲ ହେବାର ନିଶାରେ ଜୀବନ ଗଲା : ନାଗ ସାପକୁ ପାଟିରେ ଚାପି ଧରି ଭିଡ଼ିଓ କରୁଥିଲେ ଯୁବକ

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ଭାଇରାଲ ହେବା ନିଶାରେ ଆଜିକାଲି ଲୋକେ ଅଜବ ଗଜବ ହରକତ ସବୁ କରିଥାନ୍ତି। କିଛି ଲୋକଙ୍କୁ ତ ଏହାର ଭୁଲ କାର୍ଯ୍ୟ ଯୋଗୁଁ ଭୋଗିବାକୁ ପଡ଼ିଛି। ଏକ ଏମିତି ହିଁ ମାମଲା ସାମନାକୁ ଆସିଛି, ଯେଉଁଠି ଯୁବକ ଜଣଙ୍କ ଲୋକପ୍ରିୟ ହେବାକୁ ନାଗ ସାପକୁ ନିଜ ପାଟିରେ ଚାପି ଧରି ଥିଲେ। ଏବେ କୁହାଯାଉଛି ଯେ, ଏହି ବିଷାକ୍ତ ସାପଟି କାମୁଡ଼ି ଦେବାକୁ ତାଙ୍କର ମୃତ୍ୟୁ ହୋଇଛି। ଉକ୍ତ ଘଟଣା ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାର ଥିବା କୁହାଯାଉଛି। ମୃତକ ଯୁବକଙ୍କ ନାଁ ଶିବରାଜ , ଯିଏକି ୨୦ ବର୍ଷ ବୟସର ଥିଲେ। 

ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଶିବରାଜ ରାସ୍ତା ମଝିରେ ଛିଡ଼ା ହୋଇଛନ୍ତି ଏବଂ ନାଗ ସାପକୁ ପାଟିରେ ପୂରାଇଛନ୍ତି। ଏମିତି ଲାଗୁଛି କି ସେ ଦାନ୍ତରେ ସାପର ମୁଣ୍ଡକୁ ଚାପି ରଖିଛନ୍ତି। ସାପଟି ବଞ୍ଚିବା ପାଇଁ ଛଟପଟ ହେଉ ଥିବାର ନଜର ଆସୁଛି। ଯୁବକ ଜଣକ ଏହି ସମୟରେ ହାତ ଯୋଡ଼ି କ୍ୟାମେରା ଆଡ଼କୁ ଦେଖୁଛନ୍ତି । ସେ ନିଜ କେଶକୁ ବି ସଜାଉଛନ୍ତି। ନାଗଟି ସାପ ପାଟିରେ ଚାପି ହୋଇ ରହିଛି ଏବଂ ୪୮ ସେକେଣ୍ଡର ଭିଡ଼ିଓ ସରିଯାଉଛି। କୁହାଯାଉଛି ଯେ, ଶିବରାଜ ନିଜ ବାପାଙ୍କ ସହ ସାପ ଧରିବା କାମ କରୁଥିଲେ। 

ବାପା-ପୁଅ ଏହି ଘାତକ ସାପକୁ ଧରିବାକୁ ଆସି ଥିଲେ , ଯେଉଁଥିରେ ସେ ସଫଳ ହୋଇଥିଲେ। ରିପୋର୍ଟ ମୁତାବିକ , ତାଙ୍କର ବାପା କହିଥିଲେ କି , ସେ ଏହାର ଭିଡ଼ିଓ ରେକର୍ଡ କରି ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ସେୟାର କରି ଦେବାକୁ। ଦୁଃଖର କଥା ଏହା କି,ଯେବେ ସେ ସାପ ସହ ବିପଜ୍ଜନକ ଷ୍ଟଣ୍ଟ କରୁଥିଲେ , ସେତେବେଳେ ସାପ କାମୁଡ଼ି ଦେଇଥିଲା। ସେଥିର ତାଙ୍କର ମୃତ୍ୟୁ ହୋଇଗଲା । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଖୁବ୍‌ ଜୋରରେ ଭାଇରାଲ ହେଉଛି। ଇଣ୍ଟରନେଟ୍‌ ୟୁଜର ଏହାକୁ ଦେଖି ଦୁଃଖ କରିବା ସହ ନିଜର ବିରକ୍ତି ଭାବ ପ୍ରକାଶ କରିଛନ୍ତି। ଲୋକଙ୍କ କହିବା ହେଲେ ଯେ, ନାଗ ଭଳି ବିଷାକ୍ତ ସାପକୁ ମୁହଁରେ ନେବାର କଣ ଆବଶ୍ୟକ ଥିଲା। ଏହିପରି  ଆଉ କିଛି ଲୋକ ମଧ୍ୟ ଏହିପରି ବିପଜ୍ଜନକ ଷ୍ଟଣ୍ଟ  ନକରିବାରୁ ପରାମର୍ଶ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.