କଳା, ସୌନ୍ଦର୍ଯ୍ୟ ଓ ପ୍ରେମର ଗ୍ରହ ଶୁକ୍ର ବୈଶାଖ ଶୁକ୍ଲ ପକ୍ଷ ଦଶମୀ ତିଥିରେ ମେଷ ରାଶି ଛାଡି ବୃଷ ରାଶିରେ ପ୍ରବେଶ କରିବେ। ଶୁକ୍ର ରାଶିର ଏହି ପରିବର୍ତ୍ତନରେ କେତେକ ରାଶି ପାଇଁ ରାଜ ଯୋଗ ରହିଛି। ଏଥିସହ ବୃଷ ରାଶିରେ ଦେବଗୁରୁ ବୃହସ୍ପତିଙ୍କ ମଧ୍ୟ ଗୋଚର ହେବ । ଶୁକ୍ରଙ୍କ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ମେଷ ଠାରୁ ସିଂହ ରାଶି ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପଡିବ।
ମେଷ ରାଶି: ଶୁକ୍ର ବୃଷ ରାଶିର ପ୍ରବେଶ କରିବା ଫଳରେ ମେଷ ରାଶି ବ୍ୟକ୍ତିମାନଙ୍କ ଧନ ବୁଦ୍ଧି ଓ ବ୍ୟବସାୟରେ ବୁଦ୍ଧି ହେବ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ବାବନ ରହିଛି। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ପ୍ରେମ ସମ୍ପର୍କ ଭଲ ରହିବ।
ବୃଷ ରାଶି:ମନୋବଳ ଦୃଢ ରହିବ। ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ଆସିବ। ଜୀବନସାଥୀଙ୍କ ଠାରୁ ଲାଭ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଦେବେ । ପରିବାର ସହ ଭ୍ରମଣରେ ଯାଇପାରନ୍ତି ।
ମିଥୁନ ରାଶି: ଏହି ରାଶିର ବ୍ୟକ୍ତିମାନଙ୍କ ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି। ବିଦେଶ ଯାତ୍ରାରେ ଯାଇପାରନ୍ତି। ସନ୍ତାନଙ୍କ ଠାରୁ ଶୁଭଫଳ ପାଇପାରନ୍ତି। ସନ୍ତାନଙ୍କ ପାଇଁ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି।
କର୍କଟ ରାଶି:ଆକସ୍ମାତ ଧନପ୍ରାପ୍ତି ହେବ । ସନ୍ତାନଙ୍କ ଠାର ଶୁଭ ସମ୍ବାଦ ପାଇପାରନ୍ତି । ମାତାପିତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ । ଗୃହ କିଣିବାର ସୁଯୋଗ ରହିଛି। ପ୍ରେମ ସମ୍ପର୍କ ଭଲ ରହିବ । ସୁସମ୍ବାଦ ପାଇପାରନ୍ତି ।
ସିଂହ ରାଶି: ଏହି ରାଶିର ବ୍ୟକ୍ତିମାନଙ୍କ ସମ୍ମାନ ବୃଦ୍ଧି ହୋଇପାରେ। ବ୍ୟବସାୟରେ ପ୍ରଗତି ହେବ । ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇପାରନ୍ତି । ଗୃହ ଏବଂ ବାହନ ସୁଖ ପାଇପାରନ୍ତି।