ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣା : ଆଉ ଜଣେ ଫେରାର୍ ଅଭିଯୁକ୍ତ ଗିରଫ, ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ଢେଙ୍କାନାଳ, ୧୦/୦୯ : ଢେଙ୍କାନାଳର ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାରେ ଆଉ ଜଣେ ଗିରଫ। ସୋମବାର ରାତିରେ ଗଣଦୁଷ୍କର୍ମ ଘଟଣାରେ ଫେରାର ଥିବା ୨ ଅଭିଯୁକ୍ତଙ୍କ ମଧ୍ୟରୁ ଆଉ ଜଣେ ଧରା ପଡ଼ିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଗିରଫ ଅଭିଯୁକ୍ତ ଭାପୁର ଫାଣ୍ଡି ମହୁଲପୁଞ୍ଜି ଗ୍ରାମର କାଠିଆ ମହାରଣା ବୋଲି ଜଣାପଡିଛି। ଏହି ଘଟଣାରେ ୬ ରୁ ୭ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଥିବା ବେଳେ ଜଣେ ଅଭିଯୁକ୍ତର ଗତ ଦେଢ଼ ମାସ ହେଲା ମୃତ୍ୟୁ ଘଟିଥିବା ଜଣାପଡିଛି। ସେପଟେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ରହିଛି। ପୋଲିସ ତାକୁ ଧରିବା ପାଇଁ ଛାନଭିନ୍ ଚଳାଇଛି। ଏନେଇ ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।

ଅପର ପକ୍ଷରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା ଢେଙ୍କାନାଳ ଯାଇ ସକ୍ଷୀ କେନ୍ଦ୍ରରେ ପୀଡ଼ିତା ଯୁବତୀଙ୍କୁ ଭେଟି ଆଶ୍ୱସନା ଦେଇଛନ୍ତି। ଏହା ସହ ଘଟଣାସ୍ଥଳରେ ସ୍ଥିତି କତି ଢେଙ୍କାନାଳ ଏସପିଙ୍କୁ ଭେଟି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳରେ ଗଣଦୁଷ୍କର୍ମ ଘଟଣା। ପୀଡ଼ିତା ଯୁବତୀଙ୍କ ବାପା ଘରଜ୍ୱାଇଁ ଭାବେ ଶ୍ୱଶୁର ଘରେ ରହୁଥିଲେ। ମା’ଙ୍କ ମୃତ୍ୟୁ ପରେ ବାପା ମାନସିକ  ବିକାରଗ୍ରସ୍ତ ହୋଇପଡ଼ିଥିଲେ । ରକ୍ଷଣାବେକ୍ଷଣ  ଅଭାବରୁ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ବାପା, ଝିଅ ଗାଁରେ ଥିବା ମହିଳା ସମିତି ଗୃହର ଶିଡ଼ି ତଳେ ରହୁଥିଲେ । ଗାଁର ୭ ଜଣ ଯୁବକ ରାତିରେ ଯୁବତୀଙ୍କୁ ଛାତ ଉପରକୁ ଉଠାଇ ନେଇ ଗଣବଳାତ୍କାର କରୁଥିଲେ। ପୀଡ଼ିତା ଯୁବତୀ ୭ ମାସର ଅନ୍ତଃସତ୍ତ୍ଵା ହେବା ଯାଏଁ ବି ତାଙ୍କୁ ଗଣଦୁଷ୍କର୍ମ କରାଯାଉଥିଲା। ଏପରିକି ଗ୍ରାମବାସୀଙ୍କ ଜାଣତରେ ଏହି ନାରକୀୟ କାଣ୍ଡ ଚାଲିଥିଲା। ଗତ ୭ ତାରିଖରେ ଏନେଇ ପ୍ରଥମେ ‘ପ୍ରମେୟ’ରେ ଖବର ପ୍ରକାଶ ପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.