ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଜମିଲାଣି ନିଶାଡ଼ିଙ୍କ ଆଡ୍ଡା, ଏକାଠି ହୋଇ ଗଛ କନ୍ଦିରେ ମଦ ଗଞ୍ଜେଇ ଟାଣୁଛନ୍ତି ନିଶାଖୋର

ପୁରୀ, ୦୭/୦୯ : ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଜମିଲାଣି ନିଶାଡ଼ିଙ୍କ ଆଡ୍ଡା । ପରିକ୍ରମା ମାର୍ଗ ଶ୍ରଦ୍ଧାଳୁଙ୍କ ନିମନ୍ତେ ହୋଇପଡ଼ିଲାଣି  ଅସୁରକ୍ଷିତ। ନିଶାଖୋରମାନେ ଏକାଠି ହୋଇ ବିଭିନ୍ନ ଗଛ କନ୍ଦିମାନଙ୍କରେ ମଦ, ଗଞ୍ଜେଇ ଖାଉଥିବା ଚିତ୍ର ସାମ୍ନାକୁ ଆସିଛି । ନିଶାରେ ଟୁଳ ହୋଇ ପରିକ୍ରମା ମାର୍ଗରେ ଚାଲିବା ଓ ଗଡ଼ିବାର ଉଦ୍‌ବେଗଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ଶ୍ରଦ୍ଧାଳୁମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୁଲିସ କିମ୍ବା ପରିକ୍ରମା ମାର୍ଗ ସୁରକ୍ଷା ନିମନ୍ତେ ମୁତୟନ ଠିକାସଂସ୍ଥାର ସିକ୍ୟୁରିଟି ଗାର୍ଡମାନେ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି ।  

ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ସରକାର ସ୍ୱତନ୍ତ୍ର ଭାବେ ସିଂହଦ୍ୱାର ଥାନା କରିଛନ୍ତି । ପରିକ୍ରମା ମାର୍ଗ ନିର୍ମାଣ ପରେ ପରିବର୍ଦ୍ଧିତ ୧୦  ଏକର ଜାଗାକୁ ସୁରକ୍ଷା ନିମନ୍ତେ ଜିଲ୍ଲା ପୁଲିସ  ପକ୍ଷରୁ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପରିକ୍ରମା ମାର୍ଗ ସୁରକ୍ଷା ନିମନ୍ତେ ବର୍ଷକୁ ଲକ୍ଷାଧିକ ଟଙ୍କା ନେବାକୁ ଚୁକ୍ତି କରିଥିବା ଠିକାସଂସ୍ଥା ପକ୍ଷରୁ ବହୁ ସଂଖ୍ୟକ ସିକ୍ୟୁରିଟି ଗାର୍ଡ, ମାଳି, ସଫେଇ କର୍ମଚାରୀ ପ୍ରଭୃତିଙ୍କୁ ମୁତୟନ କରାଯାଇଛି । ମାତ୍ର ପରିକ୍ରମା ମାର୍ଗ ନିଶାଡ଼ିଙ୍କ ଆଡ୍ଡାସ୍ଥଳ ହୋଇପଡ଼ିଛି । ଏଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟି ନଦେବା ଉଦ୍‌ବେଗର କାରଣ ହୋଇଛି । ତୁରନ୍ତ ପ୍ରଶାସନ ଦୃଷ୍ଟି ନଦେଲେ ଏଠାରେ ଅସାମାଜିକ ଉତ୍ପାତ ବୃଦ୍ଧି ଘଟିବାର ଆଶଙ୍କା ସୃଷ୍ଟି ହୋଇଛି । ଭିତର ପରିକ୍ରମା ମାର୍ଗରେ ପଶିବା ନିମନ୍ତେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ରାସ୍ତା ଓ ଗେଟ୍‌ କରାଯାଇଛି । ଭିତର ପରିକ୍ରମା ମାର୍ଗକୁ ସୁରକ୍ଷା ଦେବା ନିମନ୍ତେ ପାଚେରି  କରାଯାଇଛି । ବହୁ ସଂଖ୍ୟକ ସିସିଟିଭି ଲଗାଯାଇଛି । ଏଥିନିମନ୍ତେ ସିସିଟିଭି କଣ୍ଟ୍ରୋଲ ରୁମ୍‌ କରାଯାଇଛି । କୋଟିକୋଟି ଟଙ୍କା ଖର୍ଚ୍ଚ  ହୋଇଛି । ମାତ୍ର ଏହାକୁ ଠିକ୍‌ ଭାବେ ଯାଞ୍ଚ କରାଯାଇ ତତ୍କାଳ ପଦକ୍ଷେପ ନିଆଯାଉନାହିଁ । ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା  ଶ୍ରଦ୍ଧାଳୁମାନେ ଅଭିଯୋଗ କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.