ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଇତିହାସରେ ରଥଯାତ୍ରା... ୧୬ଶ ଶତାବ୍ଦୀରେ ଭାଙ୍ଗି ଯାଇଥିଲା ଶ୍ରୀବଳଭଦ୍ରଙ୍କ ଶ୍ରୀଭୁଜ

Published By : Prameya | July 10, 2024 3:16 PM

ପୁରୀ, ୧୦/୦୭ : ୧୬ଶ ଶତାବ୍ଦୀରେ ରାଜା ଗଉଡ଼ିଆ ଗୋବିନ୍ଦଙ୍କ ସମୟରେ ଦୋଳବେଦିରେ ଦୋଳି ଖେଳୁଥିବା ବେଳେ ପଡ଼ିଯିବାରୁ ଶ୍ରୀବଳଭଦ୍ରଙ୍କ ଶ୍ରୀଭୁଜ ଭାଙ୍ଗି ଯାଇଥିଲା। ତାହା ପରଠାରୁ ମହାପ୍ରଭୁ ଶ୍ରୀଜିଉମାନେ ପ୍ରତ୍ୟେକ୍ଷ ଭାବେ ଦୋଳବେଦିକୁ ଦୋଳି ଖେଳିବାକୁ ଆସିବା ବନ୍ଦ ହୋଇଯାଇଥିଲା। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ଦୋଳବେଦିକୁ ବିଜେ କରିଥିଲେ ଓ ଦୋଳବେଦିରେ ଦୋଳପୂର୍ଣ୍ଣିମା ଅବସରରେ ଦୋଳି ଖେଳୁଥିଲେ। ଯାହା ଅବ୍ୟବହିତ ଚାଲୁ ରହିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଦୋଳମଣ୍ଡପ ସାହି ଜହ୍ନମୁଣ୍ଡିଆ ଛକରେ ଥିବା ଦୋଳବେଦିରେ ପୂର୍ବରୁ ଶ୍ରୀଜିଉମାନେ ଦୋଳପୂର୍ଣ୍ଣିମା ଅବସରରେ ବିଜେ କରି ଦୋଳି ଖେଳୁଥିଲେ। ସେହିପରି ୧୯୭୨ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରା ବେଳେ ଚାଳମାଳ ଅଧାରେ ଅଟକି ରହିଥିଲେ । ସେବାୟତମାନେ ବହୁ ଚେଷ୍ଟା କରିବା ସତ୍ତ୍ଵେ ରଥକୁ ଠାକୁରଙ୍କୁ ପହଣ୍ଡି କରିପାରିନଥିଲେ । ଶେଷ ନିଷ୍ପତ୍ତିକ୍ରମେ ଗଜପତି ନଅରରୁ ଚାଲିଚାଲି ଆସି ଠାକୁରଙ୍କୁ ପ୍ରାର୍ଥନା କରିଥିଲେ । କିଛି ଭୁଲ ଥିଲେ କ୍ଷମା କରିଦେବାକୁ ନିବେଦନ କରିଥିଲେ । ପରେ ଠାକୁରଙ୍କୁ ବେଶ ଆରାମରେ ସେବକମାନେ ରଥ ଉପରକୁ ପହଣ୍ଡି କରି ନେଇଥିଲେ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା । 

ଚଳିତ ବର୍ଷ ଏକ ବିରଳ ଯୋଗରେ ରଥଯାତ୍ରା ପାଳନ ହେଉଛି । ୧୩ଦିନିଆ ପକ୍ଷ ପଡ଼ିଥିବାରୁ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା ପାଳନ ହୋଇଥିଲା । ୫୩ ବର୍ଷ ପରେ ୧୯୭୧ ମସିହା ଭଳି ବିରଳ ଯୋଗରେ ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ପାଳନ ହେଉଥିଲା । ମାତ୍ର ପ୍ରଶାସନ ପକ୍ଷରୁ ସ୍ଥିରିକୃତ ନୀତି ଠିକ୍‌ ଭାବେ କରାଯାଇନଥିଲା । ମନଇଛା ନୀତି କରାଯାଇଥିଲା । ମହାପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖର ମଳିନ ଦେଖାଯିବା ସହ ବିଘ୍ନ ଜଳଜଳ ଦିଶୁଥିଲା । ଯାହା ପ୍ରଥମ ଅଶୁଭର ସୂଚନା ଦେଇଥିଲେ । ରଥ ଉପରେ ପାଳନ ହେବାକୁ ଥିବା ବ୍ୟବସ୍ଥାବଳୀକୁ ଫୁ’ କରି ଉଡ଼ାଇ ଦିଆଯାଇଥିଲା । ମହାପ୍ରଭୁଙ୍କ ସହ ସେଲ୍ଫି ଉଠାଇବା, ବାହୁ ଉପରେ ଭାରା ଦେଇ ଠିଆ ହେବା, ରଥ ଉପରେ ଅଣସେବାୟତମାନେ ପହଞ୍ଚି ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଛୁଇଁବା, ରଥ ପାର୍ଶ୍ୱ ଠାକୁରଙ୍କ ମୁଣ୍ଡ ଉପରେ ଗୋଡ଼ ଥୋଇ ଉପରକୁ ଉଠିବା ପ୍ରଭୃତି ଘଟଣା ପ୍ରଶାସନିକ ବିଧି ବ୍ୟବସ୍ଥାକୁ ସମାଲୋଚନା କରିଥିଲା । 

ସେହିପରି ସ୍କନ୍ଦ ପୁରାଣ ମୁତାବକ ମହାପ୍ରଭୁଙ୍କୁ ଶ୍ରୀଗୁଣ୍ଡିଚା ଦିନ ରଥରେ ବସାଇ ଆଣି ଆଡ଼ପ ମଣ୍ଡପରେ ବିଜେ କରିବା ବିଧିବିଧାନକୁ ଅଣଦେଖା କରାଯାଇଆସୁଛି । ପୁରୀ ଶଙ୍କରାଚାର୍ଯ୍ୟ ଏହାକୁ ବାରମ୍ବାର ପାଳନ କରିବାକୁ ପରାମର୍ଶ ଦେଉଥିଲେ ହେଁ ଏହାକୁ ପ୍ରଶାସନ ବେଖାତିର କରିଚାଲିଛି । ପୂର୍ବରୁ ବେଶ ଭକ୍ତିଭାବର ସହ ମହାପ୍ରଭୁଙ୍କ ନିକଟରେ ସମର୍ପଣ ଭାବ ରଖି ପାଳନ ହେଉଥିବା ରଥଯାତ୍ରା କିଛି ସେବକ ଓ ପ୍ରଶାସନିକ ଅଧିକାରୀଙ୍କ ନିମନ୍ତେ ଫ୍ୟାସନ ପାଲଟିଛି । ସୋସିଆଲ ମିଡିଆରେ ବାଃ ବାଃ ଗୋଟାଇବା ଓ ଅଧିକ ଧନ ରୋଜଗାର କରିବା ରଥଯାତ୍ରାର ଉଦ୍ଦେଶ୍ୟ ହୋଇଯାଇଛି । ଯାହା ମହାପ୍ରଭୁଙ୍କ ନିମନ୍ତେ ଅସହ୍ୟ ହୋଇଗଲାଣି । ନିଜ ବଡ଼ିମା ଦେଖାଉଥିବା ପ୍ରଶାସନିକ ବ୍ୟବସ୍ଥା ମହାପ୍ରଭୁଙ୍କ ଲୀଳା ଆଗରେ ଫିକା ପଡ଼ି ଯାଇଛି । ସମଗ୍ର ବିଶ୍ୱ ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡିରେ ଅବ୍ୟବସ୍ଥାର ଚିତ୍ରକୁ ଦେଖିଛନ୍ତି । ବଡ଼ ଠାକୁରେ ରଥ ଚାରମାଳ ପଡ଼ିଯିବା କୋଟିକୋଟି ଭକ୍ତଙ୍କ ଆଖିରେ ଲୁହ ଭରି ଦେଇଛି ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.