ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସୁନୀତା ଓ୍ବିଲିୟମ୍ସଙ୍କ ବିନା ପୃଥିବୀକୁ ଫେରିଆସିଲା ସ୍ପେସ୍‌ କ୍ରାଫ୍ଟ, ମରୁଭୂମିରେ ସୁରକ୍ଷିତ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍‌ ଓ୍ବିଲମୋରଙ୍କ ଅଡ଼ୁଆ ବଢ଼ିଲା । ୩ ମାସ ପରେ ଦୁଇ ମହାକାଶଚାରୀଙ୍କୁ ଛାଡ଼ି ଏକାକୀ ପୃଥିବୀପୃଷ୍ଠକୁ ଫେରିଆସିଲା ବୋଇଂର ଷ୍ଟାରଲାଇନର । ଆଜି (ଶନିବାର) ସକାଳ ୯.୩୧ରେ ଷ୍ଟାରଲାଇନର ନ୍ୟୁ ମେକ୍ସିକୋର ହ୍ବାଇଟ୍‌ ସ୍ୟାଣ୍ଡ ହାର୍ବରରେ ସୁରକ୍ଷିତ ଅବତରଣ କରିଛି । ୩ଟି ବଡ଼ ପାରାଚ୍ୟୁଟ୍‌ ଏବଂ ଏୟାର ବ୍ୟାଗ୍‌ ସାହାଯ୍ୟରେ ଲ୍ୟାଣ୍ଡ କରିଛି ଷ୍ଟାରଲାଇନର । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଅନୁସାରେ, ସ୍ପେସ୍‌ କ୍ରାଫ୍ଟ ଭାରତୀୟ ସମୟାନୁସାରେ ଭୋର ୩.୩୦ରେ ଅନ୍ତରଜାତୀୟ ସ୍ପେସ୍‌ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲା । 

ପୃଥିବୀପୃଷ୍ଠରେ ପହଞ୍ଚିବାକୁ ଏହାକୁ ପ୍ରାୟ ୬ ଘଣ୍ଟା ସମୟ ଲାଗିଛି । ଷ୍ଟାରଲାଇନର ସକାଳ ୯ଟା ୧୫ ମିନିଟରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା । ସେତେବେଳେ ଏହାର ବେଗ ଘଣ୍ଟାପ୍ରତି ୨,୭୩୫ କିଲୋମିଟର ଥିଲା । ସକାଳ ପ୍ରାୟ ୯.୩୧ରେ ଏହା ଆମେରିକାର ନ୍ୟୁ ମେକ୍ସିକୋର ହ୍ବାଇଟ ସ୍ୟାଣ୍ଡ ହାର୍ବର (ମରୁଭୂମି)ରେ ଲ୍ୟାଣ୍ଡ କରିଥିଲା । ବୋଇଂ କମ୍ପାନି ନାସା ଲାଗି ଏହି ସ୍ପେସ୍‌କ୍ରାଫ୍ଟ ତିଆରି କରିଥିଲା । ଜୁନ୍‌ ୫ରେ ଏହା ସାହାଯ୍ୟରେ ସୁନୀତା ଏବଂ ବୁଚଙ୍କୁ ଆଇଏସଏସ୍‌କୁ ପଠାଯାଇଥିଲା ।




ଏହା ମିଶନ କେବଳ ୮ ଦିନ ପାଇଁ ଧାର୍ଯ୍ୟ ହୋଇଥିଲା ।  କିନ୍ତୁ ସୁରକ୍ଷିତ ଫେରିବା ଲାଗି ଏହି ସ୍ପେସ କ୍ରାଫ୍ଟକୁ ନେଇ ଆଶଙ୍କା ବୃଦ୍ଧି ପାଇଥିଲା । ତେଣୁ ବୋଇଂ ନୁହେଁ ବରଂ ସ୍ପେସ୍‌ ଏକ୍ସର ସ୍ପେସ କ୍ରାଫ୍ଟରେ ମହାକାଶଚାରୀଙ୍କୁ ଫେରାଇ ଆଣିବା ଲାଗି ଯୋଜନା କରିଥିଲା ନାସା ।  ଆଉ ଏବେ ସୁନୀତା ଏବଂ ବୁଚଙ୍କୁ ଆଇଏସଏସ୍‌ରେ ଛାଡ଼ି ବୋଇଂର ଷ୍ଟାର ଲାଇନର୍‌ ପୃଥିବୀପୃଷ୍ଠକୁ ଫେରିଆସିଛି ।

  • International Space Center
  • Space X
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.