ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ବିବାହ ପୂର୍ବରୁ ବ୍ୟାଚଲର୍ ପାର୍ଟି କଲେ ସୋନାକ୍ଷୀ ! ସାମ୍ନାକୁ ଆସିଲା ଫଟୋ

ମୁମ୍ବାଇ,୧୮/୬:ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଅଭିନେତା ଜାହିର ଇକବାଲ  ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟଙ୍କର ଚଳିତ ଜୁନ ୨୩ରେ ହାତଗଣ୍ଠି। ଉଭୟ ଏନେଇ ଅଫିସିଆଲି ଘୋଷଣା କରିନଥିବା ବେଳେ ଗାୟକ ହନ୍ନି ସିଂ ଉଭୟଙ୍କ ବିବାହକୁ କନଫର୍ମ କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ବିବାହର ୫ଦିନ ପୂର୍ବରୁ ସୋନାକ୍ଷୀ ଏବଂ ଜାହିର ନିଜ ସାଙ୍ଗମାନଙ୍କ ସହିତ ପାର୍ଟି କରୁଥିବା ଦେଖିବାକୁ ମିଳିଛି । ଯାହାର ଝଲକ ଉଭୟ ନିଜ ସୋସିଆଲ ମିଡିେ ସେୟାର କରିଛନ୍ତି। 

ତେବେ ସୋନାକ୍ଷୀ ଗତ ସୋମବାର ରାତିରେ ତାଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ହୁମା କ୍ୟୁରେଶୀଙ୍କ ସହ ବ୍ୟାଚଲର ପାର୍ଟି କରିଥିଲେ । ସୋନାକ୍ଷୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପାର୍ଟିର ଫଟୋ ସେୟାର କରିଛନ୍ତି । ସୋନାକ୍ଷୀ ତାଙ୍କ ଗାର୍ଲ୍ସ ଟିମ ସହିତ ବ୍ୟାଚେଲେଟ ପାର୍ଟିକୁ ପୁରା ଉପଭୋଗ କରିଥିବାର ନଜର ଆସିଛନ୍ତି । ଏହି ସମୟରେ ସମସ୍ତେ ବ୍ଲାକ ରଙ୍ଗର ଆଉଟଫିଟରେ ନଜର ଆସିଛନ୍ତି । ପ୍ରଥମ ଫଟୋରେ ସେ ନିଜ ସେଲଫି ନେଉଥିବାର ନଜର ଆସିଥିବା ବେଳେ ଅନ୍ୟ ଫଟୋରେ ସେ ନିଜ ସାଙ୍ଗ ମାନଙ୍କ ସହ ପୋଜ ଦେଉଥିବାର ଦେଖିବାକୁ ମିଳିଛି ।ସେହିପରି  ଜାହିର ଇକବାଲ ମଧ୍ୟ ତାଙ୍କ ବନ୍ଧୁଙ୍କ ସହ ବ୍ୟାଚଲର ପାର୍ଟି କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଗ୍ରୁପ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଜାହିରଙ୍କୁ ତାଙ୍କ ଗ୍ୟାଙ୍ଗ ସହ ପୋଜ୍ କରୁଥିବା ଦେଖିବାକୁ ମିଳିଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.