ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ୟଶ ରାଜ୍‌ ଫିଲ୍ମସର ସ୍ପାଇ ୟୁନିଭର୍ସରରେ ନଜର ଆସିବେ ଶର୍ଭରୀ ୱାଗ୍‌

ମୁମ୍ବାଇ ୧୫/୦୬: ୟଶ ରାଜ୍‌ ଫିଲ୍ମସର ଫିମେଲ ସ୍ପାଇ ୟୁନିଭର୍ସ ଫିଲ୍ମରେ ନଜର ଆସିବେ ଶର୍ଭରୀ ୱାଗ୍‌ । ଏଥିରେ ସେ ଆଲିୟା  ଭଟ୍ଟଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ । ଏହାକୁ ସେ ବଡ଼ ଦାୟିତ୍ୱ ବୋଲି କହିଛନ୍ତି । ଗତ ମାର୍ଚ୍ଚ  ମାସରେ ୟଶ ରାଜ୍‌ ଫିଲ୍ମସର ସିଇଓ ଅକ୍ଷୟ ୱିଧାନି ସେମାନଙ୍କର ପ୍ରଥମ ଫିମେଲ୍‌-ଲିଡ୍‌ ସ୍ପାଇ ଫିଲ୍ମ ବିଷୟରେ ଔପଚାରିକ ଘୋଷଣା  କରିଥିଲେ । 

୨୦୧୨ ମସିହାରେ ସଲମାନ ଖାନ୍‌  ଓ କ୍ୟାଟ୍ରିନା କୈଫ୍‌ ଷ୍ଟାରର୍‌ ‘ଏକ୍‌ ଥା ଟାଇଗର’  ଫିଲ୍ମ ଜରିଆରେ ୟଶ ରାଜ୍‌ ଫିଲ୍ମସ ସ୍ପାଇ  ୟୁନିଭର୍ସ ଆରମ୍ଭ ହୋଇଥିଲା । ତା’ପରେ ଏହା  ଅଧୀନରେ ‘ଟାଇଗର ଜିନ୍ଦା ହୈ’, ‘ୱାର୍‌’,  ‘ପଠାନ୍‌’, ‘ଟାଇଗର-୩’ ଓ ‘ଫାଇଟର୍‌’  ଫିଲ୍ମ ମୁକ୍ତିଲାଭ କରିଛି । ଶର୍ଭରୀ ଓ ଆଲିୟାଙ୍କ ଅଭିନୀତ ଆଗାମି ଫିଲ୍ମର  ଟାଇଟଲ୍‌ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । କିନ୍ତୁ  ଏହା ଏକ ଆକ୍ସନ୍‌ ଫିଲ୍ମ ହେବ। ଏଥିରେ ଦୁହେଁ  ସୁପର୍‌ ଏଜେଣ୍ଟ୍‌ ଭୂମିକାରେ ନଜର ଆସିବେ ।  

ଖୁବ୍‌ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ । ଏ  ନେଇ ଶର୍ଭରୀ କହିଛନ୍ତି, ହିନ୍ଦୀ ଇଣ୍ଡଷ୍ଟ୍ରିରେ  ମହିଳାଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଶୁଭ ସମୟ,  କାରଣ ସେମାନଙ୍କ ପାଇଁ କାହାଣୀ ଲେଖାଯାଉଛି ।  ସବୁଠୁ ବଡ଼ କଥା ହେଉଛି, ସ୍ପାଇ ୟୁନିଭର୍ସ  ଭଳି ଫିଲ୍ମ ବଡ଼ ସୁପରଷ୍ଟାର୍‌ଙ୍କ ପାଇଁ ଖବରରେ  ରହିଥିଲା । ଏବେ ଏହା ମହିଳାଙ୍କୁ ମଧ୍ୟ ସୁଯୋଗ  ଦେଉଛି । ତାଙ୍କ ମତରେ, ଆକ୍ସନ୍‌ ଫିଲ୍ମରେ  ମହିଳାଙ୍କୁ ମୁଖ୍ୟ ଭୂମିକା ପ୍ରଦାନ କରାଯିବା ଆଗାମି  ପିଢ଼ି ପାଇଁ ଉଦାହରଣ ହେବ । ଆଲିୟାଙ୍କ ଭଳି  ପ୍ରତିଭାସମ୍ପନ୍ନ କଳାକାରଙ୍କ ସହ ସ୍କ୍ରିନ୍‌ ଶେୟାର  କରିବା ଗୁରୁ ଦାୟିତ୍ୱ ବୋଲି ଶର୍ଭରୀ କହିଛନ୍ତି ।  

ଫିଲ୍ମ ପାଇଁ ସେ ଗତ ୩ ମାସ ହେଲା କଡ଼ା ତାଲିମ  ନେଉଛନ୍ତି । ସ୍ପାଇ ଫିଲ୍ମ ପାଇଁ ତାଙ୍କୁ ଅଡିସନ୍‌ ଦେବାକୁ  ପଡ଼ିଥିଲା । ୨୦୨୧ ମସିହାରେ ଫିଲ୍ମ ‘ବଣ୍ଟି ଔର ବବ୍‌ଲି-୨’  ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ ଶର୍ଭରୀ । ସଦ୍ୟ  ମୁକ୍ତିପ୍ରାପ୍ତ ଫିଲ୍ମ ‘ମୁଞ୍ଜ୍ୟା’ର ସଫଳତାକୁ ନେଇ ସେ ଏବେ  ବହୁତ ଖୁସି । ଗତ ୭ ତାରିଖରେ ରିଲିଜ୍‌ ହୋଇଥିବା ଏହି  ଫିଲ୍ମ ଅଦ୍ୟାବଧି ୩୨.୪୭ କୋଟି ବ୍ୟବସାୟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.