ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ହାଇୱାକୁ ଧକ୍କା ଦେଲା ସ୍କର୍ପିଓ, ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ

ବଣାଇ, ୧୦/୦୭ : କୋଇଡା ଥାନା ରେଙ୍ଗାଲବେଡା ଠାରେ ଭୟଙ୍କର ଦୁର୍ଘଟଣା। ହାଇୱାକୁ ଧକ୍କା ଦେଲା ସ୍କର୍ପିଓ। ଘଟଣାସ୍ଥଳରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ଦୁର୍ଘଟଣାରେ ୨ ଗୁରୁତର। 

ସୂଚନାନୁଯାୟୀ, ବାହାଘର ଭୋଜି ଖାଇ ଗୋଟିଏ ପରିବାର ଫେରୁଥିଲେ। ଏହି ସମୟରେ କୋଇଡ଼ା ଥାନା ରେଙ୍ଗାଲବେଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ହାଇୱାକୁ ଧକ୍କା ଦେଇଥିଲା ସ୍କର୍ପିଓ। ଫଳରେ ଗାଡିରେ ଥିବା ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ମୃତାହତ କୋଇଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.