ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ବୁଢ଼ା ହେବେନି ଋଷ ରାଷ୍ଟ୍ରପତି ଓ ତାଙ୍କର ସହଯୋଗୀ ? ‘ବାର୍ଦ୍ଧକ୍ୟର ଉପଶମ’ ପାଇଁ ଗବେଷଣା କରିବାକୁ ବୈଜ୍ଞାନିକଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବଂ ତାଙ୍କ ନେତାମାନଙ୍କ ବୟସ ଆଉ ବଢ଼ିବ ନାହିଁ । ଏନେଇ ଦେଶର ବଡ଼ ବଡ଼ ଡାକ୍ତର ଓ ବୈଜ୍ଞାନିକମାନେ ସେମାନଙ୍କ ବୟସ କମ୍‌ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଥିବା କୁହାଯାଉଛି । ଡେଲି ମେଲ୍‌ରେ ପ୍ରକାଶିତ ଖବର ଅନୁସାରେ, ବୟସ କମ୍‌ କରିବା ଉପରେ ଗବେଷଣା କରିବାକୁ ଗତ ଜୁନ୍‌ରେ ଦେଶର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛି । ମେଡିକାଲ୍‌ ଗବେଷକଙ୍କ ସ୍ବତରୁ ମିଳିଥିବା ସୂଚନା ଅନୁସାରେ, ସବୁଠାରୁ ବଡ଼ ବସ୍‌ ଟାସ୍କ ଦେଇଛନ୍ତି ଏବଂ ଏହାକୁ କାର୍ଯ୍ୟାକାରୀ କରିବାକୁ ଲାଗିପଡ଼ିଛନ୍ତି ଅଧିକାରୀ । କ୍ରେମଲିନ ଅଧିକାରୀଙ୍କ ପାଖରୁ ନିର୍ଦ୍ଦେଶ ପାଇବା ପରେ ଡାକ୍ତର ଏବଂ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଣ ବୟସ କମ୍‌ କରିବାକୁ ଔଷଧ ତିଆରି ଉପରେ ଗବେଷଣା କରିବା ସମୟ ସାପେକ୍ଷ । ବର୍ଷ ବର୍ଷ ସମୟ ଲାଗିବାକୁ ଥିବା ବେଳେ ବିଲିୟନ୍‌ ବିଲିୟନ ଅର୍ଥର ଆବଶ୍ୟକତା ପଡ଼ିବ ।  

ସେପଟେ ଯଥା ଶୀଘ୍ର ବୟସ କମ୍‌ କରିବା ଉପରେ ଗବେଷଣା ଆଗକୁ ବଢ଼ାଇବା ଉପରେ ଋଷ ସରକାର ଜୋର ଦେଇଛନ୍ତି ।  ରିପୋର୍ଟ ଅନୁସାରେ, କୋଷର ଅବକ୍ଷୟ ହ୍ରାସ କରିବା ଉପରେ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିବାକୁ ଗବେଷକଙ୍କୁ କୁହାଯାଇଛି । ଏହା ସହ ଜ୍ଞାନଗତ ଏବଂ ସମ୍ବେଦନଶୀଳ ଦୁର୍ବଳତା ଦୂର କରିବା ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ସଠିକ୍‌  କରିବା ଲାଗି ପ୍ରଯୁକ୍ତିବିଦ୍ୟା ସଂପର୍କରେ ତଥ୍ୟ ମାଗିଛି କ୍ରେମଲିନ୍‌ ।  ସେପଟେ ରାଷ୍ଟ୍ରପତି ପୁଟିନ୍‌ ଏବଂ ଟିମ ସଦସ୍ୟଙ୍କ ବୟସ କମ୍‌ କରିବା ଲାଗି ଏସବୁ ପ୍ରସ୍ତୁତି କରାଯାଉଛି ବୋଲି କୁହାଯାଉଛି ।  ତେବେ ରାଷ୍ଟ୍ରପତି ପୁଟିନଙ୍କ ପାଖରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇଛି । 

ଋଷ ସିନେଟ୍‌ ବାଚସ୍ପତି ଭାଲେଣ୍ଟିନା ମାଟିଭିୟେଙ୍କୋ (୭୫), ବୈଦେଶିକ ମନ୍ତ୍ରୀ ସର୍ଜି ଲାଭରୋଭ (୭୪), ଏଫଏସବି ମୁଖ୍ୟ ଆଲେକଜାଣ୍ଡର ବୋର୍ତ୍ତିନିକୋଭ (୭୨),  ଏବଂ ଏସଭିଆର ସ୍ପାଏ ମୁଖ୍ୟ ସର୍ଜି ନାରିଶ୍କିନ୍‌ (୬୯) ପୁଟିନଙ୍କ ଟିମ୍‌ର ଗୁରୁତ୍ବପୂର୍ଣ୍ଣ ସଦସ୍ୟ ।  ସେହିଭଳି ୭୧ ବର୍ଷୀୟ ପୁଟିନ୍‌ ଚଳିତବର୍ଷ ପୁଣି ଥରେ ନିର୍ବାଚନ ଜିତିଥିବା ବେଳେ ସେ ୨୦୩୬ ପର୍ଯ୍ୟନ୍ତ କ୍ଷମତାରେ ରହିପାରନ୍ତି ।  ତେବେ ଏହି ସମୟ ମଧ୍ୟରେ ସେ ଓ ତାଙ୍କର ଟିମ୍‌ ମେମ୍ବର ସୁସ୍ଥ ରୁହନ୍ତୁ ବୋଲି ଚାହୁଁଛନ୍ତି ପୁଟିନ୍‌ ।  ଅନ୍ୟପକ୍ଷରେ କ୍ଷମତାକୁ ଆସିବା ପାଖରୁ ପୁଟିନ୍‌ ‘ୟୁଥ ପିଲ୍‌’ ତିଆରି କରିବା ଉପରେ ଜୋର ଦେଇଆସିଛନ୍ତି । ୨୦୧୬ରେ ଭ୍ଲାଦିମିର ପୁଟିନ୍‌ ସେଣ୍ଟ ପିଟର୍ସବର୍ଗର ବାୟୋକାଡ ପ୍ଲାଣ୍ଟ ପରିଦର୍ଶନ କରିଥିଲେ ବୋଲି ଖବର ପ୍ରକାଶ ପାଇଥିଲା । ଏହି ପ୍ଲାଣ୍ଟରେ ଆଣ୍ଟି-ଏଜିଂ ବା ବୟସ କମ୍‌ କରିବାକୁ ପିଲ୍ସ ତିଆରି କରିବାକୁ ଗବେଷଣା ହେଉଛି ।  ସେତେବେଳେ ଏହି ଖବରର ସତ୍ୟତା ନଥିବା ନେଇ କ୍ରେମଲିନ ପକ୍ଷରୁ କୁହାଯାଇଥିଲା । 

  • President Putin
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.