ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ

ପୁରୀ ୮/୯: ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଲ ପଞ୍ଚମୀରେ ପାଳନ ହୁଏ ବିଶେଷ ବିଧି । ଯାହାକୁ ଋଷି ପଞ୍ଚମୀ ବ୍ରତ ନାମରେ ଅଭିହିତ କରାଯାଇଥାଏ l ଶ୍ରୀମନ୍ଦିରରେ ମା' ଲକ୍ଷ୍ମୀ ଠାକୁରାଣୀ ନିଜେ ଏହି ବ୍ରତ ପାଳନ କରିଥାନ୍ତି l ଏ ସମ୍ପର୍କରେ ଏକ ଉପାଖ୍ୟାନରୁ ଜଣାଯାଏ ଯେ, ସ୍ତ୍ରୀ ମାନେ ରଜସ୍ୱଳା ସମୟରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଥାନ୍ତି, ତେବେ ସେଥିରୁ ମୁକ୍ତି ପାଇବା ପାଇଁ ନିର୍ଦ୍ଦିଷ୍ଟସପ୍ତ ଋଷିଙ୍କୁ ପୂଜାର୍ଚ୍ଚନା କରିଥାନ୍ତି l 

ସେହି ବିଧି ଅନୁଯାୟୀ, ଏହି ଦିନ ସକାଳ ଧୂପ ନୀତି ବଢ଼ିବା ପରେ ପୂଜାପଣ୍ତା ଆଜ୍ଞାମାଳ ଦେବାରେ ମହାଜନ ସେବକ ଶ୍ରୀଦେବୀଙ୍କୁ ସିଂହାସନରୁ ବିଜେ କରାଇ ମୁକ୍ତି ମଣ୍ତପ ତଳେ ଥିବା ପାଲିଙ୍କିରେ ବିଜେ କରନ୍ତି ଏବଂ ତତ୍ପରେ ଶ୍ରୀଦେବୀ ମାର୍କଣ୍ତେୟ ମହାଦେବଙ୍କ ନିକଟକୁ ଯାଇଥାନ୍ତି l ସେଠାରେ ଶ୍ରୀଦେବୀଙ୍କର ସ୍ନାନବିଧି (ମାଜଣା) କରାଯାଏ ଓ ତତ୍ପରେ ପୂଜାପଣ୍ତା ମାର୍କଣ୍ତେୟ ଉପସ୍ଥିତିରେ ସପ୍ତଋଷିଙ୍କୁ ନୈବେଦ୍ୟ ସମର୍ପଣ କରନ୍ତି l ବ୍ରତବିଧାନ ପଦ୍ଧତି ଅନୁସାରେ ସପ୍ତଋଷିଙ୍କ ବର୍ଣ୍ଣନା ଏହିପରି ରହିଛି l ଯଥା:


ଗୌତମଶ୍ଚ ଭରଦ୍ୱାଜୋ ବିଶ୍ୱାମିତ୍ରସ୍ତଥା ମୁନିଃ

ଜଗଦଗ୍ନିର୍ବଶିଷ୍ଠଶ୍ଚ ଅଙ୍ଗିରା ଅତ୍ରିରେବଚ ॥


ଏହାପରେ ପୂଜାପଣ୍ତା ବ୍ରତକଥା ପଠନ କରନ୍ତି l ଏହି ବ୍ରତ କଥାରେ ପୂର୍ବ କାଳରେ ଏକ ବ୍ରାହ୍ମଣ ଦମ୍ପତ୍ତି କିପରି ଦୋଷଯୁକ୍ତ ହୋଇ ପଶୁ ଜନ୍ମଲାଭ କରିଥିଲେ ଏବଂ ସେମାନଙ୍କର ସନ୍ତାନ ଋଷି ପଞ୍ଚମୀ ବ୍ରତ କରିବାରୁ ସେହି ଦୋଷରୁ ମୁକ୍ତିଲାଭ କରିଥିଲେ ବୋଲି ଏହା ବର୍ଣ୍ଣିତ ଅଛି l ଏହି ବ୍ରତ କଥା ପରେ ଆରତି କରାଯାଏ ଏବଂ ଲକ୍ଷ୍ମୀ ଠାକୁରାଣୀ ମନ୍ଦିରକୁ ପ୍ରତ୍ୟାଗମନ କରିବା ପରେ ମଧ୍ୟାହ୍ନ ଧୂପ କରାଯାଏ l ଏହି ବ୍ରତରେ ଋଷି ମାନଙ୍କୁ କ୍ଷୀର ଓ ଦହି ଓ ଅନ୍ୟାନ୍ୟ ଫଳ ଭୋଗ ଲାଗି କରାଯାଏ । ଶ୍ରୀଦେବୀ ଏହିଦିନ ତାଙ୍କର ବ୍ରତ ଉପଲକ୍ଷେ ମନ୍ଦିରରୁ ପୂଜାପଣ୍ତାଙ୍କୁ ଛଞ୍ଚା ଦେଇଥାନ୍ତି l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.