ଦିଗପହଣ୍ଡି, ୨।୯ : ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୋଡ଼ାମାରୀ ଆରଆଇ ,ଏଆରଆଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେମାନେ ହେଲେ ଆରଆଇ ଆଦିତ୍ୟ ସେନାପତି ଓ ଏଆରଆଇ ଟୁଟୁ ସେଠୀ । ଘରବାରି ପଟ୍ଟା କରାଇବାକୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ସେମାନଙ୍କୁ ମାଡି ବସିଥିଲା।
ବାଳ କୃଷ୍ଣ ପଣ୍ଡାଙ୍କ ଘର ବାରି ପଟ୍ଟା କରିବାକୁ ଆରଆଇ ଏବଂ ଏଆରଆଇ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ବାଳକୃଷ୍ଣ ଭିଜିଲାନ୍ସରେ ଜଣାଇଥିଲେ। ଯୋଜନା ମୁତାବକ ବାଳକୃଷ୍ଣଙ୍କ ଠାରୁ ଆରଆଇ ଓ ଏଆରଆଇ ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ ମାଡି ବସିଥିଲା । ଆରଆଇ ଓ ଏଆରଆଇଙ୍କ ଘରେ ଚଢାଉ କରି ଭିଜିଲାନ୍ସ ଟିମ୍ ତଦନ୍ତ କରୁଛି ।