ମନମୁଣ୍ଡା, ୨୩।୫: ପୋଲିସର କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହେଲା ସାନି ମତଦାନ l ଗୁରୁବାର କନ୍ଧମାଳ ସାଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ କିରାସିରା ଓ ମହେଶ୍ୱରପିଣ୍ଡା ବୁଥ୍ରେ ସାନି ମତଦାନ ଅନୁଷ୍ଠିତ ହୋଇଛି । କିରାସିରା ବୁଥ୍ରେ ବିଜେଡି କର୍ମୀଙ୍କ ଦ୍ୱାରା ବ୍ୟାପକ ବୁଥ୍ ରେଗିଂ ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହା ସହିତ ମହେଶ୍ୱର ପିଣ୍ଡା ରେ ସରକାରୀ କଲକୁ ହାତ ବାରିସୀ କରି ପୋଲିସ ଲଗାଇ ଅଧାରେ ମତଦାନ ବନ୍ଦ କରିଥିଲା ପୋଲିସ l ଜୋର ଜବରଦସ୍ତ ଲାଠି ଚାଳନା ସହିତ ରବର ଗୁଳି ଚାଳନା କରି ପୋଲିଂ ବାକ୍ସ ଉଠାଇ ନେଇଥିଲେ l ଏହାକୁ ନେଇ ବିଜେପି ପ୍ରାର୍ଥୀ ଅଭିଯୋଗ କରିଥିଲେ l
ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁସାରେ, ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୁନସ୍ଥ ବୁଥ୍ ନମ୍ୱର-୨୬ ଓ ବୁଥ୍ ନମ୍ବର-୨୮ରେ ଗୁରୁବାର ପୁନଃ ମତଦାନ ଅନୁଷ୍ଠିତ ହେଉଛି । ଶାନ୍ତି ଶୃଙ୍ଖଳା ସହିତ ଧାଡ଼ିରେ ଭୋଟର ଠିଆ ହୋଇଛନ୍ତି । ସକାଳ ୭ ଟାରୁ ଅପରାହ୍ନ ୪ ଟା ଯାଏଁ ଏହି ମତଦାନ ଚାଲିବ ବୋଲି ସୂଚନା ।