ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଇତିହାସରେ ରଥଯାତ୍ରା: ଗୁଣ୍ଡିଚା ମନ୍ଦିର ପରିବର୍ତ୍ତେ, ବଡ଼ଦାଣ୍ଡରେ ହୋଇଥିଲା ହେରାପଞ୍ଚମୀ ନୀତି

ପୁରୀ,୧୩/୦୭: ୧୮୮୫ ମସିହା ରଥଯାତ୍ରାରେ ବଡ଼ଦାଣ୍ଡରେ ରଥ ଉପରେ ହୋଇଥିଲା ହେରାପଞ୍ଚମୀ ନୀତି । ଏହା ଏକ ବିରଳ ଘଟଣା ବୋଲି  କୁହାଯାଏ । ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଥିଲେ ମହାଲକ୍ଷ୍ମୀ ।  

ସେବର୍ଷ ଜୁଲାଇ ୧୪ରେ ପଡ଼ିଥିଲା ରଥଯାତ୍ରା । ଠାକୁରଙ୍କ ପହଣ୍ଡି ସରିବା ବେଳକୁ ଅପରାହ୍ଣ ୪ଟା ହୋଇଯାଇଥିଲା । ରଥରେ ଦଉଡ଼ି ଲାଗିଥିଲା । ମାତ୍ର  ସନ୍ଧ୍ୟା ହୋଇଯିବାରୁ ରଥ ଟଣା ଆରମ୍ଭ ହୋଇପାରିଲା ନାହିଁ । ୧୫ ତାରିଖରେ  ବଡ଼ ଠାକୁରଙ୍କ ରଥ ଜଗନ୍ନାଥବଲ୍ଲଭ ମଠ ପର୍ଯ୍ୟନ୍ତ ଆସି ରହିଗଲା ।  ପରେ ରଥଟଣା ବନ୍ଦ ରହିଲା ।  ୧୬ ତାରିଖ ସକାଳଓଳି ବା  ପୂର୍ବାହ୍ଣରେ ବଡ଼ ଠାକୁରଙ୍କ  ରଥ ବଳଗଣ୍ଡି ମଠ ନିକଟରେ  ଓ ଦେବୀ ସୁଭଦ୍ରାଙ୍କ ରଥ  ଜଗନ୍ନାଥବଲ୍ଲଭ ମଠ ପର୍ଯ୍ୟନ୍ତ  ଆସିଥିଲା । ୧୭ ତାରିଖରେ ମଧ୍ୟ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ତିନିରଥ ରହିଥିଲା । ୧୮  ତାରିଖରେ ବଡ଼ଠାକୁରଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଲା ।  ସେହିଦିନ ହେରାପଞ୍ଚମୀ ନୀତି ଥିଲା । ବଡ଼ଦାଣ୍ଡରେ ଅଟକି ରହିଥିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ।  

ପରମ୍ପରା ଅନୁଯାୟୀ, ହେରାପଞ୍ଚମୀ ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥାଏ । ମହାଲକ୍ଷ୍ମୀ ବିମାନରେ ବିଜେ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନକୁ ଯାଇଥାନ୍ତି । ସେଠାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ମହାଲକ୍ଷ୍ମୀଙ୍କୁ ଲାଗି କରାଯାଏ । ମହାଲକ୍ଷ୍ମୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଫେରିବା ଲାଗି କହିଥାନ୍ତି । କିନ୍ତୁ ମହାପ୍ରଭୁ ବାହୁଡ଼ାଦଶମୀରେ ଭାଇ ଓ ଭଉଣୀଙ୍କୁ ସାଥିରେ ନେଇ ଫେରିବେ ବୋଲି ଲକ୍ଷ୍ମୀଙ୍କୁ କହିଥାନ୍ତି । ଏଥିରେ ରାଗିଯାଇ ମହାଲକ୍ଷ୍ମୀ  ନାକଚଣା ଦ୍ୱାର ଦେଇ ଆସି ଶରଧାବାଲିରେ ନନ୍ଦିଘୋଷ ରଥ ଭାଙ୍ଗିବାର ବିଧି ରହିଛି । କିନ୍ତୁ ଏହିବର୍ଷ ହେରାପଞ୍ଚମୀ ନୀତି ପାଇଁ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ  ବାହାରି ଆସିଥିଲେ । ବଡ଼ଦାଣ୍ଡରେ ଠାକୁରଙ୍କୁ ରଥ ଉପରେ ଦର୍ଶନ କରିଥିଲେ । ସେହିଠାରେ ହେରାପଞ୍ଚମୀ ନୀତି ବଢିଥିଲା ଓ ସେହିଠାରୁ ଆଜ୍ଞାମାଳ ପାଇ ରଥ ଭାଙ୍ଗି ମହାଲକ୍ଷ୍ମୀ ବଡ଼ ଦେଉଳକୁ ଫେରିଥିଲେ । ଏହି ବ୍ୟତିକ୍ରମ ବ୍ୟତିତ ସେହିବର୍ଷ ଶ୍ରୀବିଗ୍ରହମାନେ ସନ୍ଧ୍ୟାଦର୍ଶନ ଦିନ ଆଡପମଣ୍ଡପକୁ ଯାଇ ପରଦିନ ସିଂହାସନରୁ ଓହ୍ଳାଇ ଆସି ଜଗମୋହନରେ ରହିଥିଲେ । ପରେ ବାହୁଡିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଉକ୍ତ ବର୍ଷ ଓଲାଉଠା (ଝାଡ଼ାବାନ୍ତି) ରୋଗରେ  ୩୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.