ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

୨ ଦିନିଆ ରିମାଣ୍ଡରେ ଧୋକାବାଜ ସତ୍ୟଜିତ୍, ସତ ଓଗାରିବ କମିଶନରେଟ ପୋଲିସ୍

ଭୁବନେଶ୍ୱର,୦୬/୦୮:  ବିବାହର ପ୍ରତିଶ୍ରୁତି ଦେଇ ବୁଲି ବୁଲି  ସାରା ଦେଶରେ ମହିଳା ଓ ଯୁବତୀଙ୍କୁ  ଧୋକା ଦେଇଥିବା ଅଭିଯୁକ୍ତ ଯାଜପୁରର  ସତ୍ୟଜିତ୍‌ ସାମିଲ୍‌ଙ୍କ କଳା ଦୁନିଆର ଗୁମର ଖୋଲିବ ପୁଲିସ୍‌ । ସେଥିପାଇଁ  ତାକୁ ଦିନିଆ ରିମାଣ୍ଡରେ ଆଣିଛି । ଅଦାଲତଙ୍କୁ କ୍ୟାପିଟାଲ୍‌ ଥାନା ପୁଲିସ୍‌ ୫  ଦିନ ରିମାଣ୍ଡ ମାଗିଥିଲେ । କୋର୍ଟ ୨ ଦିନ  ମଞ୍ଜୁର କରିଛନ୍ତି । ମଙ୍ଗଳବାର ଠାରୁ  ରିମାଣ୍ଡ ଅବଧି ଆରମ୍ଭ ହେବ। ପୁଲିସ୍‌  ଆଶା ରଖିଛି ଏହି ସମୟ ଭିତରେ ପୁଲିସ କିଛି ତଥ୍ୟ ଆଦାୟ କରିବ ।  

ସତ୍ୟଜିତ୍‌ ଜେଲ୍‌ ଗଲା ପରେ  ପୁଲିସ୍‌ ତା’ର ୩ଟି ମୋବାଇଲ୍‌ ଯାଞ୍ଚ  କରିଥିଲା । ଏହି ସମୟରେ ଯେଉଁ  ସବୁ ତଥ୍ୟ ପାଇଥିଲା ତାକୁ ଦେଖି ପୁଲିସ୍‌ର ହୋସ୍‌ ଉଡ଼ି ଯାଇଥିଲା ।  ପ୍ରଥମ ପର୍ଯ୍ୟାୟରେ ୪୯ ଜଣ ପ୍ରେମିକା  ଓ ୫ ଜଣ ପତ୍ନୀଙ୍କ ଖବର ମିଳିଥିଲା  ବୋଲି ପୁଲିସ୍‌ କମିଶନର କହିଥିଲେ ।  ପତ୍ନୀଙ୍କ ସଂଖ୍ୟା ସ୍ଥିର ଥିବା ବେଳେ  ପତ୍ନୀଙ୍କ ପ୍ରେମିକା ସଂଖ୍ୟା ୭୯ରେ  ପହଞ୍ଚିଛି । ସବୁଠାରୁ ଆଶ୍ଚାର୍ଯ୍ୟ କଥା ହେଲା ସବୁ ପ୍ରେମିକାଙ୍କ ସହ ସତ୍ୟଜିତ୍‌  ଶାରୀରିକ ସମ୍ପର୍କ ରଖିଥିଲା । ସେମାନଙ୍କ  ଠାରୁ ବିଭିନ୍ନ ଉପାୟରେ ଟଙ୍କା ଓ ସୁନା  ମଧ୍ୟ ଲୁଟ୍‌ପାଟ୍‌ କରିଛି । ବର୍ତ୍ତମାନ  ସୁଦ୍ଧା ପୁଲିସ୍‌ ୨୭ ଜଣ ମହିଳା- ଯୁବତୀଙ୍କୁ ଯୋଗାଯୋଗ କରିଛି ।  ସତ୍ୟଜିତ୍‌ଙ୍କ ନାଁରେ ଏତଲା ଦେବାକୁ  ପୁଲିସ୍‌ ଯାହାକୁ କହୁଛି ସେମାନେ  ମନା କରି ଦେଉଛନ୍ତି । ଲୋକ ଲଜ୍ଜା  ଭୟରେ ଏତଲା ଦେବାକୁ ସେମାନେ  ରାଜି ହେଉନଥିବା ପୁଲିସ୍‌ କହିଛି । ମଙ୍ଗଳବାର ଦିନ ସେ ରିମାଣ୍ଡରେ  ଆସିବା ପରେ ତା’ଠାରୁ ଅଧିକ  ତଥ୍ୟ ମିଳିବ ବୋଲି ପୁଲିସ୍‌ କହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.