ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଓ୍ବାୟନାଡରୁ ଉପନିର୍ବାଚନ ଲଢ଼ିବେ ପ୍ରିୟଙ୍କା, କ’ଣ କହିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ?

Image Courtesy: jagran

ନୂଆଦିଲ୍ଲୀ: କେରଳର ଓ୍ବାୟନାଡ ଆସନ ଛାଡ଼ିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହା ସହ ସେ ରାୟବରେଲି ଆସନରୁ ସାଂସଦ ରହିବେ । ସବୁଠାରୁ ବଡ଼ କଥା ହେଉଛି, ରାହୁଲ ଗାନ୍ଧୀଙ୍କ ଭଉଣୀ ଏବଂ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ୍ବାୟନାଡରୁ ଉପନିର୍ବାଚନ ଲଢ଼ିବେ।  ଏନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଘୋଷଣା କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସେପଟେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ୩ ଲକ୍ଷ ଭୋଟ ବ୍ୟବଧାନରେ ଓ୍ବାୟନାଡ ଜିତିଥିବା ରାହୁଲ ଗାନ୍ଧୀ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

ଯଦିଓ ସେ ରାୟବରେଲିକୁ ନିଜ ପାଖରେ ରଖିଛନ୍ତି ତଥାପି ଓ୍ବାୟନାଡ ସେ ଯିବାଆସିବା କରିବେ ବୋଲି କହିଛନ୍ତି । ଭଉଣୀ ପ୍ରିୟଙ୍କାର ସେଠାରୁ ବିଜୟୀ ହେବେ ବୋଲି ରାହୁଲ କହିବା ସହ ଓ୍ବାୟନାଡକୁ ଦୁଇ ଦୁଇଟି ସାଂସଦ ମିଳିଛନ୍ତି ବୋଲି କହିଛନ୍ତି ।  ସେ କହିଛନ୍ତି ଯେ, ‘ଓ୍ବାୟନାଡ ଏବଂ ରାୟବରେଲି ସହ ମୁଁ ଭାବନାତ୍ମକ ଭାବରେ ଯୋଡି ହୋଇଛି । ଗତ ୫ ବର୍ଷ ଧରି ମୁଁ ଓ୍ବାୟନାଡର ସାଂସଦ ଥିଲି । ଓ୍ବାୟନାଡର ଲୋକମାନଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବେଦ ଜଣାଉଛି । ପ୍ରିୟଙ୍କ ଗାନ୍ଧୀ ଭଦ୍ରା ଓ୍ବାୟନାଡରୁ ନିର୍ବାଚନ ଲଢ଼ିବେ । କିନ୍ତୁ ମୁଁ ଓ୍ବାୟନାଡ୍‌ ଯିବି । ରାୟବରେଲି ସହ ମୋର ପୁରୁଣା ସଂପର୍କ ରହିଛି । ରାୟବରେଲିକୁ ପ୍ରତିନିଧିତ୍ବ କରୁଥିବାରୁ ଖୁସି କିନ୍ତୁ ମୋ ପାଇଁ ଆହ୍ବାନ ।’  

 ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀ ଉପନିର୍ବାଚନ ଲିଢ଼ିବେ । ସେ ନିର୍ବାଚନ ଜିତିବେ ବୋଲି ମୋର ବିଶ୍ବାସ । ଓ୍ବାୟନାଡର ଲୋକେ ତାଙ୍କର ଦୁଇ ଜଣ ସାଂସଦ ଅଛନ୍ତି ବୋଲି ଭାବି ପାରିବେ । ଜଣେ ମୋ ଭଉଣୀ ଏବଂ ଅନ୍ୟ ଜଣେ ମୁଁ । ଓ୍ବାୟନାଡର ଲୋକମାନଙ୍କ ପାଇଁ ମୋ ଘରର ଦ୍ବାର ସବୁବେଳେ ଖୋଲା । ଓ୍ବାୟନାଡର ପ୍ରତିଟି ଲେକାଙ୍କୁ ମୁଁ ଭଲ ପାଏ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । 

୨୦୨୪ ଲୋକସଭା ନିର୍ବାଚନରେ ଓ୍ବାୟନାଡ୍ ଏବଂ ମା’ ସୋନିଆ ଗାନ୍ଧୀଙ୍କ ଗଡ଼ ରାୟବରେଲିରୁ ନିର୍ବାଚନ ଲଢ଼ିଥିଲେ ରାହୁଲ ଗାନ୍ଧୀ । ଉଭୟ ସିଟ୍‌ରୁ ରାହୁଲ ପ୍ରାୟ ୩ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେପଟେ ଗାନ୍ଧୀ ପରିବାରର ବିଶ୍ବସ୍ତ କିଶୋରୀ ଲାଲ ଶର୍ମା ଆମେଥିରେ ବୃହତ୍ତ ବିଜୟ ହାସଲ କରିବା ସହ ବିଜେପିର ହେଭିଓ୍ବେଟ୍‌ ସ୍ମୃତୀ ଇରାନୀଙ୍କୁ ହରାଇ ଦେଇଛନ୍ତି । 

 

  • Rahul Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.