ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ

ନୂଆଦିଲ୍ଲୀ,୩।୫: କଂଗ୍ରେସର ଗଡ କୁହାଯାଉଥିବା ରାଏବରେଲିରେ ପୁଣିଥରେ ଦୋହରିଲା ଇତିହାସ । ରାହୁଲ ଗାନ୍ଧୀ ରାଏବରେଲୀରୁ ପ୍ରାର୍ଥୀ ହୋଇଛନ୍ତି। ରାହୁଲ ନିଜ ମା’ ସୋନଆ ଗାନ୍ଧୀ ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀ ଓ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହିତ ରାଏବରେଲୀ ନିର୍ବାଚନ କାର୍ଯ୍ୟାଳୟ ପହଁଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ରାହୁଲ ଏବେ ତାଙ୍କ ମା’ଙ୍କ ଦାୟିତ୍ବ ସମ୍ଭାଳିବେ। ଏହା ପୂର୍ବରୁ ୧୯୫୨ରେ ଫିରୋଜ ଗାନ୍ଧୀ ନିର୍ବାଚନ ଲଢି ଜିତିଥିଲେ। ସେ ୧୯୫୮ରେ ମଧ୍ୟ ବିଜୟୀ ହୋଇଥିଲେ। ଏହାପରେ ଇନ୍ଦିରା ଗାନ୍ଧୀ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେ ନରହିବା ପରେ ସୋନିଆ ସେଠାରୁ ୫ ଥର ସାଂସଦ ହୋଇଥିଲେ। ଏବେ ରାହୁଲ ଗାନ୍ଧୀ ପରିବାର ଇତିହାସକୁ ଦୋହରାଇଛନ୍ତି।

ରାହୁଲ ଫୁରସତଗଞ୍ଜ ବିମାନବନ୍ଦରରେ ନିଜ ମା ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଅନ୍ୟନେତାଙ୍କ ସହ ବିମାନରୁ ଓହ୍ଲାଇଥିଲେ। ଗତ କିଛି ଦିନ ହେବ ଆମେଠି ଓ ରାଏବରେଲି ଆସନରୁ କିଏ ଲଢିବ ସେ ନେଇ ଚର୍ଚ୍ଚା ଚାଲିଥିଲା। ଏଥିରେ ବିରାମ ଲଗାଇ କଂଗ୍ରେସ ଆଜି ଘୋଷଣା କରିଥିଲା ପ୍ରାର୍ଥୀ। ରାଏବରେଲିରୁ ରାହୁଲ ଏବଂ ଆମେଠିରୁ ଏଥର ନିର୍ବାଚନ ଲଢିବେ ଗାନ୍ଧୀ ପରିବାରର ଘନିଷ୍ଠ କିଶୋରୀଲାଲ ଶର୍ମା। ସେଭଳି ଯଦି ପୂର୍ବ ନିର୍ବାଚନ ଉପରେ ନଜର ପକାଯାଏ ତେବେ ରାଏବରେଲିରୁ କଂଗ୍ରେସ ୧୬ ଥର ଜିତିଛି।

ଉଲ୍ଲେଖନୀୟ ଯେ,  ୭ଟି ପର୍ଯ୍ୟାୟରେ ହେଉଥିବା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ୨୦ ମଇରେ ଯେଉଁ ଆସନରେ ମତଦାନ ହେବ, ତାଙ୍କ ପାଇଁ ନାମାଙ୍କନ ଦାଖଲ କରିବା ନେଇ ଆଜି ଶେଷ ତାରିଖ। ରାୟବରେଲି ଓ ଆମେଠି ଆସନରେ ମତଦାନ ୨୦ମଇରେ ହେବ। ଭୋଟଗଣତି ୪ ଜୁନ୍‌ରେ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.