ପ୍ରମୂଖ ଖବର
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶା ଆସିବେ ପ୍ରିୟଙ୍କା ଓ ପାଇଲଟ, କରିବେ ନିର୍ବାଚନ ପ୍ରଚାର

ଭୁବନେଶ୍ଵର, ୧୨/୦୨ : ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ସଚିନ ପାଇଲଟ। ଏନେଇ ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି ଯେ, ବିଜେପି ଓ ବିଜେଡ଼ି ମିଶିକି ଅଛନ୍ତି। ଲୋକେ ଜାଣିଲେଣି। ଯେତେ କେନ୍ଦ୍ର ମନ୍ତ୍ରୀ କି କେନ୍ଦ୍ର ନେତା ଆସନ୍ତୁ ଓଡ଼ିଶାରେ କିଛି ପ୍ରଭାବ ପଡିବନି। କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ।

ପିସିସି ସଭାପତି କହିଛନ୍ତି ଯେ, ଓଡ଼ିଶା ନ୍ୟାୟଯାତ୍ର ପରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ରାହୁଲ ଗାନ୍ଧୀ ଚିଠି ଲେଖିଛନ୍ତି। ସୁନ୍ଦରଗଡ଼ ହକି ଖେଳାଳିଙ୍କ ପାଇଁ ଆଷ୍ଟ୍ରୋଟର୍ଫ ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ସୁନ୍ଦରଗଡ଼ ସ୍ପେଶାଲ ଏରିଆ ଗେମ୍ ସେଣ୍ଟରରେ ଏହି ସୁବିଧା ଯୋଗାଇ ଦେବାକୁ ରାହୁଲ ଚିଠିରେ ଉଲ୍ଲେଖ କରିଛନ୍ତି। ଭାରତ ଯୋଡ଼ ନ୍ୟାୟ ଯାତ୍ରା ବେଳେ ରାହୁଲ ଝାରସୁଗୁଡ଼ାରେ ହକି ଖେଳାଳିଙ୍କୁ ଭେଟିଥିଲେ। ହକି ଖେଳ ଅଭ୍ୟାସ ପାଇଁ ହେଉଥିବା ଅସୁବିଧା ପଚାରି ବୁଝିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.