ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ପ୍ୟାରିସ ପାରାଅଲିମ୍ପିକ୍ସ: ୭ମ ଦିନରେ ଭାରତକୁ ୪ ପଦକ, ପ୍ରଥମ ଭାରତୀୟ ଭାବେ ତୀରନ୍ଦାଜୀରେ ହରବିନ୍ଦର ଜିତିଲେ ସ୍ୱର୍ଣ୍ଣ

ପ୍ୟାରିସ,୦୫/୦୯:  ତୀରନ୍ଦାଜୀରେ ହରବିନ୍ଦର ସିଂଙ୍କ ଐତିହାସିକ ସ୍ୱର୍ଣ୍ଣ ପଦକ, କ୍ଲବ ଥ୍ରୋ ଏଫ୍‌-51ରେ ଧରମବୀରଙ୍କୁ ସ୍ୱର୍ଣ୍ଣ ସହ ପ୍ୟାରିସ ପାରାଲିମ୍ପିକ୍ସର ସପ୍ତମ ଦିବସରେ ଭାରତକୁ  ୪ଟି ପଦକ ମିଳିଛି । ପୁରୁଷ ସଟପୁଟ୍‌ରେ ସଚିନ ଖିଲାରି ରୌପ୍ୟ, କ୍ଲବ ଥ୍ରୋ ଏଫ୍‌-51ରେ ପ୍ରଣବ ସୁରମାଙ୍କୁ ରୌପ୍ୟ ଜିତିଛନ୍ତି।

ଏଥିସହିତ ଭାରତର  ପଦକ ସଂଖ୍ୟା ୨୪ରେ (୫ ସ୍ୱର୍ଣ୍ଣ, ୯ ରୌପ୍ୟ ଓ  ୧୦ ବ୍ରୋଞ୍ଜ) ପହଞ୍ଚିଛି । ଟୋକିଓରେ  ପଦକ ରେକର୍ଡ ଭାରତ ପ୍ୟାରିସରେ  ଭଙ୍ଗ କରିଛି । ଭାରତକୁ ଟୋକିଓରେ  ୧୯ଟି ପଦକ ମିଳିଥିଲା । ମହିଳା ୧୦୦  ମିଟରରେ ସିମରନ ସେମି ଫାଇନାଲରେ  ପ୍ରବେଶ କରି ପଦକ ଆଶା ଦେଇଛନ୍ତି ।  

ତୀରନ୍ଦାଜୀ: ପୁରୁଷ ବ୍ୟକ୍ତିଗତ ରିକର୍ଭ  ଓପନରେ ହରବିନ୍ଦର ପ୍ରଥମ ଭାରତୀୟ ଭାବେ  ଫାଇନାଲରେ ପ୍ରବେଶ କରି ରୌପ୍ୟ ନିଶ୍ଚିତ କରିଥିଲେ । ସେ ଫାଇନାଲରେ ୬-୦ରେ ପୋଲାଣ୍ଡର  ଲୁକାସ ସିସଜେକଙ୍କୁ ପରାଜିତ  କରି ସ୍ୱର୍ଣ୍ଣ ଜିତିଥିଲେ । ହରବିନ୍ଦର  ଭାରତର ପ୍ରଥମ ପାରା ତୀରନ୍ଦାଜ  ଭାବେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି ।  ପୂର୍ବରୁ ସେମି ଫାଇନାଲରେ ସେ  ୭-୩ରେ ଇରାନର ମହମ୍ମଦ ରେଜାଙ୍କୁ ହରାଇଥିଲେ । ସେମିତି କ୍ୱାର୍ଟରରେ କଲମ୍ବିଆର  ଜୁଲିଓ ହେକ୍ଟରଙ୍କୁ ୬-୨ରେ ପରାସ୍ତ କରିଥିଲେ ।  ଟୋକିଓ ଅଲିମ୍ପିକ୍ସରେ ହରବିନ୍ଦର ବ୍ରୋଞ୍ଜ ପଦକ  ଜିତିଥିଲେ । ଏସୀୟ ପାରା କ୍ରୀଡ଼ାରେ ସେ ଗୋଟିଏ  ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ଜିତିଥିଲେ । ସେ ଜଣେ ଉଚ୍ଚ  ଶିକ୍ଷିତ । ଅର୍ଥନୀତିରେ ପିଏଚ୍‌ଡି ହାସଲ କରିଛନ୍ତି ।  

ପୁରୁଷ ସଟପୁଟ (ଏଫ୍‌-୪୬): ସଚିନ ଦ୍ୱିତୀୟ  ପ୍ରୟାସରେ ୧୬.୩୨ ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନରେ  ରହିଥିଲେ । କାନାଡ଼ାର ଗ୍ରେଗ ଷ୍ଟିୱାର୍ଟ (୧୬.୩୮)  ସ୍ୱର୍ଣ୍ଣ ଏବଂ କ୍ରୋଏସିଆର ଲୁକା ବାକୋଭିକ  (୧୬.୨୭) ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସଚିନ ପିଲା ଦିନରୁ ନିଜ ମା’ଙ୍କୁ  ହରାଇଥିଲେ । ପରେ ସାଇକେଲ ଦୁର୍ଘଟଣାରେ  ଶିକାର ହୋଇଥିଲେ । ୨୦୨୩ ଓ ୨୦୨୪ ବିଶ୍ୱ  ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ ଜିତିଥିଲେ । ପ୍ୟାରିସରେ  ସଚିନ ପ୍ରଥମ ଅଲିମ୍ପିକ୍ସ ପଦକ ଜିତିଛନ୍ତି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.