ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ

ଭୁବନେଶ୍ୱର,୧୯।୮: ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ । ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ । ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ପରୀକ୍ଷାର୍ଥୀ । www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ ହୋଇଛି । ପରୀକ୍ଷା ଫଳ ଜାଣିବା ପାଇଁ OSSTETର ଅଫିସିଆଲ୍ ୱେବସାଇଟ୍ www.bseodisha.ac.in ଲଗ୍ ଇନ୍ କରନ୍ତୁ । ସେଥିରେ ନିଜ ଇମେଲ୍ ଆଡ୍ରେସ୍ ଓ ପାସ୍‌ୱାର୍ଡ ଦିଅନ୍ତୁ । ଏହାପରେ ଲଗ୍ ଇନ୍ ବଟନ୍‌କୁ କ୍ଲିକ୍ କରନ୍ତୁ । ଏହାପରେ OSSTET Result 2024 ଉପରେ କ୍ଲିକ୍ କରନ୍ତୁ । ଏହାକୁ ଆପଣ ଡାଉନଲୋଡ୍ ମଧ୍ୟ କରିପାରିବେ । 

OSSTET ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା । ବୋର୍ଡ ପକ୍ଷରୁ ଏହି ପରୀକ୍ଷା ଚଳିତ ବର୍ଷ ଜାନୁଆରୀରେ ହୋଇଥିଲା । ରାଜ୍ୟର ୧୬୫ଟି କେନ୍ଦ୍ରରେ OSSTET ପରୀକ୍ଷା କରାଯାଇଥିଲା । ମୋଟ୍ ଉପରେ ୪୭ ହଜାର ୭୮୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.