ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ପାଇଁ ଦୁଇ ଦିନ ମଦ ଦୋକାନ ଏବଂ ବାର୍‌ ବନ୍ଦ, ଭୋଟ୍‌ ଗଣତି ଦିନ ରାଜ୍ୟସାରା ମଦ ଦୋକାନ ବନ୍ଦ

ଭୁବନେଶ୍ୱର,୨୪/୦୫: ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଭୁବନେଶ୍ୱର ସମେତ୬ ଲୋକସଭା କ୍ଷେତ୍ରରେ ମତଦାନ ହେବ । ସେଥିପାଇଁ ଗୁରୁବାର ଠାରୁ ମଦ ଦୋକାନ ଓ ବାର୍‌ଗୁଡ଼ିକ ବନ୍ଦ କରି ଦିଆଯାଇଛି । ରବିବାର ସକାଳ ୧୦ଟା ବେଳେ  ଦୋକାନ ଖୋଲିବ । ନିୟମ ନ ମାନିଲେ ସମ୍ପୃକ୍ତ ଦୋକାନର ଲାଇସେନ୍ସ ବାତିଲ କରାଯିବ ବୋଲି  ଅବକାରୀ ବିଭାଗ ବିଜ୍ଞପ୍ତି ଜାରି କରିଛି ।  

ବିଜ୍ଞପ୍ତି ଅନୁସାରେ ଯେଉଁ ଜିଲ୍ଲାରେ ୨୫ ତାରିଖରେ ନିର୍ବାଚନ ସେଠାରେ ଗୁରୁବାର ଅପରାହ୍ଣ ଅର୍ଥାତ୍‌ ୨୩  ତାରିଖ ୫ଟାରୁ ସମସ୍ତ ଦୋକାନ ବନ୍ଦ କରିଛନ୍ତି । ୨୬  ତାରିଖ ଅର୍ଥାତ ରବିବାର ଦିନ ୧୦ ବେଳେ ଦୋକାନ  ଖୋଲିକ । ତା’ଛଡ଼ା ଯେଉଁ ଲୋକସଭା କ୍ଷେତ୍ରରେ  ମତଦାନ ହେଉଥିବ ତାର ସୀମାନ୍ତ ଲୋକସଭା  କ୍ଷେତ୍ରର ୭ରୁ୧୦ କିମି ଭିତରେ ଥିବା ମଦ ଦୋକାନ  ଓ ବାର୍‌ଗୁଡ଼ିକ ବନ୍ଦ ରହିବ । ସେଥିପାଇଁ କିଛି ଦୋକାନ  ମେ’ ୨୩ରୁ ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ୬ ଦିନ ବନ୍ଦ  କରିବାକୁ ନିର୍ଦ୍ଦେଶ ରହିଛି । ଜୁନ୍‌ ୧ ତାରିଖରେ ଯେଉଁ  ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବ ସେଠାରେ  ମେ’ ୩୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ସବୁ ମଦ  ଦୋକାନ ବନ୍ଦ ରହିବ । ସେମାନେ ଜୁନ୍‌ ୨ ତାରିଖ ୧୦  ପରେ ଦୋକାନ ଖୋଲିପାରିବେ । ଭୋଟ ଗଣତି ଦିନ  ରାଜ୍ୟର ସମସ୍ତ ଠିପି ବନ୍ଦ ଓ ଖୋଲା ମଦ ଦୋକାନ,  ଓଏସ୍‌ପିସି ଡିପୋ, ବଟ୍‌ଲିଂ ୟୁନିଟ୍‌ ମଧ ବନ୍ଦ ରଖିବାକୁ  ଅବକାରୀ ବିଭାଗର ନିର୍ଦ୍ଦେଶ ରହିଛି ।  

ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ୧ ତାରିଖରେ  ଜଗତସିଂହପୁର ଜିଲ୍ଲାରେ ନିର୍ବାଚନ ହେବ ।  ସେଥିପାଇଁ ପାହାଳରେ ଥିବା ପାଲ୍‌ମନ୍ତ୍ରା ବାର୍‌ ବନ୍ଦ ରହିବ । କାରଣ ଜଗତସିଂହପୁର ଲୋକସଭା  କ୍ଷେତ୍ରରେ ନିଆଳି ବିଧାନସଭା ଆସୁଛି । ନିଆଳି  ବିଧାନସଭା ସୀମା ଠାରୁ ୭ରୁ୧୦ କିଲୋମିଟର  ଦୂରରେ ପାଲ୍‌ମନ୍ତ୍ରା ବାର୍‌ ଆସୁଛି । ସେଥିପାଇଁ ଉକ୍ତ  ବାର୍‌ ୩୦ ତାରିଖ ଅପରାହ୍ଣ ଠାରୁ ଅଢ଼େଇ ଦିନ ବନ୍ଦ  ରହିବ । ଏଥିସହ ଫୁଲନଖରାର ଅନନ୍ତପୁର ଠିପି ବନ୍ଦ  ଓ ଠିପି ଖୋଲା ଦୋକାନ, ନହରକଣ୍ଟା ଠିପି ବନ୍ଦ,  ବନମାଳିପୁର ସି.ଏଲ୍‌, ୭ ମାଇଲ୍ସ ପ୍ରିମିୟମ, ପାହାଳ  ବିୟର ପାର୍ଲର, ଟୁଇନ୍‌ ସିଟି ଠିପି ଖୋଲା ଭଳି ୧୧ଟି  ଦୋକାନ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ  ବନ୍ଦ ରହିବ । ଏପଟେ ଖୋର୍ଦ୍ଧାରେ ନିର୍ବାଚନ ଥିବାରୁ  ବ୍ରହ୍ମପୁରର କିଛି ଦୋକାନ ବନ୍ଦ ମଧ୍ୟ ରହିବ ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.