ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ରବିବାର ଆସିବେ ମେଟ୍ରିକ୍‌ ଫେଲ୍‌ ବୋହୂ, ୧୬ ସନ୍ଧ୍ୟା ସାଢ଼େ ୬ରେ ଜୀସାର୍ଥକରେ ଟେଲିଭିଜନ ପ୍ରିମିୟର

Published By : Prameya | June 11, 2024 10:05 AM

ଭୁବନେଶ୍ୱର,୧୧/୦୬: ଆସନ୍ତା ରବିବାର ଦିନ ଘରକୁ ଆସିବେ ମେଟ୍ରିକ୍‌ ଫେଲ୍‌ ବୋହୂ । କାରଣ ଜୀସାର୍ଥକ ଫିଲ୍ମସ୍‌ର ନୂଆ ସିନେମା ‘ବୋହୂ ଆମର  ମେଟ୍ରିକ୍‌ ଫେଲ୍‌’ ଆସନ୍ତା ୧୬ ତାରିଖ ସନ୍ଧ୍ୟା ସାଢ଼େ  ୬ଟାରେ ଜୀସାର୍ଥକରେ ଟେଲିଭିଜନ ପ୍ରିମିୟର ହେବ ।  ଏହାଦ୍ୱାରା ଏକ ନୂଆ ଓଡ଼ିଆ କାହାଣୀକୁ ଦର୍ଶକ ଦେଖିବାକୁ  ପାଇବେ, ଯାହା ନିଃସ୍ୱାର୍ଥପର ପ୍ରେମକୁ ବଖାଣିବ ବୋଲି  ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ପୋଷ୍ଟର୍‌ ଉନ୍ମୋଚନ  ଉତ୍ସବରେ ଚ୍ୟାନେଲ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି ।  

କଥାବସ୍ତୁ ଅନୁଯାୟୀ, ଏକ ପ୍ରତିଜ୍ଞାରୁ ଫିଲ୍ମ କାହାଣୀର  ଆରମ୍ଭ । ବନ୍ଧୁତାର ସମ୍ପର୍କକୁ ଆଉ ପାଦେ ଆଗକୁ ନେବାକୁ  ଜଗଦୀଶ ଓ ଜଗବନ୍ଧୁ ପ୍ରତିଜ୍ଞା କରିଛନ୍ତି । ନିଜ ପୁଅ ଓ  ଝିଅଙ୍କୁ ବିବାହ ବନ୍ଧନରେ ବାନ୍ଧିବେ । ପ୍ରତିଜ୍ଞା ମଧ୍ୟ ପୂରଣ  ହୋଇଛି । ସିନେମାର କେନ୍ଦ୍ରବିନ୍ଦୁରେ ରହିଛି ଶିକ୍ଷାରେ  ପଛୁଆ ସ୍ନେହୀ ତଥା ସର୍ବଗୁଣାସମ୍ପନ୍ନା ଗାଉଁଲି ଗୌରୀ ।  ତା’ ସହିତ ବିଜ୍‌ନେସ୍‌ମ୍ୟାନ୍‌ ବିବେକର ବିବାହ ହୋଇଛି ।  କିନ୍ତୁ ବିବେକ ମନରେ ଗୌରୀ ପାଇଁ ପ୍ରେମ ନାହିଁ ।  

ଅପରପକ୍ଷରେ ବିବେକଙ୍କ ଘର ଲୋକଙ୍କ ସହ  ଗୌରୀଙ୍କ ସମ୍ପର୍କ ଭଲ, କିନ୍ତୁ ତାଙ୍କୁ କେହି ପସନ୍ଦ  କରନ୍ତିନି । ସେପଟେ ଚକ୍ରାନ୍ତ ଖେଳୁଛି ବିବେକର  ବିଜ୍‌ନେସ୍‌ ପାର୍ଟନର୍‌ ତନୟା । ବିବେକଙ୍କ ସମ୍ପତ୍ତି ଉପରେ  ତା’ର ନଜର ରହିଛି । ବିବେକ ଏହି କଥା ଜାଣିବା ପରେ  ଭୁଲ୍‌ ବୁଝିପାରି ଗୌରୀ ସହିତ ମିଶି କେମିତି ସମସ୍ୟାକୁ  ସାମ୍ନା କରୁଛି ତାହା ସିନେମାରେ ଦେଖିବାକୁ ମିଳିବ ।  ଏତେ ଭିତରେ ବି ଉଭୟଙ୍କ ପ୍ରେମକୁ ବି ଦେଖାଇବାକୁ  ନିର୍ଦ୍ଦେଶକ ଭୁଲିନାହାନ୍ତି । ସୋମନାଥ ସାଇନ୍‌ ପ୍ରଡକ୍ସନ୍ସ  ହାଉସ୍‌ ପ୍ରସ୍ତୁତ ଏହି ସିନେମାର ପ୍ରଯୋଜକ ସୁନୀଲ କୁମାର ପଟ୍ଟନାୟକ । ସେ ସିନେମାର ସଫଳତା ନେଇ  ବହୁତ ଆଶାବାଦୀ ରହିଛନ୍ତି । 

ସିନେମାରେ ଦର୍ଶକ ଖୁବ୍‌  ମନୋରଞ୍ଜନ ପାଇବେ ବୋଲି ଜୀସାର୍ଥକ ଚିଫ୍‌ ଚ୍ୟାନେଲ୍‌  ଅଫିସର ପ୍ରତୀକ ସିଲ୍‌ କହିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ ଏବଂ ପ୍ରିୟବ୍ରତ କାହାଣୀ  ଲେଖିଥିଲା ବେଳେ ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ  ଦାଶ । ପ୍ରମୁଖ ଗୌରୀ ଚରିତ୍ରରେ ଅଭିନୟ କରିଛନ୍ତି  ମ୍ୟୁଜିକ୍‌ ଭିଡିଓ, ଧାରାବାହିକ ଓ ସିନେମାର ଚର୍ଚ୍ଚିତ  ନାୟିକା ନିକିତା ମିଶ୍ର । ନାୟକ ଭୂମିକାରେ ଓଲିଉଡ୍‌ର  ପରିଚିତ ଚେହେରା ରାକେଶ ଦେଓ ଥିଲାବେଳେ  ଅନ୍ୟାନ୍ୟ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ପୁଷ୍ପା  ପଣ୍ଡା, ଅନନ୍ତ ମିଶ୍ର ଓ ଧରିତ୍ରୀ ଖଣ୍ଡୁଆଳ ପ୍ରମୁଖ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.