ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଷ୍ଟକ୍ ମାର୍କେଟ୍‌ରେ ଟେଲିଗ୍ରାମ୍ ଓ ଇନଷ୍ଟାଗ୍ରାମ୍‌ ଠାରୁ ଦୂରେଇ ରୁହନ୍ତୁ : ନିବେଶକଙ୍କୁ ଏନଏସଇର ଚେତାବନୀ

ନୂଆଦିଲ୍ଲୀ – ଯଦି ଆପଣ ଷ୍ଟକ୍‌ ମାର୍କେଟ୍‌ରେ ନିବେଶ କରୁଛନ୍ତି ଓ ଏଥିପାଇଁ କୌଣସି ସୋସିଆଲ ମିଡ଼ିଆ ଗ୍ରୁପ୍‌ରୁ ପରାମର୍ଶ ନେଉଛନ୍ତି ତ ହୋଇ ଯା'ନ୍ତୁ ସାବଧାନ। ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନଏସଇ) ଷ୍ଟକ୍‌ ମାର୍କେଟ୍ ନିବେଶକଙ୍କୁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚେତାବନୀ ଦେଇଛି। ଏନଏସଇ ନିବେଶକଙ୍କୁ କହିଛି କି, ସେମାନେ କିଛି ଇନଷ୍ଟାଗ୍ରାମ୍‌ ଓ ଟେଲିଗ୍ରାମ୍‌ ଚ୍ୟାନେଲ ଠାରୁ ସାବଧାନ ରୁହନ୍ତୁ ,ଯେଉଁମାନେ ନିବେଶ ସହ ଜଡ଼ିତ ପରାମର୍ଶ ଓ ଅବୈଧ ଟ୍ରେଡିଂ ସେବା ଦେଉଛନ୍ତି। 

ଏନଏସଇ ନିଜର ଅଫିସିଆଲି ୱେବସାଇଟରେ ଜାରି କରାଯାଇ ଥିବା ଚେତାବନୀରେ କହିଛି କି, କିଛି ବ୍ୟକ୍ତି ଓ ସଂସ୍ଥା ସୁରକ୍ଷିତ / ନିଶ୍ଚିତ ଓ ଗାରେଣ୍ଟଡେ ରିଟର୍ନର ପ୍ରତିଶ୍ରୁତି କରି ନିବେଶକଙ୍କୁ ଆକର୍ଷିତ କରୁଛନ୍ତି। ଏନଏସଇ କହିଛି ଏମିତି ଦାବି କରିବା ବେଆଇନ୍‌ ଓ ନିବେଶକଙ୍କୁ ଏମିତି କୌଣସି ବି ଯୋଜନା ବା ପ୍ରଡକ୍ଟରେ ନିବେଶ ନକରିବା ଉଚିତ୍‌। 

ଏହି ଚ୍ୟାନେଲ୍ସ ଠାରୁ ସାବଧାନ ରହିବା ଜରୁରୀ – ଏନଏସଇ ଇନଷ୍ଟାଗ୍ରାମ୍‌ ଓ ଟେଲିଗ୍ରାମ୍‌ ବିଷୟରେ ବିଶେଷ ଭାବେ ଚେତାବନୀ ଦେଇଛି , ନିମ୍ନରେ ପଢନ୍ତୁ –

Instgram : bse_nse_latest

Telegram: BHARAT TARDING YATRA

ଆପଣ କୌଣସି ବି ଏମିତି ବ୍ୟକ୍ତି ବା ସଂସ୍ଥାରୁ ନିବେଶ ସହ ଜଡ଼ି ପରାମର୍ଶ ନିଅନ୍ତୁ ନାହିଁ , ଯାହା ସୁରକ୍ଷିତ/ ନିଶ୍ଚିତ ବା ପୁଣି ଗ୍ୟାରେଣ୍ଟେଡ୍‌ ରିଟର୍ନ ର ପ୍ରତିଶ୍ରୁତି କରିଥିବ। ଏହା ବ୍ୟତୀତ କାହା ସହ ମଧ୍ୟ ନିଜର ଟ୍ରେଡିଂ କ୍ରେଣ୍ଡେନ୍ସିଆଲ ଭଳି ୟୁଜର ଆଇଡି /ପାସୱାର୍ଡ ସେୟାର କରନ୍ତୁ ନାହିଁ । ଆପଣ ଏନଏସଇର ୱେବସାଇଟ୍‌ରେ ନୋ ୟୋର ଷ୍ଟକ୍‌ ବ୍ରୋକର ସୁବିଧାର ବ୍ୟବହାର କରି କେବଳ ରେଜିଷ୍ଟର୍ଡ ଷ୍ଟକବ୍ରୋକର ମାଧ୍ୟମରେ ଟ୍ରେଡିଂ କରନ୍ତୁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.