ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନା ପ୍ରଭାସ ନା ଅଲ୍ଲୁ ଅର୍ଜୁନ ଏହି ଅଭିନେତାଙ୍କଠାରେ ପ୍ରତ୍ୟେକ ନିର୍ଦ୍ଦେଶକ ରୁହନ୍ତି ଖୁସି, ଗୋଟିଏ ଥରରେ ସିନ୍ କରି ଦିଅନ୍ତି ଓକେ, ସିଟିମାର-ଗୋଲୀମାର ବ୍ଲକ ବଷ୍ଟର ଫିଲ୍ମ

ନୂଆଦିଲ୍ଲୀ,୪/୩ : ପ୍ରାୟ ସମୟରେ ବଲିଉଡ଼ କିମ୍ବା ଟଲିଉଡ଼ର ଷ୍ଟାରମାନଙ୍କ ନଖରାମୀ ଘଟଣା ଆପଣମାନେ ନିଶ୍ଚିତ ଶୁଣିଥିବେ । ନିର୍ଦ୍ଦେଶକଙ୍କୁ ଅଜୀବଗରୀବ ଡିମାଣ୍ଡ କରିଥାନ୍ତି । ସିନ୍ କିମ୍ବା ସଟ୍‌ରେ ମନମୁଖି ବାହାରିବା କିମ୍ବା ସୁଟିଂ ସମୟରେ ନଖରା ଦେଖାଇବା । କେବେ ନିଜ ଲୁକକୁ ନେଇ ଝଗଡ଼ା କରିବା କିମ୍ବା ସିନରେ ନିଜ ଆକ୍ସନକୁ ନେଇ ଝିନଝଟ କରିବା । କିନ୍ତୁ ଜଣେ ଷ୍ଟାର୍ ଏଭଳି ବି ଅଛନ୍ତି ଯିଏ ନିର୍ଦ୍ଦେଶକଙ୍କ କାମରେ ଦଖଲ ଦେବା ବିଲକୁଲ୍ ପସନ୍ଦ କରନ୍ତି ନାହିଁ । ଏହି ଷ୍ଟାର୍ ହେଲେ ଗୋପୀଚନ୍ଦ । ଗୋପୀଚନ୍ଦ ସାଉଥ ଦୁନିଆରେ ବଡ଼ ଷ୍ଟାର୍ ଅଟନ୍ତି । ଯାହାଙ୍କ ନାଁରେ ଦକ୍ଷିଣ ଭାରତର ବଡ଼ ବଡ଼ ଫିଲ୍ମ ରହିଛି । କିନ୍ତୁ ସେଟ୍‌ରେ ପହଞ୍ଚିବା ପରେ ସେ ନିର୍ଦ୍ଦେଶକଙ୍କ ଅଭିନେତା ହୋଇ କାମ କରିଥାନ୍ତି ।

ସାଉଥର ସୁପରଷ୍ଟାର ଗୋପୀଚନ୍ଦ ନିଜେ ଏହି କଥାର ଖୁଲାସା କରିଛନ୍ତି । ବହୁ ଷ୍ଟାରଙ୍କ ଅଭ୍ୟାସ ରହିଥାଏ କି ଯେଭଳି ଭାବେ ସେମାନେ ସିନ୍ ପୂରା କରିବେ ତାକୁ ଚେକ୍ କରିବା ଲାଗି ମନିଟର ଦେଖିବାକୁ ନିଶ୍ଚିତ ଯାଇଥାନ୍ତି । ଯଦି ତାଙ୍କୁ କିଛି କମି ଲାଗିଥାଏ ଦ୍ବିତୀୟ ଥର ସେହି ସିନକୁ ସୁଟ୍ କରିବାକୁ ଦାବି କରିଥାନ୍ତି । କିନ୍ତୁ ଗୋପିଚନ୍ଦ ଏହି ସମସ୍ତଙ୍କଠାରୁ ଭିନ୍ନ ଅଟନ୍ତି  । ଏହି ଖୁଲାସା ଗୋପିଚନ୍ଦ ଫିଲ୍ମ ଭୀମାର ପ୍ରମୋଶନ ସମୟରେ କରିଛନ୍ତି । ସେ କହିଛନ୍ତି କି, ସେ ସିନ୍ ପୂରା କରିବା ପରେ ମନିଟରରେ ଯାଇ ତାହାକୁ ଚେକ୍ କରିନଥାନ୍ତି । ଯଦି ନିର୍ଦ୍ଦେଶକ ସେହି ସିନକୁ ପ୍ଲେରେ ସନ୍ତୁଷ୍ଟ ଅଛନ୍ତି ତ ସେ କେବେ ବି ସିନ୍ ଦ୍ବିତୀୟ ଥର କରିବାକୁ ଦାବି କରିନଥାନ୍ତି । ତାଙ୍କ କହିବା କଥା କି ଏହି ମାମଲାରେ ନିର୍ଦ୍ଦେଶକଙ୍କୁ ଅଜଥା ଚିନ୍ତିତ କରିବା ତାଙ୍କୁ ପସନ୍ଦ ନୁହେଁ । 


ଗୋପିଚନ୍ଦ ଏହା ବି କହିଛନ୍ତି କି, ‌ସେ ପ୍ରଶ୍ନ କେବେ କରନ୍ତି କିମ୍ବା ଦଖଲ କେବେ ଦେଇଥାନ୍ତି । ମାତ୍ର ତାଙ୍କ ଦଖଲ ବି ନିର୍ଦ୍ଦେଶକଙ୍କୁ ସୂଚନା ଦେବା ପର୍ଯ୍ୟନ୍ତ ସୀମିତ ହୋଇଥାଏ । ଗୋପିଚନ୍ଦ କହିଛନ୍ତି କି ସେ ସ୍କ୍ରିପ୍ଟ ଶୁଣିବା ସମୟରେ ହିଁ, ଯେଉଁଠାରେ କନଫ୍ୟୁଜନ ହୋଇଥାଏ ସେହିଠା‌ରେ‌ ନିର୍ଦ୍ଦେଶକଙ୍କୁ ପ୍ରଶ୍ନ କରିଥାନ୍ତି, ଏବଂ ସବୁ ଡାଉଟ୍ କ୍ଲିୟର କରିଥାଏ । ଏହାପରେ ସେ ନିର୍ଦ୍ଦେଶକଙ୍କୁ ସେତେବେଳେ ପ୍ରଶ୍ନ କରିଥାନ୍ତି କି ଯେତେବେଳେ ଫିଲ୍ମର ଡବିଂ ସମୟରେ ତାଙ୍କୁ କିଛି ଠିକ୍ ଲାଗିନଥାଏ । ଯଦି ସେତେବେଳେ ତାଙ୍କୁ କିଛି ଭୁଲ୍ ଲାଗିଥାଏ କିମ୍ବା କିଛି ପୁଣି ଥରେ କରିବାକୁ ଜରୁରୀ ଲାଗିଥାଏ ତ ସେ ଏହାର ସୂଚନା ନିର୍ଦ୍ଦେଶକଙ୍କୁ ଦେଇଥାନ୍ତି । ଆଗକୁ ନିର୍ଦ୍ଦେଶକଙ୍କ କ’ଣ ଆବଶ୍ୟକ ତାଙ୍କ ଉପରେ ଛାଡ଼ି ଦେଇଥାନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.