ନୂଆଦିଲ୍ଲୀ, ୧୬/୦୬: ଭାରତୀୟ ଗ୍ରାଣ୍ଡମାଷ୍ଟର ନିହାଲ ସରିନ ରୋମାନ ଚେସ୍ ଗ୍ରାଁପ୍ରି ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛନ୍ତି । ସେ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ସାବ୍ୟସ୍ତ ହୋଇଥିଲେ । ଅନ୍ତିମ ରାଉଣ୍ଡ୍ରେ ସେ ଟାଇବ୍ରେକରରେ ହଙ୍ଗେରୀର ଆଇମ୍ରେ ବାଲୋଗଙ୍କୁ ପରାସ୍ତ କରିଥିଲେ । ନିହାଲ ୧୦ ରାଉଣ୍ଡ୍ରୁ ୮ଟିରେ ବିଜୟ ହାସଲ କରିଥିବାବେଳେ ୩ଟି ବାଜି ଡ୍ର’ ରଖିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୨ଟି କ୍ଲାସିକାଲ ରାଉଣ୍ଡ୍ ଓ ୩ଟି ର୍ୟାପିଡ୍ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ନିହାଲ ଏବେବି କ୍ଲାସିକାଲ ରେଟିଂରେ ୨୭୦୦ ପଏଣ୍ଟ ପୂରଣ କରିପାରି ନାହାନ୍ତି । ତାଙ୍କ ରେଟିଂ ପଏଣ୍ଟ ୨୬୯୮ରହିଛି । ରୋମାନ ଗ୍ରାଁପ୍ରିରେ ନିହାଲଙ୍କ ବ୍ୟତୀତ ଅନ୍ୟ ଭାରତୀୟ ଖେଳାଳି ନାରାୟଣନ ସୁନିଲଦତ୍ତ ଲାୟନା ମଧ୍ୟ ଭାଗ ନେଇଥିଲେ । ସେ ୭ପଏଣ୍ଟ ସହ ୧୯ତମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ।

୨୦୨୬ରେ ପଶ୍ଚିମବଙ୍ଗ ପାଳି, ଦିଲ୍ଲୀ ବିଜୟ ପରେ ଦିଦିଙ୍...