ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଶଙ୍ଖ ଭବନରେ ନବୀନଙ୍କ ଆହ୍ୱାନ, ୱାକଫ୍‌ ବିଲ୍‌କୁ ବିରୋଧ କରିବ ବିଜେଡି

ଭୁବନେଶ୍ବର: ୱାକଫ୍‌ ବିଲ୍‌କୁ ବିରୋଧ କରିବ ବିଜେଡି । ଗୁରୁବାର ଶଙ୍ଖ ଭବନ ଠାରେ ସଂଖ୍ୟାଲଘୁ ଭାଇ, ଭଉଣୀଙ୍କୁ ସମ୍ବୋଧନ କରି ଏହି କଥା ସ୍ପଷ୍ଟ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନ କହିଥିଲେ, ରାଜ୍ୟର ବିଭିନ୍ନ ଅଞ୍ଚଳର ସଂଖ୍ୟାଲଘୁ ଭାଇ, ଭଉଣୀମାନେ ପ୍ରତିଦିନ ମୋତେ ଭେଟୁଛନ୍ତି । ସେମାନଙ୍କ ମନରେ ଅସୁରକ୍ଷିତ ଭାବନା ରହୁଥିବା ବିଷୟରେ ଜଣାଉଛନ୍ତି । ଓଡ଼ିଶା ସଦ୍‌ଭାବନା ଓ ଭାଇଚାରା ପାଇଁ ପ୍ରସିଦ୍ଧ । ଓଡ଼ିଶାର ସାଂସ୍କୃତିକ ବିବିଧତା ଆମର ଗୌରବ ।

ଦେଶର ପ୍ରଗତିରେ ସଂଖ୍ୟାଲଘୁମାନଙ୍କ ଅବଦାନକୁ ସ୍ମରଣ କରି ସେ କହିଥିଲେ, ସମସ୍ତଙ୍କ ସହଯୋଗ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଜରୁରି । ସାମ୍ପ୍ରଦାୟିକ ସଦ୍‌ଭାବନାକୁ ଭାରତୀୟ ସଂସ୍କୃତିର ମୂଳାଧାର ବୋଲି ବର୍ଣ୍ଣନା କରି ସମାଜର ଦୁର୍ବଳ ବର୍ଗର କଲ୍ୟାଣ ପାଇଁ ପୂର୍ବରୁ ବିଜେଡି ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଏ ଦେଶ ଆମର, ଏ ମାଟି ଆମର ଭାବନା ନେଇ କାମ କରିବାକୁ ସଂଖ୍ୟାଲଘୁ ଭାଇ, ଭଉଣୀମାନଙ୍କୁ ନବୀନ ଆହ୍ୱାନ ଦେଇଥିଲେ । 

ଶାନ୍ତି ଓ ସଦ୍‌ଭାବନା ହିଁ ପ୍ରଗତିର ଭିତ୍ତି । ଏଥିଯୋଗୁ ହିଁ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିପାରିଛି । ତେଣୁ ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବା ପାଇଁ କାମ କରିବାକୁ ନବୀନ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବୌଦ୍ଧ, ଶିଖ୍‌, ମୁସ୍‌ଲିମ୍‌ ଓ ଖ୍ରୀଷ୍ଟିଆନ୍‌ ଧର୍ମର ପ୍ରତିନିଧିମାନେ ନବୀନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅଭିନେତା ତଥା ସାଂସଦ ମୁନ୍ନା ଖାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

  • BJD
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.