ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଲାଲ୍ ଗ୍ରହରେ ୧୨୨ ଗ୍ରାମ୍‌ ଅମ୍ଳଜାନ ଉତ୍ପନ୍ନ କଲା ମକ୍ସି, ଆଶାଠୁ ଦୁଇଗୁଣ ଅଧିକ ଫଳ ଦେବା ପରେ ମିଶନ୍‌ ଶେଷ

ନୂଆଦିଲ୍ଲୀ ୦୯/୦୯: ନାସା ଦ୍ୱାରା ବିକଶିତ ଏକ ଅଭିନବ ଉପକରଣ ପ୍ରମାଣ କରିଛି ଯେ ମଙ୍ଗଳ ଗ୍ରହରେ ଅମ୍ଳଜାନ ଉତ୍ପନ୍ନ ସମ୍ଭବ । ମାର୍ସ ଅକ୍ସିଜେନ୍‌ ଇନ୍‌-ସିଟୁ ରିସୋର୍ସ ୟୁଟିଲାଇଜେସନ୍‌ ଏକ୍ସପେରିମେଣ୍ଟ (ମକ୍ସି) ମଙ୍ଗଳ ଗ୍ରହରେ ସଫଳତାପୂର୍ବକ ନିଜର କାର୍ଯ୍ୟକଳାପ ଶେଷ କରିଛି । ଏହା ଲାଲ୍‌ ଗ୍ରହରେ ଭବିଷ୍ୟତ ମହାକାଶଚାରୀଙ୍କ ପାଇଁ ଏକ ବ୍ୟବହାରଯୋଗ୍ୟ ଟେକ୍ନୋଲୋଜି ହୋଇପାରିବ ବୋଲି ପ୍ରମାଣ ମଧ୍ୟ ଦେଇଛି । ମାଇକ୍ରୋୱେଭ୍‌ ଓଭନ୍‌ ଆକାର ଭଳି ମକ୍ସି ନାସାର ପର୍ସିଭିୟରାନ୍ସ ରୋଭର୍‌ରେ ଲାଗିଛି । ୨୦୨୧ ମସିହାରେ ରୋଭର୍‌ ମଙ୍ଗଳ ଗ୍ରହରେ ଅବତରଣ କରିବା ପରଠୁ ମକ୍ସି ଅମ୍ଳଜାନ ଉତ୍ପନ୍ନ କରିଆସୁଛି । ଅଦ୍ୟାବଧି ୧୨୨ ଗ୍ରାମ୍‌ର ଅମ୍ଳଜାନ ଉତ୍ପନ୍ନ କରି ଆଶାଠୁ ଅଧିକ ଫଳ ପ୍ରଦାନ କରିଛି । ଏହି ଉପକରଣରୁ ନେଇ ନାସା ଯେତିକି ଆଶା କରିଥିଲା, ତା’ଠୁ ଏହା ଦୁଇ ଗୁଣ ଅଧିକ ଅମ୍ଳଜାନ ଉତ୍ପନ୍ନ କରିଛି । ମକ୍ସି ଉତ୍ପନ୍ନ କରିଥିବା ଅମ୍ଳଜାନ ୯୮ ପ୍ରତିଶତ ଶୁଦ୍ଧ, ଯାହା ଉଭୟ ଇନ୍ଧନ ଓ ଶ୍ୱାସକ୍ରିୟା ଲାଗି ଉପଯୁକ୍ତ ବୋଲି ନାସା କହିଛି ।

ମକ୍ସି ମଙ୍ଗଳର ପତଳା ବାୟୁମଣ୍ଡଳରେ ମହଜୁଦ ଅଙ୍ଗାରକାମ୍ଳର ପ୍ରତ୍ୟେକ କଣିକାରୁ ଅମ୍ଳଜାନ ପରମାଣୁକୁ ଅଲଗା କରିବାକୁ ଇଲେକ୍ଟ୍ରୋକେମିକାଲ ପ୍ରକ୍ରିୟା ପ୍ରୟୋଗ କରେ । ଏହା ଦ୍ୱାରା ଉତ୍ପନ୍ନ ଅମ୍ଳଜାନର ଶୁଦ୍ଧତା ଓ ପରିମାଣକୁ ଯାଞ୍ଚ୍‌ କରିବା ଲାଗି ଗ୍ୟାସ୍‌ଗୁଡ଼ିକୁ ବିଶ୍ଳେଷଣ କରାଯାଏ । ନାସା ଅନୁସାରେ, ମକ୍ସିର ସଫଳତା ବର୍ତ୍ତମାନ ଲାଲ୍‌ ଗ୍ରହରେ ଭବିଷ୍ୟତ ମାନବ ଅନ୍ୱେଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମଙ୍ଗଳ ପୃଷ୍ଠରେ ଦେଖାଯାଉଥିବା ଉପକରଣଗୁଡ଼ିକୁ ପ୍ରୟୋଗ କରି ସେଠାରେ ବଞ୍ଚିବାରେ ଏହି ଟେକ୍ନୋଲୋଜି ମହାକାଶଚାରୀଙ୍କୁ ସକ୍ଷମ କରିବ । ଇନ୍‌-ସିଟୁ ରିସୋର୍ସ ୟୁଟିଲାଇଜେସନ୍‌ (ଇସ୍‌ରୁ) ନାମରେ ପରିଚିତ ଏହି ଅବଧାରଣା ଏବେ ଅନୁସନ୍ଧାନର ଏକ ବୃଦ୍ଧି ପାଉଥିବା କ୍ଷେତ୍ର ହୋଇଛି । 

ପରବର୍ତ୍ତୀ ସୋପାନ ହେଉଛି ଏକ ପୂର୍ଣ୍ଣାଙ୍ଗ ପଦ୍ଧତି ବିକଶିତ କରିବା, ଯେଉଁଥିରେ ମକ୍ସି ଭଳି ଏକ ଅମ୍ଳଜାନ ଜେନେରେଟର ରହିବ ଏବଂ ଉକ୍ତ ଅମ୍ଳଜାନକୁ ତରଳ ଓ ସଂରକ୍ଷଣ କରିବାର ମାର୍ଗ ଅନ୍ୱେଷଣ କରିବ ବୋଲି ନାସା କହିଛି । ମଙ୍ଗଳ ଗ୍ରହରେ ଅନ୍ୟ ଟେକ୍ନୋଲୋଜିଗୁଡ଼ିକୁ ବୈଧ କରିବା ଉପରେ ମଧ୍ୟ ଫୋକସ୍‌ ରହିଥିବା ଏଜେନ୍ସି ସ୍ପଷ୍ଟ କରିଛି ।

Copyright © 2022 - Summa Real Media Private Limited. All Rights Reserved.