ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଦେଶର ସବୁଠୁ ମହଙ୍ଗା ସହରରେ ମୁମ୍ବାଇର ତାଲିକା ୧୧ନଂ, ସାରା ବିଶ୍ୱରେ ମହଙ୍ଗା ସହର ହଂକଂ

ମୁମ୍ବାଇ, ୧୯।୬: ଅନ୍ୟ ସହରରୁ ଆସୁଥିବା ଲୋକଙ୍କ ପାଇଁ ମୁମ୍ବାଇ ଦେଶର ସବୁଠୁ ମହଙ୍ଗା ସହର । ମାନବ ସମ୍ବଳ କନ୍‌ସଲ୍‌ଟାନ୍ସି ମର୍ସର ପକ୍ଷରୁ ଜାରି ଏକ ସର୍ଭେରେ ଏହା ଉଲ୍ଲେଖ କରାଯାଇଛି । ମର୍ସର ଏହାର କଷ୍ଟ୍‌ ଅଫ୍‌ ଲିଭିଂ-୨୦୨୪ର ସର୍ଭେ ରିପୋର୍ଟରେ ଏହା ପ୍ରକାଶ କରିଛି । ମୁମ୍ବାଇରେ ପର୍ସନାଲ କେୟାର୍‌, ବିଜୁଳି, ୟୁଟିଲିଟି, ପରିବହନ ଏବଂ ଭଡ଼ା ଘର ଅନେକ ମାତ୍ରାରେ ମହଙ୍ଗା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । 

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଦେଶର ସବୁଠୁ ମହଙ୍ଗା ସହର ମଧ୍ୟରେ ମୁମ୍ବାଇ ସହିତ ନୂଆଦିଲ୍ଲୀ ଏବଂ ବେଙ୍ଗାଲୁରୁ ସାମିଲ ଅଛି । ଏ ବର୍ଷ ମୁମ୍ବାଇ ଏହି ତାଲିକାରେ ୧୧ଟି ସ୍ଥାନ ଉପରକୁ ଉଠିଯାଇଛି । ବିଶ୍ୱ ସ୍ତରରେ କଷ୍ଟ୍‌ ଅଫ୍‌ ଲିଭିଂ ସର୍ଭେରେ ଶୀର୍ଷ ୫ ସହର ର‌୍ୟାଙ୍କିଙ୍ଗ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ । ହଂକଂ ବିଶ୍ୱର ସବୁଠୁ ମହଙ୍ଗା ସହର ଭାବେ ଶୀର୍ଷ ସ୍ଥାନରେ ସ୍ଥିର ରହିଛି । ଏହା ପରେ ସିଙ୍ଗାପୁର, ଜ୍ୟୁରିଚ୍‌, ଜେନେଭା, ବେସଲ, ବର୍ଣ୍ଣ, ନ୍ୟୁୟର୍କ ସିଟି, ଲଣ୍ଡନ, ନାସାଉ ଏବଂ ଲସ୍‌ ଏଞ୍ଜେଲସ୍‌ ରହିଛି । ମୁମ୍ବାଇରେ ଘର ଭଡ଼ାରେ ୬ରୁ୮% ବୃଦ୍ଧି ଘଟିଛି । ଦିଲ୍ଲୀରେ ଏହା ୧୨ରୁ ୧୫% ବଢ଼ିଛି । ବେଙ୍ଗାଲୁରୁ, ପୁଣେ ଏବଂ ଚେନ୍ନାଇରେ ବି ଏହି ଟ୍ରେଣ୍ଡ ରହିଛି । ବିଜୁଳି ଖର୍ଚ୍ଚ ଦେଖିଲେ ମୁମ୍ବାଇ-ପୁଣେ ସବୁଠୁ ମହଙ୍ଗା ସହର । ମୁମ୍ବାଇ-ବେଙ୍ଗାଲୁରୁରେ ପରିବହନ ଖର୍ଚ୍ଚ ସବୁଠୁ ଅଧିକ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.