ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେବେ ମୋହିନୀ ଏକାଦଶୀ? ଜାଣନ୍ତୁ କେମିତି କରିବେ ପୂଜା

ସନାତନ ଧର୍ମରେ ଏକାଦଶୀ ଉପବାସକୁ ଅତି ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ପ୍ରତି ମାସର କୃଷ୍ଣ ଓ ଶୁକ୍ଳ ପକ୍ଷ ତିଥିର ଏକାଦଶୀ ତଥିକୁ ମୋହିନୀ ଏକାଦଶୀ ଭାବେ  ପାଳନ କରାଯାଏ। ସମସ୍ତ ଏକାଦଶୀ ଉପବାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ବୈଷାଖ ମାସର ଶୁକ୍ଳ ପକ୍ଷର ଏକାଦଶୀ ତିଥିରେ ମୋହିନୀ ଏକାଦଶୀ ଉପବାସ ପାଳନ କରାଯାଏ। ଏଥର ମୋହିନୀ ଏକାଦଶୀ ଆସନ୍ତା ୧୯ ତାରିଖ ରବିବାର ଦିନ ରଖାଯିବ। ପୌରାଣିକ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଭଗବାନ ବିଷ୍ଣୁ  ମୋହିନୀ ନାମକ ଅପସରାଙ୍କ ରୂପ ଧାରଣ  କରିଥିଲେ । ପୁରାଣ ଅନୁସାରେ ଶ୍ରୀହରି ମୋହିନୀ ରୂପରେ ପ୍ରକଟ ହେବା ପରେ ଭଗବାନ ଶିବ ମଧ୍ୟ ମୋହିତ ହୋଇଯାଇଥିଲେ । 

ଚଳିତଥର ଏକାଦଶୀ ତିଥିର ଆରମ୍ଭ ୧୮ ତାରିଖ ଆରମ୍ଭ ହୋ ୧୯ ତାରିଖରେ ଶେଷ ହେବ । ଏହି ମୋହନୀ ଏକାଦଶୀକୁ ବିଶେ ମନାଯାଉଛି। କାରଣ ଏହି ଦିନ ଦ୍ବିପୁଷ୍କର ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ , ଶୁକ୍ରାଦିତ୍ୟ ଯୋଗ , ରାଜଭଙ୍ଗ ଯୋଗ ଓ ଲକ୍ଷ୍ମୀ ନାରାୟଣ ଯୋଗର ଆରମ୍ଭ ହେବାକୁ ଯାଉଛି। ତେଣୁ ଏହି ଦିନ ସକାଳୁ ଉଠି ବ୍ରତର ସଂକଳ୍ପ ନିଅନ୍ତୁ। ଏଥିସହ ମହିନୀ ଏକାଦଶୀ କଥା ପାଠ କରନ୍ତୁ । କାରଣ ଏହା ବିନା ବ୍ରତ ପୂଜା ପୂରଣ ହୁଏନି ।  ଏହି ଦିନ ଗରିବଙ୍କୁ ଦାନ କରନ୍ତୁ ମଙ୍ଗଳ ହେବ । 

ମୋହିନୀ ଏକାଦଶୀ ଦିନ ଦକ୍ଷିଣବର୍ତ୍ତୀ ଶଙ୍ଖର ପୂଜା କରିବା ଦ୍ବାରା ଭ୍ଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ବେଶ ଖୁସି ହୁଅନ୍ତି । ତେଣୁ ବ୍ୟକ୍ତିର କେବେବି ଧନହାନୀ ହୁଏନି । ସୁଖ ସମୃଦ୍ଧି ପାଇଁ ଏକାଦଶୀ ଦିନ ସକାଳୁ ଉଠି ଭଗବାନ ବିଷ୍ଣୁଙ୍କ ବିଦ୍ଧି ବିଧାନରେ ପୂଜାର୍ଚ୍ଚନା କରନ୍ତୁ । ସେହିପରି ରାତିରେ ବିଷ୍ଣୁଙ୍କ ପ୍ରତିମା ସାମ୍ନାରେ ଦୀପ ଜଳାନ୍ତୁ । ଏହା କରିବା ଦ୍ବାରା ଧନ ସହିତ ସୁଖ ସମୃଦ୍ଧି ଲାଭ ହେବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.