ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ରାଜ୍ୟ କ୍ୟାବିନେଟରେ ୧୩ ପ୍ରସ୍ତାବକୁ ମଞ୍ଜୁରୀ : ମୟୂରଭଞ୍ଜରେ ହେବ ୨ ପୁଲିସ ଜିଲ୍ଲା

Published By : Suraj Kumar | July 16, 2025 10:41 PM

ଭୁବନେଶ୍ବର, ୧୬।୭ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୧୩ ପ୍ରସ୍ତାବରେ କ୍ୟାବିନେଟ ମୋହର ଲଗାଯାଇଛି। କ୍ୟାବିନେଟ୍ ବୈଠକ ପରେ ଏ ସମ୍ପର୍କରେ  ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। 

ମୟୂରଭଞ୍ଜ ଜିଲ୍ଲାରେ ୨ଟି ପୁଲିସ ଜିଲା ହେବ। ରାଇରଙ୍ଗପୁର ଏକ ପୁଲିସ ଜିଲ୍ଲା ହେବ ବୋଲି କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମାସିକ ହଷ୍ଟେଲ ଫି ୨ ହଜାର ଟଙ୍କା ଛାଡ଼ ନିଷ୍ପତ୍ତି ହୋଇଛି। ସମୃଦ୍ଧ ସହର ଯୋଜନାକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ସମୃଦ୍ଧ ସହର ଯୋଜନା ପାଇଁ ୪ ହଜାର ୮୭୯.୩୦ କୋଟି ବ୍ୟୟ ଅଟକଳ କରାଯାଇଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସମୃଦ୍ଧ ସହର ଯୋଜନା ସହାୟକ ହେବ।

ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ଆୟୁଷ ସହାୟକ ସେବା (ନିଯୁକ୍ତି ପ୍ରଣାଳୀ ଏବଂ ସେବା ସର୍ତ୍ତାବଳୀ) ସଂଶୋଧନ ନିୟମ, ୨୦୨୫କୁ ଅନୁମୋଦନ ମିଳିଛି। ସରକାର ଆୟୁଷ ସ୍ଵାସ୍ଥ୍ୟ କଲ୍ୟାଣ କେନ୍ଦ୍ରର ବିକାଶକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ପାଇଁ ଉନ୍ନତ ସ୍ବାସ୍ଥ୍ୟ ସେବା ସୁନିଶ୍ଚିନ୍ତ କରିବା ନିମନ୍ତେ ଆୟୁଷ ସହାୟକମାନଙ୍କୁ ଏକ ଯୁକ୍ତିସଙ୍ଗତ ଢାଞ୍ଚା ସହିତ ଉତ୍ତମ ପଦୋନ୍ନତିର ସୁଯୋଗ ପ୍ରଦାନ କରିଛନ୍ତି । 

ଆୟୁଷ ସହାୟକ କ୍ୟାଡରର ପୁନର୍ଗଠନ ଦ୍ବାରା ୩୫୦ ଗୋଟି ବରିଷ୍ଠ ଆୟୁଷ ସହାୟକ ପଦବୀ ଏବଂ ୧୨ ଗୋଟି ମୁଖ୍ୟ ଆୟୁଷ ସହାୟକ ପଦବୀ ORSP ନିୟମାବଳୀ, ୨୦୧୭ ଅନୁଯାୟୀ ଯଥାକ୍ରମେ ବେତନ ଲେଭଲ୍‌ ୭ ଓ ବେତନ ଲେଭଲ୍ ୯ରେ ସୃଷ୍ଟି କରାଯାଇଛି।

ଜରୁରୀକାଳୀନ ପ୍ରଶମନ ସହାୟତା ବ୍ୟବସ୍ଥା (ERSS)- ଡାଏଲ୍-୧୧୨ ଯୋଜନାକୁ ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ସମ୍ପ୍ରସାରଣ କରାଯାଇଛି।୫ ବର୍ଷ ପାଇଁ ମୋଟ ୨୨୬୦.୮୯ କୋଟି ଟଙ୍କାରବ୍ୟୟ ଅଟକଳକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହି ଜାତୀୟ ଜରୁରୀକାଳୀନ ପ୍ରତିକ୍ରିୟା ପ୍ଲାଟଫର୍ମ ପୋଲିସ,ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଭଳି ସେବାଗୁଡ଼ିକୁ ଏକୀକୃତ କରି ନାଗରିକଙ୍କ ବିପଦ ସମୟରେ ଦ୍ରୁତ ସହାୟତା ପ୍ରଦାନ ପାଇଁ ଲକ୍ଷ୍ୟ ରଖୁଛି। ଏହି ଯୋଜନାରେ ୪୧୯୫ ନୂତନ ପଦବୀ ସୃଷ୍ଟି କରିବା ଏବଂ୬୪୫ ଜରୁରୀକାଳୀନ ପ୍ରତିକ୍ରିୟା ଯାନ (ERV) ଯୋଗାଇ ଦେବାର ପ୍ରସ୍ତାବ ରହିଛି । ୨୪x୭ ସେବାସୁନିଶ୍ଚିତ କରିବା ପାଇଁ ରାଜ୍ୟ ଜରୁରୀକାଳୀନ୍ ସେବା ସଞ୍ଚାଳନ କେନ୍ଦ୍ର (SERC) ଏବଂବିକଳ୍ପ ଜରୁରୀକାଳୀନ ସେବା ସଞ୍ଚାଳନ କେନ୍ଦ୍ର (MERC) ପାଇଁ ସ୍ଵତନ୍ତ୍ର ଗୃହ ନିର୍ମାଣକୁ ମଧ୍ଯ ଅନୁମୋଦନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.