ଇସ୍ରାଏଲ ପ୍ରଧାନମନ୍ତ୍ରୀଞ୍ଜାମିନ୍ ନେତାନ୍ୟାହୁଙ୍କୁ ଲାଗିପାରେ ବଡ଼ ଝଟକା। କଠୋରପନ୍ଥୀ ଯିହୁଦୀ ଦଳ ୟୁନାଇଟେଡ୍ ଟୋରା ଯିହୁଦୀଜମ୍ (UTJ) ପ୍ରଧାନମନ୍ତ୍ରୀଙ୍କ ମେଣ୍ଟ ସରକାରରୁ ଇସ୍ତଫା ଦେଇଛି। ଦୀର୍ଘଦିନ ଧରି ଚାଲିଥିବା ସାମରିକ ନିଯୁକ୍ତି ବିଲ୍ ଉପରେ ମତଭେଦ ହେତୁ ଏହି ପଦକ୍ଷେପ ନେଇଛନ୍ତି। ଛଅ ଜଣ UTJ ସଦସ୍ୟଙ୍କ ଏହି ପଦକ୍ଷେପ ପରେ, ନେତାନ୍ୟାହୁଙ୍କ ଜାତୀୟତାବାଦୀ-ଧାର୍ମିକ ମେଣ୍ଟ ସରକାର ଏବେ ମାତ୍ର ଗୋଟିଏ ଆସନର ବହୁମତ ହ୍ରାସ ପାଇଛି, ଯାହା ଏହାର ସ୍ଥିତିକୁ ଅତ୍ୟନ୍ତ ଦୁର୍ବଳ କରିଦେଇଛି।
ଏହା ନେତାନ୍ୟାହୁଙ୍କ ସରକାରଙ୍କ ପତନ ହୋଇପାରେ। UTJ ର ସହଯୋଗୀ ଶାସ୍ (ଅଲ୍ଟ୍ରା ଅର୍ଥୋଡକ୍ସ ପାର୍ଟି) ସାଧାରଣତଃ UTJ ସହିତ ପାଦ ମିଳାଇ ଚାଲିଥାଏ। ଯଦି ଶାସ୍ ମଧ୍ୟ ସରକାର ଛାଡିଦିଏ, ତେବେ ନେତାନ୍ୟାହୁ ସଂସଦରେ ତାଙ୍କର ସଂଖ୍ୟାଗରିଷ୍ଠତା ହରାଇବେ ଏବଂ ସରକାର ଚଳାଇବା କଷ୍ଟକର ହୋଇଯିବ। ତଥାପି, ତାଙ୍କ ମନ୍ତ୍ରୀମାନଙ୍କ ଇସ୍ତଫା ଆନୁଷ୍ଠାନିକ ଭାବରେ ଦାଖଲ ହେବା ମାତ୍ର ୪୮ ଘଣ୍ଟା ପରେ UTJ ର ଇସ୍ତଫା କାର୍ଯ୍ୟକାରୀ ହେବ। ଏହା ନେତାନ୍ୟାହୁଙ୍କୁ ସମାଧାନ ଖୋଜିବା ପାଇଁ କିଛି ସମୟ ଦେବ। ଯଦି କୌଣସି ଚୁକ୍ତି ନହୁଏ, ତେବେ ସଂସଦ ଜୁଲାଇ ଶେଷରେ ଗ୍ରୀଷ୍ମ ଅବକାଶରେ ଯିବ, ଯାହା ନେତାନ୍ୟାହୁଙ୍କୁ ସଙ୍କଟର ସମାଧାନ ପାଇଁ ପ୍ରାୟ ତିନି ମାସ ସମୟ ଦେବ। ନେତାନ୍ୟାହୁ ପୂର୍ବରୁ ମଧ୍ୟ ରାଜନୈତିକ ସଙ୍କଟରୁ ରକ୍ଷା ପାଇ ସାରିଛନ୍ତି।
ଇସ୍ରାଏଲରେ କୌଣସି ସରକାର ନିଜର ପୁରା ୪ ବର୍ଷ କାର୍ଯ୍ୟକାଳ ପୂରଣ କରିପାରିନି। କେବେବି ଗୋଟିଏ ପାର୍ଟିକୁ ସ୍ପଷ୍ଟ ବହୁମତ ମିଳିପାରିନି, ତେଣୁ ସରକାର ମେଣ୍ଟର ଜରିଆରେ ହୋଇଥାଏ । ପ୍ରଧାନମନ୍ତ୍ରୀଙ୍କୁ ସାଧାରଣତଃ ମେଣ୍ଟର ଆଭ୍ୟନ୍ତରୀଣ ବିଚାରଧାରାର ଟଣାଟଣି ଓ ଧାର୍ମିକ ଦାବି ସହ ଲଢେଇ କରିବାକୁ ପଡିଥାଏ। ଯେତେବେଳେ ବି କୌଣସି ମତଭେଦ ହୁଏ, ତେବେ ମେଣ୍ଟ ଭାଙ୍ଗିପାରେ ଓ ସରକାରଙ୍କ ପତ୍ତନ ହୋଇପାରେ। ଉଲ୍ଲେଖନୀୟ ଯେ, ମୋଟ ସିଟ୍ ୧୨୦ ହୋଇଥିବା ବେଳେ ମେଣ୍ଟରେ ୧୩ଟି ଦଳ ରହିଛନ୍ତି। ମେଣ୍ଟ ପାଖରେ ୬୧ଟି ସିଟ୍ ରହିଛି। ଲିକୁଡ(ନେତନ୍ୟାହୁଙ୍କ ପାର୍ଟି) ନିକଟରେ ୩୨ଟି ସିଟ୍ ଅଛି। ସେଭଳି ଶାସ୍ (ଅଲ୍ଟ୍ରା ଅର୍ଥୋଡକ୍ସ ପାର୍ଟି) ପାଖରେ ୧୧, ଧାର୍ମକି ସିୟୋନବାଦ ପାର୍ଟି ୭,ୟିହୁଦୀ ଶକ୍ତି ପାର୍ଟି୬, ନ୍ୟାସନାଲ ରାଇଟ ପାର୍ଟି ୪ ଓ ନୋଆମ ପାର୍ଟିର ଗୋଟିଏ ସିଟ୍ ରହିଛି।