ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦିଙ୍କ ସମ୍ପତ୍ତିର ଦାମ୍ ୩ କୋଟି ଟଙ୍କା, ୫ ବର୍ଷରେ ଆୟ କରିଛନ୍ତି ୮୪ ଲକ୍ଷ

ନୂଆଦିଲ୍ଲୀ,୧୫/୦୫ : ୧୩ ବର୍ଷ କାଳ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ୧୦ ବର୍ଷ ଦେଶର ପ୍ରଧାନମନ୍ତ୍ରୀ ରହିଥିବା ନରେନ୍ଦ୍ର ମୋଦିଙ୍କ ପାଖରେ ନିଜସ୍ୱ ଘର, ଜମି କିମ୍ବା କାର୍‌ ନାହିଁ । ତାଙ୍କ ପାଖରେ ଥିବା ଏକମାତ୍ର ପ୍ଲଟ୍‌କୁ ବି ସେ ଦାନ କରିଦେଇଛନ୍ତି । ତେବେ ଗତ ୧୭ ବର୍ଷ ମଧ୍ୟରେ ମୋଦିଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟରେ ୨୫ ଗୁଣା ବୃଦ୍ଧି ହୋଇଥିବା ବେଳେ ବ୍ୟାଙ୍କ ବାଲାନ୍ସ ୩୩ ଗୁଣା ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ମଙ୍ଗଳବାର ବାରାଣସୀ ଲୋକସଭା ଆସନ ପାଇଁ ତୃତୀୟ ଥର ନିମନ୍ତେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ସମୟରେ ସେ ଦାଖଲ କରିଥିବା ସତ୍ୟପାଠ ଏବଂ ପୂର୍ବ ସତ୍ୟପାଠର ବିଶ୍ଳେଷଣରୁ ଏହି ତଥ୍ୟ ମିଳିଛି । 

ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ୨୦୦୨ରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ଏହାପରେ ୨୦୦୭ ଓ ୨୦୧୨ରେ ମଣିନଗରରୁ ବିଧାନସଭା ନିର୍ବାଚନ ଲଢ଼ି ଜିତିଥିଲେ । ଏହାପରେ ୨୦୧୪ ଓ ୨୦୧୯ରେ ଉତ୍ତର ପ୍ରଦେଶର ବାରାଣସୀରୁ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିଥିଲେ । ୨୦୦୭ରୁ ୨୦୨୪ ପର୍ଯ୍ୟନ୍ତ ମୋଦି ଦାଖଲ କରିଥିବା ସତ୍ୟପାଠରୁ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ ଗତ ୫ ବର୍ଷରେ ମୋଦି ୮୪ ଲକ୍ଷ ଟଙ୍କା ଆୟ କରିଛନ୍ତି । ୨୦୧୮-୧୯ରେ ତାଙ୍କ ଆୟ ୧୧.୧୪ ଲକ୍ଷ ଟଙ୍କା ଥିଲା ବେଳେ ୨୦୧୯-୨୦ରେ ୧୭.୨୧ ଲକ୍ଷ, ୨୦୨୦-୨୧ରେ ୧୭.୦୮ ଲକ୍ଷ, ୨୦୨୧- ୨୨ରେ ୧୫.୪୨ ଲକ୍ଷ ଓ ୨୦୨୨-୨୩ରେ ୨୩.୫୭ ଲକ୍ଷ ଟଙ୍କା ରହିଥିଲା । ଏହାର ଅର୍ଥ ୨୦୧୮-୧୯ ତୁଳନାରେ ୨୦୨୨-୨୩ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆୟ ଦୁଇଗୁଣା ହୋଇଛି । ପ୍ରଧାନମନ୍ତ୍ରୀ ଭାବେ ମିଳୁଥିବା ଦରମା ଏବଂ ବ୍ୟାଙ୍କ ସୁଧ ହିଁ ତାଙ୍କ ଆୟର ଉତ୍ସ । ପ୍ରଧାନମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩ କୋଟି ୨ ଲକ୍ଷ ୬ ହଜାର ୮୮୯ ଟଙ୍କା । ୫ ବର୍ଷ ମଧ୍ୟରେ ଏହାର ମୂଲ୍ୟ ୮୭ ଲକ୍ଷ ଟଙ୍କା ବଢ଼ିଛି । ସେହିଭଳି ଗତ ୫ ବର୍ଷରେ ତାଙ୍କର ଅସ୍ଥାବର ସମ୍ପତ୍ତି ମୂଲ୍ୟ ପ୍ରାୟ ଦୁଇଗୁଣା ବୃଦ୍ଧି ପାଇଛି । ୨୦୧୯ରେ ତାଙ୍କର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧.୪୧ କୋଟି ଟଙ୍କା ଥିଲା । ସେହିଭଳି ୨୦୧୪ରେ ଏହା ୧ କୋଟି, ୨୦୧୨ରେ ୧ କୋଟି ଓ ୨୦୦୭ରେ ୩୦ ଲକ୍ଷ ଟଙ୍କା ଥିଲା । ତାଙ୍କ ପାଖରେ ଏବେ ୫୨ ହଜାର ୯୨୦ ଟଙ୍କା ନଗଦ ରହିଥିବା ସେ ଦର୍ଶାଇଛନ୍ତି । 

୨୦୨୪ର ନିଜ ସତ୍ୟପାଠରେ ମୋଦି ଗୁଜରାଟସ୍ଥିତ ଗାନ୍ଧୀନଗରରେ ଥିବା ତାଙ୍କ ପ୍ଲଟ୍‌ କଥା ଉଲ୍ଲେଖ କରିନାହାନ୍ତି । ୨୦୧୯ରେ ଆବାସିକ ଜମି ତଥ୍ୟ ଦେଇଥିଲେ । ମୋଦି ଏହି ପ୍ଲଟ୍‌କୁ ମାନମନ୍ଦିର ଫାଉଣ୍ଡେସନକୁ ଦାନ କରିଦେଇଛନ୍ତି । ଯେଉଁଠାରେ ନାଦ ବ୍ରହ୍ମା କଳାକେନ୍ଦ୍ର ସ୍ଥାପନ ହୋଇଛି । ୨୦୨୨ ମାର୍ଚ୍ଚ ୩୧ରେ ମୋଦିଙ୍କ ଆୟକର ଟିକସ ରିଟର୍ନ ଫାଇଲିଂ ବେଳେ ଏହାର ତଥ୍ୟ ଦିଆଯାଇ ନ ଥିଲା । ପରେ ମୋଦି ଏକ ସାକ୍ଷାତକାର ବେଳେ ଉକ୍ତ ପ୍ଲଟ୍‌କୁ ଦାନ କରିଦେଇଥିବା ଖୁଲାସା କରିଥିଲେ । ୨୦୦୨ରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରାୟ ୧.୩୧ ଲକ୍ଷ ଟଙ୍କାର ଉକ୍ତ ପ୍ଲଟ୍‌ କିଣିଥିଲେ । ଏହାର ଏକଚତୁର୍ଥାଂଶ ଭାଗର ସେ ମାଲିକ ଥିଲେ । ୨୦୧୯ରେ ଏହି ପ୍ଲଟ୍‌ର ବଜାର ମୂଲ୍ୟ ୧.୧୦ କୋଟି ଟଙ୍କା ଥିଲା । ୨୦୧୪ରେ ୧.୬୬ କୋଟି ଏବଂ ୨୦୧୯ରେ ୨.୫୧ କୋଟି ଟଙ୍କାର ସମ୍ପତ୍ତି ଥିବା ନେଇ ମୋଦି ସତ୍ୟପାଠରେ ଜଣାଇଥିଲେ ମୋଦି । ଏବେ ମୋଦିଙ୍କ ପାଖରେ ୨.୬୭ ଲକ୍ଷ ଟଙ୍କାର ସୁନା ରହିଛି । ନ୍ୟାସନାଲ ସେଭିଂସ ସାର୍ଟିଫିକେଟରେ ତାଙ୍କର ୯.୧୨ ଲକ୍ଷ ଟଙ୍କାର ନିବେଶ ଅଛି । ସେହିଭଳି ତାଙ୍କର ୨.୮୫ କୋଟି ଟଙ୍କାର ସ୍ଥାୟୀ ଜମା ବି ରହିଛି । ତାଙ୍କର କୌଣସି ଜମି ନାହିଁ । ସେୟାର ମାର୍କେଟ୍‌ ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ସରେ ତାଙ୍କର ନିବେଶ ନାହିଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.