ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରେଳପଥ ପାଇଁ ମୋଦି ୩.୦ ଏଜେଣ୍ଡା: କମିବ ୱେଟିଂ ଲିଷ୍ଟ, ଆସିବ ନୂଆ ଟ୍ରେନ

ନୂଆଦିଲ୍ଲୀ,୧୧/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଭିତ୍ତିଭୂମି ଉପରେ ଏହାର ପ୍ରାଧାନ୍ୟ ଜାରି ରଖିବ । ସଡ଼କ ପଥ ଏବଂ ରେଳପଥ ଭଳି କ୍ଷେତ୍ରରେ ପୁଞ୍ଜି  ବ୍ୟୟ ବଢ଼ାଇବେ ନୂଆ ସରକାର । ଯଦିଓ  ମନ୍ତ୍ରାଳୟଗୁଡ଼ିକ ସେମାନଙ୍କ ୧୦୦ ଦିନିଆ ଏଜେଣ୍ଡା ପ୍ରସ୍ତୁତ ରଖିଛନ୍ତି, ଭାରତୀୟ ରେଳ  ଉଭୟ ଯାତ୍ରୀବାହୀ ଏବଂ ମାଲ୍‌ବାହୀ ଟ୍ରେନ୍‌  କ୍ଷେତ୍ରରେ ଏହାର କ୍ଷମତା ବଢ଼ାଇବା ପାଇଁ ପ୍ରାଥମିକତା ଦେଇପାରେ ।  

ଏକ ରିପୋର୍ଟ ଅନୁସାରେ, ଆଗାମୀ  ଦିନରେ ଭାରତୀୟ ରେଳପଥର  ଫୋକସ୍‌ରେ ୪ଟି କ୍ଷେତ୍ର ରହିବ । ଅଧିକ  ଯାତ୍ରୀ ଏବଂ କାର୍ଗୋ ପରିବହନ ପାଇଁ  କ୍ଷମତା ବୃଦ୍ଧି ନେଇ କାର୍ଯ୍ୟ ହେବ । ୱେଟିଂ  ଲିଷ୍ଟ୍‌ କମାଇବା ସହ ଆହୁରି ଅଧିକ ଟ୍ରେନ  ଚଳାଚଳ ଉପରେ ଜୋର ଦିଆଯିବ । ବନ୍ଦେ  ଭାରତ, ଅମୃତ ଭାରତ ଏବଂ ବନ୍ଦେ ମେଟ୍ରୋ  ଟ୍ରେନ୍‌ର ଚଳାଚଳ ବୃଦ୍ଧି ଉପରେ ଗୁରୁତ୍ୱ  ଦେବେ ନୂଆ ସରକାର । ଏହାସହିତ  ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ରେଳ ନିରାପତ୍ତା  ଏଜେଣ୍ଡାରେ ସର୍ବାଗ୍ରେ ରହିବ ।  

ଯାତ୍ରୀ ପରିବହନର ଆଧୁନିକୀକରଣ  କରାଯିବ । ଅମୃତ ଭାରତ ଜରିଆରେ  ସାଧାରଣ ଲୋକଙ୍କ ରେଳଯାତ୍ରାକୁ  ଆରାମଦାୟକ କରାଯିବ। ବନ୍ଦେ ଭାରତ  ଟ୍ରେନ ଜରିଆରେ ପ୍ରିମିୟମ ଯାତ୍ରୀମାନଙ୍କ  ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ  କରାଯାଇପାରେ । ସୂଚନାଯୋଗ୍ୟ, ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଏକ ନୂଆ ସ୍ଲିପର  ଭାରିଆଣ୍ଟ ବିଇଏମ୍‌ଏଲ୍‌ ଦ୍ୱାରା ନିର୍ମାଣ ହେଉଛି  ଏବଂ ଏହା ଚଳିତ ବର୍ଷ ପ୍ରସ୍ତୁତ ହୋଇଯିବ । 

ପୂର୍ବରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ ଉଲ୍ଲେଖ  କରାଯାଇଥିଲା ଯେ, ନୂଆ ସରକାରଙ୍କପାଇଁ ରେଳପଥ ଏକ ମହତ୍ୱାକାଂକ୍ଷୀ ୧୦୦ ଦିନିଆ  ଏଜେଣ୍ଡା ବା ଯୋଜନା ପ୍ରସ୍ତୁତ କରିଛି । ଯାତ୍ରୀ ଅନୁଭୂତିକୁ ବଢ଼ାଇବା ସହ ରେଳ  ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଏହା ଉଦ୍ଦିଷ୍ଟ । ରେଳପଥର ଅନ୍ୟ ଏକ ପ୍ରମୁଖ  ପ୍ରସ୍ତାବ ହେଲା, ଏକ ନୂଆ ୨୪ ଘଣ୍ଟିଆ  ଟିକଟ ରିଫଣ୍ଡ ସ୍କିମ୍‌ । ଏହା ବର୍ତ୍ତିମାନର  ୩ ଦିନିଆ ପ୍ରୋସେସ୍‌କୁ ହଟାଇ ରିଫଣ୍ଡ  ପ୍ରକ୍ରିୟାକୁ ତ୍ୱରିତ କରିବ ।  ଏହାସହିତ ମନ୍ତ୍ରାଳୟ ଏକ ବନ୍ଦେ  ଭାରତ ସ୍ଲିପର ଟ୍ରେନ ଆଣିବାକୁ ଯାଉଛି । ଏହାସହିତ ଉଧମପୁର-ଶ୍ରୀନଗରବାରମୁଲା ରେଳ ସଂଯୋଗ ପ୍ରକଳ୍ପର ଅନ୍ତିମ  ଷ୍ଟ୍ରେଚ୍‌କୁ ଏହା ସମାପ୍ତ କରିବ । ଏହାସହିତ  ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ରେଲ୍‌ୱେ  ବ୍ରିଜ୍‌ ‘ଦ ପାମ୍ବନ ବ୍ରିଜ୍‌’ର ନିର୍ମାଣ ମଧ୍ୟ  ପ୍ରସ୍ତାବରେ ଅଛି ।  

ଯାତ୍ରୀ ସୁବିଧା ପାଇଁ ଭାରତୀୟ ରେଳ  ଏକ ସାମୁହିକ ‘ସୁପର୍‌ ଆପ୍‌’ ବିକାଶ  କରିବାକୁ ଚାହୁଁଛି । ଏହା ଟିକେଟିଂ ଏବଂ  ଟ୍ରେନ୍‌ ଟ୍ରାକିଂ ସମେତ ଅନେକ ପ୍ରକାର  ସେବା ପ୍ରଦାନ କରିବ । ଲୋକକୈନ୍ଦ୍ରିକ  ଅଭିଯାନକୁ କାର୍ଯ୍ୟକାରୀ କରିବା ଲାଗି ମୋଦି  ସରକାରଙ୍କ ଉଦ୍ୟମର ଏହା ଅଂଶବିଶେଷ

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.