ନୂଆଦିଲ୍ଲୀ,୧୧/୦୬: ନ୍ୟୁୟର୍କର ନାସାଉ କାଉଣ୍ଟି ଷ୍ଟାଡିୟମରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଗୁରୁତ୍ୱପୂର୍ଣ୍ଣ ଭାରତ -ପାକିସ୍ତାନ ମ୍ୟାଚ୍ରେ ହୃଦଘାତର ଶିକାର ହୋଇ ମୁମ୍ବାଇ କ୍ରିକେଟ୍ ସଂଘ (ଏମ୍ସିଏ) ସଭାପତି ଅମୋଲ କାଲେଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା ।
ଗତକାଲି ଅମୋଲ ଏମ୍ସିଏର ସମ୍ପାଦକ ଅଜିଙ୍କ୍ୟ ନାଏକ ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ବସି ମ୍ୟାଚ୍ ଦେଖୁଥିଲେ । ସେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅମୋଲ ୨୦୨୨ରେ ସନ୍ଦୀପ ପାଟିଲଙ୍କୁ ପରାଜିତ କରି ଏମ୍ସିଏର ସଭାପତି ହୋଇଥିଲେ ।