ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସେୟାର ବଜାରରେ ଦମଦାର ବୃଦ୍ଧି; ସର୍ବକାଳୀନ ଉଚ୍ଚସ୍ଥରରେ ପହଞ୍ଚିଲା ଷ୍ଟକ୍‌ ମାର୍କେଟ

Image source: ABP live hindi

ନୂଆଦିଲ୍ଲୀ,୦୫/୦୯: ଭାରତୀୟ ଷ୍ଟକ୍ ମାର୍କେଟ ଆଜି ବୃଦ୍ଧି ସହିତ ଖୋଲିିଛି। ଆଜି ବଜାର ଖୋଲିବା ବେଳେ ଏନ୍‌ଏସ୍‌ଇ ନିଫ୍ଟିର ୧୫୧ ସେୟାର ବୃଦ୍ଧି ହୋଇଥିବା ବେଳେ ୨୪୫ ସେୟାର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଏହାର ଅର୍ଥ ହେଉଛି ଆଡ୍‌ଭାନ୍ସ-ଡିକ୍ଳାଏନ୍‌ ରେସିଓ ବଜାର ସପକ୍ଷରେ ଅଛି। ଆଜି ମିଡକାପ୍ ଇଣ୍ଡେକ୍ସ ମଧ୍ୟ ଏକ ରେକର୍ଡ ଉଚ୍ଚରେ ଖୋଲିଛି। ବିଏସ୍‌ଇ ସେନସେକ୍ସ ଏହାର ସର୍ବକାଳୀନ ଉଚ୍ଚରେ ପହଞ୍ଚିଛି।

ବିଏସ୍‌ଇ ସେନସେକ୍ସ ଆଜି ୮୨,୪୬୯.୭୯ ରେ ଖୋଲିଛି, ଯାହାକି ୧୧୭.୧୫ ପଏଣ୍ଟ ଅର୍ଥାତ୍‌ ୦.୧୪ ପ୍ରତିଶତ ବୃଦ୍ଧି ଅଟେ। ଏହି ପରିପ୍ରେକ୍ଷିରେ ଏନ୍‌ଏସ୍‌ଇର ନିଫ୍ଟି ୫୧.୮୦ ପଏଣ୍ଟ ଅର୍ଥାତ୍ ୦.୨୧ ପ୍ରତିଶତ ଲାଭ ସହିତ ୨୫,୨୫୦.୫୦ ରେ ଖୋଲିଛି। | ଷ୍ଟକ୍ ମାର୍କେଟରେ, ବିଏସ୍‌ଇ ସେନସେକ୍ସ ଆଜି ଦିନରେ ୮୨,୬୧୭.୪୯ ର ଉଚ୍ଚସ୍ଥରରେ ପହଞ୍ଚିଛି ଏବଂ ଏହା ସର୍ବକାଳୀନ ୮୨,୭୨୫.୨୮ ଠାରୁ କିଛି ପାଦ ଦୂରରେ ଅଛି। ଏହାରି ଭିତରେ ନିଫ୍ଟି ୨୫,୨୭୫.୪୫ ସ୍ତରରେ ପହଞ୍ଚିଛି ଏବଂ ଏହାର ସର୍ବକାଳୀନ ୨୫,୩୩୩.୬୫ ର ଶୀର୍ଷ ସ୍ଥରରେ ପହଞ୍ଚିଛି। ବ୍ୟାଙ୍କ ନିଫ୍ଟି ମଧ୍ୟ ଭଲ ବେଗରେ କାରବାର କରୁଛି ଏବଂ ୬୬.୦୫ ପଏଣ୍ଟ ଅର୍ଥାତ୍ ୦.୧୩ ପ୍ରତିଶତ ବୃଦ୍ଧି ସହିତ ୫୧,୪୬୬.୩୦ ରେ କାରବାର କରୁଛି।

ଏହାର ୩୦ ଟି ସେୟାର ମଧ୍ୟରୁ ୧୩ ଟି ବୃଦ୍ଧି ଘଟିଥିବାବେଳେ ୧୭ ଟି ସେୟାର କାରବାରରେ ହ୍ରାସ ଘଟୁଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ଆଜି ସର୍ବାଧିକ ବୃଦ୍ଧି ପାଉଥିବା ଷ୍ଟକ୍ ମଧ୍ୟରେ ଅଲଟ୍ରା ଟେକ୍ ସିମେଣ୍ଟ, ଟାଟା ଷ୍ଟିଲ୍, ଜେଏସଡବ୍ଲୁ ଷ୍ଟିଲ, ଟାଇଟନ, ଆଇଟିସି, ଜେଏସଡବ୍ଲୁ ଷ୍ଟିଲ ସର୍ବାଧିକ ବୃଦ୍ଧି ଘଟୁଛି ଏବଂ ଏହା ବ୍ୟତୀତ ହ୍ରାସ ହେଉଥିବା ଷ୍ଟକଗୁଡ଼ିକ ହେଉଛି HCL ଟେକ୍, ନେସ୍‌ଲେ, ମାରୁତି, ବିଏଲ୍, ଟିସିଏସ୍ ଏବଂ ଏମ୍‌ ଆଣ୍ଡ୍‌ ଏମ୍‌ର ସେୟାରଗୁଡିକ ରହିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.